ମାକଡ଼ସା
ମାକଡ଼ସା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ମର୍କଟ; ମର୍କଟକ)
[ସମ୍ପାଦନା]ବୁଢିଆଣି; ଊର୍ଣ୍ଣନାଭ; ଅଷ୍ଟପଦୀ କୀଟବିଶେଷ — Spider; Arachnid, genus-Arane&aline;e.
[ଦ୍ରଷ୍ଟବ୍ୟ —ଏମାନେ ଗଛରେ, ପାଣିରେ, ଘରେ, ଘାସରେ, ଭୂଇଁରେ, ଏପରି ନାନା ସ୍ଥାନରେ ରହନ୍ତି ମାକଡ଼ସା ନାନା ଜାତୀୟ ଓ ନାନା ଶ୍ରେଣୀର ଅଛନ୍ତି କାହାର ପଦମାନ ଲମ୍ୱ ଏମାନଙ୍କ ଆଖି ୬ ଠାରୁ ୮ ଗୋଟି ପର୍ଯ୍ୟନ୍ତ ଥାଏ ଏମାନଙ୍କ ଲାଭିରୁ ସୂକ୍ଷ୍ମ ସୂତା ବାହାରେ ସେହି ସୂତାରେ ସେମାନେ ସୂକ୍ଷ୍ମ ଜାଲ ତିଆରି କରି ଜାଲକୁ ଶୂନ୍ୟରେ ଝୁଲାଇ ରଖି ଥାଆନ୍ତି ଓ ମାଛଆଦି ପୋକମାନେ ଏହି ଜାଲରେ ପଡ଼ିଲେ ଛନ୍ଦି ହୋଇ ରହି— ଯାଆନ୍ତି ଓ ଏମାନେ ସେହି ମାଛିଆଦିଙ୍କୁ ଧରି ଖାଆନ୍ତି ଚାଳଘରେ ଏମାନେ ଯେଉଁ ଜାଲ ଛନ୍ଦି ଥାଆନ୍ତି ସେଥିରେ ଧୂଆଁରେ କଳାଲାଗି ତାହା 'ଅଳନ୍ଧ' ହୁଏ ସ୍ତ୍ରୀ ମାକଡ଼ସା ଅଧୁଲି ଆକାରର ଦୁଇଫାଳିଆ ଧଳା ଖୋସା ମଧ୍ୟରେ ଡିମ୍ୱ ପାଡ଼େ କୌଣସି କୌଣସି ମାକଡ଼ସାଙ୍କ ମୂତ ବିଷାକ୍ତ ଏହି ମୂତ ମନୁଷ୍ୟ ଦେହରେ ଲାଗିଲେ ଭୟାନକ ଘାଆ ହୋଇଯାଏ ଓ ତାହା ସହଜରେ ଭଲ ହୁଏ ନାହିଁ
ଇଂରାଜିରେ ଘରେ ରହିବା ମାକଡ଼ସା (Home spider), ଘାସ ପଡ଼ିଆରେ ଥିବା (Grass spider) ପାଣିରେ ରହିବା (Water spider); ଖୁବ୍ ଛୋଟ କମ୍ପକମ୍ପିଆ ମାକଡ଼ସା (Silk spider) ଆଦିଙ୍କର ଭିନ୍ନ ଭିନ୍ନ ନାମ ଅଛି
କଙ୍କଡ଼ା ବିଛା ମଧ୍ୟ ଏହି ମାକଡ଼ସା ଶ୍ରେଣୀରେ; ଟିଙ୍କମାନେ ମଧ୍ୟ ଏହି ଶ୍ରେଣୀରେ (ଅଷ୍ଟପଦୀ); ସଂସ୍କୃତ ସୁଶ୍ରୁତ ଶାସ୍ତ୍ରରେ ୧୬: ପ୍ରକାର ମାକଡ଼ସା ବା ଷୋଡ଼ଶ ଲୂତାଙ୍କର ନାମ ଓ ବିଶେଷତ୍ୱ ଓ ଗୁଣ ବର୍ଣ୍ଣିତ ହୋଇଅଛି]