ମାଛରଙ୍କା
ମାଛରଙ୍କା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମତ୍ସ୍ୟରଙ୍କ)
[ସମ୍ପାଦନା]- ୧. ଗଙ୍ଗେଇ ଚଢ଼େଇ; ଶାଖାଶ୍ରୟୀ ପକ୍ଷିବିଶେଷ — ୧. Kingfishers; Alcedo is pida.
[ଦ୍ରଷ୍ଟବ୍ୟ —ଏମାନେ ମତ୍ସ୍ୟଜୀବୀ ଛୋଟ ପକ୍ଷୀ ଏମାନଙ୍କ ମୁଣ୍ଡ ଓ ପିଠି ବେଳିଆ, ଚଞ୍ଚୁ, ଦୀର୍ଘ ଓ ଚେପ୍ଟା; ଲାଞ୍ଜ ଛୋଟ; ଲମ୍ୱରେ ୭\୮: ଆଙ୍ଗୁଳ ପର୍ଯ୍ୟନ୍ତ ହୁଅନ୍ତି ଏମାନେ ପାଣି କୂଳରେ ଥିବା ଗଛ ଉପରେ ବସି ଥାଆନ୍ତି ଓ ପାଣିର ଉର୍ଦ୍ଧ୍ୱରେ କେତେକ ଉଚ୍ଚରେ ପକ୍ଷରେ ଚେଷ୍ଟାଦ୍ୱାରା ଏକ ସ୍ଥାନରେ ସ୍ଥିର ଭାବରେ ଉଡ଼ି କରି ରହି ପାରନ୍ତି ପାଣି ଭିତରେ ମାଛଙ୍କୁ ଦେଖିଲାକ୍ଷଣି ହଠାତ୍ ଏକ ଲକ୍ଷ୍ୟରେ ପାଣି ଭିତରକୁ ତୀରବେଗରେ ଖସି ପଡ଼ ମାଛକୁ ଧରି ଉପରକୁ ଉଠାଇ ନେଇ ଗିଳି ଦିଅନ୍ତି ଏମାନେ ଛୋଟ ଛୋଟ ମାଛ ଧରନ୍ତି]
- ୨. ଗଙ୍ଗେୟୀ ଜାତୀୟ ଏକପ୍ରକାର ପକ୍ଷୀ —୨. Another kind of king- fisher; Halcyon Smyrnesis.
[ଦ୍ରଷ୍ଟବ୍ୟ —ଏମାନେ ଗଙ୍ଗେଇ ଚଢ଼େଇଙ୍କଠାରୁ ବଡ଼ ଏମାନଙ୍କର ମୁଣ୍ଡ ଓ ପିଠି କଳା, ପେଟ ଧଳା, ଥଣ୍ଟ ହଳଦିଆ ଏମାନେ ଏକ ଚାଖଣ୍ଡ ପର୍ଯ୍ୟନ୍ତ ଲମ୍ୱା ହୁଅନ୍ତି; କେଁ କେଁ ଶବ୍ଦ କରନ୍ତି ଏମାନେ ମଧ୍ୟ ପାଣିରେ ହଠାତ୍ ପଡ଼ି ଛୋଟ ମାଛ ଧରି ଆଣି ଶୁଖିଲାରେ ବସି ଖାଆନ୍ତି ଏମାନେ ନଦୀକୂଳରେ ବେଶି ପରିମାଣରେ ଦେଖାଯାନ୍ତି ]
- ୩. ଗଙ୍ଗେୟଜାତୀୟ ଅନ୍ୟ ଏକ ପ୍ରକାର ପକ୍ଷୀ —୩. Another kind of kingfisher; Ceryle Varia; cormorant.
[ଦ୍ରଷ୍ଟବ୍ୟ —ଏମାନଙ୍କ ବର୍ଣ୍ଣ ପାଉଁସିଆ; ୧୫\୧୬: ଆଙ୍ଗୁଳ ପର୍ଯ୍ୟନ୍ତ ଲମ୍ୱ ହୁଅନ୍ତି; ଏମାନେ ସମୁଦ୍ର ଓ ନଦୀକୂଳରେ ବେଶି ଦେଖା ଯାଆନ୍ତି ଓ ରାତିରେ ଶବ୍ଦ କରନ୍ତି]
ବିଶେଷଣ - ପୁଲିଙ୍ଗ -
[ସମ୍ପାଦନା]ମାଛ ରଙ୍କା ପରି ଯେଉଁ ଲୋକର ପ୍ରତିଦିନ ମାଛ ଖାଇବାକୁ ଭାରି ଲାଳସା ବା ପ୍ରବୃତ୍ତି ଥାଏ; ମାଛ ଖାଇବା ପାଇଁ ରଙ୍କୁଣା ଲୋକ —(a person) Having a hankering after taking fish every day.