Jump to content

ମାଜିବା

ଉଇକିଅଭିଧାନ‌ରୁ

ମାଜିବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

[ମଜା(ଜୋ)ଇବା—ପ୍ରୟୋଜକ ରୂପ]

=== ଦେଶଜ - କ୍ରି—[ସଂସ୍କୃତ - ମୃଜ୍ ଧାତୁ; ସଂସ୍କୃତ - ମଞ୍ଜ ଧାତୁ]

୧. ମାର୍ଜନା ଘଷି ପରିଷ୍କାର କରିବା —୧. To scour; to cleanse by rubbing.

[ଉ—ଧୃତି ପ୍ରୟୋଜକ ରୂପ] ହୋଇ ବଳହୀନ ଧୂସର ବାମନ, ଧୋଇ ଚିନ୍ତା ସମାଜ ମାଜ କବିସୂର୍ଯ୍ୟ କିଶୋରୀଚମ୍ପୂ. ଧ ଗୀତ]

୨. ଘଷି କରି ପାଲିସ୍ ବା ଚିକ୍କଣ କରିବା — ୨. To polish.

[ଯଥା—ବାସନ ମାଜିବା]

୩. (ଗୋଡ଼) ଘଷିବା —୩. To rub, to massage.

[ଉ— ପଉରୁଷ ମୋହର, ନଉକରି ତାହାର, ଚରଣ ମାଜିବାର, ସୁଶୀଳାରେ କବିସୂର୍ଯ୍ୟ. ସଙ୍ଗୀତ]

୪. ପ୍ରସାଧନାର୍ଥ ନଖକୁ ନହୁରୁଣିରେ କାଟି ତାଞ୍ଚି ସଫା କରିବା —୪. To pair and polish the finger—nails.

[ଉ— କେତେବେଳେ କେଶ ସାଜିବି, କେତେବେଳେ କରଜ— ମାନଙ୍କୁ ମାଜିବା ଭଞ୍ଜ. ପ୍ରେମସୁଧାନିଧି

୫. (କୌଣସି ବିଷୟ ଉତ୍ତମରୂପେ ଆଲୋଚନା ବା ଆନ୍ଦୋଳନ କରିବା — ୫. To agitate (about a matter).

(ଉ— ସୂତା ମାଜିଲେ ସରୁ, କଥା ମାଜିଲେ ମୋଟ—ତଗ)

୬. ଅଠା ଓ ମଣ୍ଡୁଦ୍ୱାରା ଟାଣୀ ସୂତାକୁ ଘଷିବା — ୬. To rub the warp thread with gum
୭. ଅଠା ଓ କାଚ ଗୁଣ୍ଡି ଲଗାଇ ଘୂଡ଼ୀର ସୂତାକୁ ଟାଣ କରିବା —୭. To strengthen the string of a kite by applying gum and powdered glass.
୮. ସୁତୁଲି ବା ସରୁ ଦଉଡ଼ିକୁ ବଳି ସାରି ତାକୁ କତା ଆଦିଦ୍ୱାରା ଘଷି ଚିକ୍କଣ କରିବା — ୯. To rub or polish a string after it is woven.