Jump to content

ମାଞ୍ଚା

ଉଇକିଅଭିଧାନ‌ରୁ

ମାଞ୍ଚା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାର୍ଜନ, ମଞ୍ଜନ)

[ସମ୍ପାଦନା]

ଘୁଡ଼ିର ସୁତାକୁ ମାଜି କରି ଶକ୍ତ କରିବା ପାଇଁ କାଚଗୁଣ୍ଡା ବା ବାଲିଆଦି ମିଶାଇ ତିଆରି କରାଯିବା ଅଠା —Gum mixed with powdered glass and used in scouring the strings of paper kites.

[ଦ୍ରଷ୍ଟବ୍ୟ —ଘୁଡ଼ିର ସୂତାର ଦେହରେ ପ୍ରଥମେ ଅଠା ବା ଅଠାଳିଆ ମଣ୍ଡ ବୋଳି ଦିଆଯାଏ ସେହି ଅଠା ଶୁଖିଯିବା ପୂର୍ବରୁ ତା ଦେହରେ କର୍ତ୍ତନଗୁଣ ସଂପନ୍ନ କୌଣସି ପଦାର୍ଥର (ଯଥା—କାଚର ବା ଖଦଡ଼ା ବାଲିରେ) ଚୂନା ଲଗାଇ ଦିଆଯାଏ ପରେ ସୂତା ଦେହରୁ ଅଧିକ ଚୂନା ଛଡ଼ାଇବା ପାଇଁ ଏବଂ ସୂତାକୁ ମସୃଣ କରିବାପାଇଁ କତାଆଦିରେ ତାକୁ ଘଷାଯାଏ ମାଞ୍ଜ ତିଆରି କରିବା ସମୟରେ ମଇଦା, ଅଠା, ଭାତର ବା ଚୂଡ଼ାର ମଣ୍ଡ, ଅଣ୍ଡାର ଲାଳ, ବିରିବଟା, ଘିକୁଆଁ ରୀପତ୍ରର ଶସ, ସିଝକ୍ଷୀର, ଶରିସ ଅଠା ପ୍ରଭୃତି ବ୍ୟବହାର ହୁଏ ପୁଣି ସୂତାକୁ କର୍ତ୍ତନ ଗୁଣସଂପନ୍ନ କରପିବାଲାଗି ତା ଦେହରେ ଖୁବ୍ ପତଳ କାଚଗୁଣ୍ଡ ଚିନାବାସନ ଗୁଣ୍ଡା କିମ୍ୱା ସଫା ସରୁ ଓ ଖଦଡ଼ିଆ ବାଲି ବୋଳାଯାଏ ସର୍ବଶେଷରେ ଶିପ ବୋତାମ ଛୁଞ୍ଚି, କନା ବା କତା କିମ୍ୱା କେବଳ ମାତ୍ର ନଖ ସାହାଯ୍ୟରେ ସୂତା ଦେହରୁ ଅଧିକା ଗୁଣ୍ଡତକ ପୋଛି ଦିଆଯାଏ ପରେ ସୁତା ଶୁଖିଗଲେ ତାକୁ ସାବଧାନତା ସହିତ ଚରଖିରେ ଗୁଡ଼ାଇ ରଖାଯାଏ ଏହି ମାଞ୍ଜାଦିଆ ସୂତା ବା ମାଞ୍ଜା ସୂତା ଅନ୍ୟ ସୂତାକୁ କାଟି ଦେଇ ପାରେ ପ୍ରତିଦ୍ୱନ୍ଦୀ ଘୂଡ଼ି— ଉଡ଼ାଳିମାନେ ପରସ୍ପର ସୁତାକୁ କାଟିବାକୁ ଚେଷ୍ଟା କରନ୍ତି ଏ ସୂତାରେ ଜଡ଼ିଥିବା କାଚଗୁଣ୍ଡିର ଦାଢ଼ ଅନ ସୂତାକୁ କାଟିଦିଏ ଏକ ଘୂଡ଼ିର ସୂତାଦ୍ୱାରା ଅନ୍ୟ ଘୂଡ଼ିର ସୂତାକୁ କାଟିବାକୁ 'ପେଞ୍ଚ' କହନ୍ତି ପେଞ୍ଚର ଫଳାଫଳ ମାଞ୍ଜାର ଉତ୍କୃଷ୍ଟତା ଉପରେ ଅନେକ ପରିମାଣରେ ନିର୍ଭର କରେ]

୨. ବାଲି ବା କାଚର ଗୁଣ୍ଡ ମିଶ୍ରିତ ଅଠା ବୋଳା ଯାଇଥିବା ଘୂଡ଼ିର ସୂତା —The string of paper-kite which has been hardened with gum mixed with powdered glass.

[ଦ୍ରଷ୍ଟବ୍ୟ —ମାଞ୍ଜା ଅନେକ ପ୍ରକାର ହୁଏ ଯଥା ===

୧. ଖଦଡ଼ା ମାଞ୍ଜା—ସୂତା ଦେହରେ ମାଞ୍ଜାର ମସଲା ସମାନଭାବରେ ଲାଗି ନ ଥାଏ
୨. ଗୋଲ ମାଞ୍ଜା—ସୂତା ଦେହରେ ମସଲା ଲଗାଇ ଦେବା ପରେ ତାକୁ କୌଣସି ଗୋଟିଏ ଛୋଟ ଗୋଲ ଗର୍ତ୍ତ ଭିତରେ ଟାଣିବାଦ୍ୱାରା ସୂତା ଉପରେ ଚାରିଆଡ଼େ ସମାନ ହୋଇ ଓ ଗୋଲ ହୋଇ ସମଲା ଲଗାଯାଏ ଶିପ ବୋତାମର ଛିଦ୍ର ଭିତରେ ଦେଇ ସୃତାକୁ ଚଳାଇ ଯେଉଁ ସୁତା ତିଆରି ହୁଏ ତାକୁ 'ବୋତାମ ମାଞ୍ଜା' କୁହାଯାଏ

(୩): ଟଣା ମାଞ୍ଜା—ପେଞ୍ଚ ମାରିବା ସମୟରେ ସୂତାକୁ ଟାଣି ବିପକ୍ଷ ପକ୍ଷର ଘୁଡ଼ିକୁ କାଟିବା ପାଇଁ ଯେଉଁ ମାଞ୍ଜା ଉପଯୋଗୀ

(୪): ନଖ ମାଞ୍ଜା—ଖୁବ୍ ପତଳାଭାବରେ ମସଲା ଦିଆ ଯାଇଥିବା ଓ ନଖଦ୍ୱାରା ମଜା ଯାଇଥିବା ଏକପ୍ରକାର ମାଞ୍ଜା

(୫): ବାଲି ମାଞ୍ଜା—ବାଲି ସାହାଯ୍ୟରେ ତିଆରି ମାଞ୍ଜା ଏହା ନିକୃଷ୍ଟ]