Jump to content

ମାଝି

ଉଇକିଅଭିଧାନ‌ରୁ

ମାଝି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମଧ୍ୟ; ଯେ ନୌକାର ମଧ୍ୟରେ ରହି ଆହୁଲା ପକାଏ ବା ମଙ୍ଗଧରା ଚଳାଏ)

[ସମ୍ପାଦନା]
୧. ନାବିକ; ନୌକା ବାହକ; ନାଉରି —୨. Boatman.
୨. ନୌକାର କର୍ଣ୍ଣଧାର; ମଙ୍ଗଧାରା —୨. Helmsman.
୩. ସାମାନ୍ୟ ରାଜକର୍ମଚାରୀ ବା ପିଆଦାଙ୍କ ଉପାଧିବିଶେଷ —୩. Title of petty officials or peons.

[ଉ—କଚେରୀ ଘର ଅଗଣାରେ ଗୋଟିଏ କଣରେ ମାଝି ସୂରୁପ ବେହେରା ପାୟାମୂଳରେ ଗାଲରେ ହାତ ମୁହଁପୋତି ବସିଛି ଫକୀରମୋହନ ଗଳ୍ପ ସ୍ୱଳ୍ପ]

୪. କେଉଟମାନଙ୍କ ବଂଶୋ— ପାଧି —୪. Family—title of fishmermen or boatmen.
୫. ସାମନ୍ତ ରାଜାଙ୍କ ଉପାଧିବିଶେଷ — ୫. A title of petty landlords.
୬. ମହାଲାୟକ ବା ଡଗରାମାନଙ୍କ ବଂଶୋପାଧି ବିଶେଷ —୬. A family-title of certain Dagarās and Mahālāyakas