Jump to content

ମାଉସୀ

ଉଇକିଅଭିଧାନ‌ରୁ

ମାଉସୀ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ମାଉସୀ ମା—ଅନ୍ୟରୂପ)

=== ଦେଶଜ - ବିଶେଷ୍ୟ - ସ୍ତ୍ରୀ (ସଂସ୍କୃତ - ମାତୃତ୍ସସୃ ମାତୃସୁସା; ପ୍ରା. ମାଉସିଆ)

୧. ମାଆଙ୍କ ଭଉଣୀ —୧. Mother's sister

[ଦ୍ରଷ୍ଟବ୍ୟ —ମାତାଙ୍କ ପରି ମାଉସୀ ମଧ୍ୟ଼ ପୁତୁରା ଓ ଝିଆରୀମାନଙ୍କୁ ସ୍ନେହ କରନ୍ତି ଅନେକ ସମୟରେ ମାତୃଶୁନ୍ୟ ସନ୍ତାନ ସନ୍ତତିଙ୍କୁ ମାଉସୀ ପିଲାଦିନୁ ବ଼ଢ଼ାଇ ମନୁଷ୍ୟ କରିବାର ଦେଖାଅଛି ଢ଼ଗ ମଧ୍ୟ ଅଛି—'ମାଆ ନଥିଲେ ମାଉସୀ ଗାଈ ନ ଥିଲେ ମଇଁଷି' 'ଏ ଘର ମାଉସୀ ସେ ଘର ପିଇସୀ;—ଢ଼ଗ ବଙ୍ଗଳାରେ—ବରେର ଘରେ ମାସୀ; କନେର ଘରେ ପିସୀ;) ଯେଉଁ ସ୍ତ୍ରୀ ସଙ୍ଗେ ବରକୂଳର ଓ କନ୍ୟାକୂଳର ସମ୍ପର୍କ ଥାଏ ସେ ଉଭୟଲ କୁଳର କଥା ଜାଣନ୍ତି ସେହିପରି ଯେଉଁ ବ୍ୟକ୍ତି ବିପକ୍ଷ ଓ ପ୍ରତିଦ୍ୱନ୍ଦୀ, ଉଭୟ ପକ୍ଷଙ୍କ ସହିତ ଘନିଷ୍ଠତା ରଖିଥାଆନ୍ତି ତାଙ୍କ ପ୍ରତି ଏ ଢ଼ଗ ବୋଲାଯାଏ']

୨. ସଙ୍ଗାତଙ୍କର ବା ଆପଣାର ମିତ୍ରଙ୍କ ମାତା —୨. The mother of one's friend.
୩. ମାତୃସ୍ଥାନୀୟା ଓ ଆପଣାଠାରୁ ବୟୋଜ୍ୟେଷ୍ଠାମାନଙ୍କ ପ୍ରତି ପ୍ରଯୁକ୍ତ ଉକ୍ତି —୩. A term used in address sing elderly females and those who' stand in the relation of a mother to the speaker.