ମାଟି ଘେନିବା
ମାଟି ଘେନିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. (ହୁନ୍ଦୁଙ୍କ ପକ୍ଷର) ମଳତ୍ୟାଗ ପରେ ଗୃହ୍ୟଦ୍ୱାରାରେ, ହାତରେ ଓ ଗୋଡ଼ରେ ମାଟି ବୋଳି ଜଳଦ୍ୱାରା ମଳକୁ ପରିଷ୍କାର କରିବା —୧. (said of the Hindus) To smear earth on the anus, palms and feet and wash the body with water after passing stools
[ଦ୍ରଷ୍ଟବ୍ୟ —ହିନ୍ଦୁମାନଙ୍କର ଶାସ୍ତ୍ରରେ ଝାଡ଼ା ଫେରିବା ଓ ପରିସ୍ରା କରିବା ପରେ ଗୁହ୍ୟ, ଲିଙ୍ଗ, କରତଳ ଓ ପଦତଳରେ ମାଟି ବୋଳି ପରେ ତାହା ଜଳଦ୍ୱାରା ଉତ୍ତମରୂପେ ପରିଷ୍କୃତ କରିବା ବିଧି ଅଛି କିନ୍ତୁ ସାଧାରଣତଃ ହିନ୍ଦୁମାନେ ମଳୋତ୍ସର୍ଗ କରିବା ପରେ ମାଟି ଘେନିବାର ଦେଖାଯାଏ ରାଜସ୍ୱଳା ସ୍ତ୍ରାମାନେ ଶୁଦ୍ଧସ୍ନାନ ସମୟରେ ସର୍ବାଙ୍ଗରେ ମାଟି ଲେପିବାରେ ଦେଖାଯାଏ ଫଳତଃ ଦେହରେ ମାଟି ବୋଳିହୋଇ ପରେ ପାଣିରେ ଧୋଇଲେ ଦେହ ଖୁବ୍ ପରଷ୍କୃତ ଓ ମଳହୀନ ହୁଏ]
- ୨. (ମୁସଲମାନ୍ପକ୍ଷରେ) ମଳ ଓ ମୁତ୍ର ତ୍ୟାଗ ପରେ ଗୃହ୍ୟଦ୍ୱାରା ବା ଲିଙ୍ଗକୁ ମଳ ବା ମୁତ୍ର ହୀନ କରିବା ପାଇଁ ମାଟିରେ ଖଣ୍ଡ ଉକ୍ତ ଅଙ୍ଗରେ ପ୍ରୟୋଗ କରିବା —୨. (said of the Mahomedans) To apply a bit of earth to the anus of the mouth of the urinary organ to cleanse it after a call of nature.
[ଦ୍ରଷ୍ଟବ୍ୟ —ହିନ୍ଦୁମାନେ ସ୍ନାନ କରିବା ପୂର୍ବରୁ ମନ୍ତ୍ରପାଠପୂର୍ବକ ଦେବାରେ ମୃତ୍ତିକା ଲେପନ କରନ୍ତି ଓ ମଳତ୍ୟାଗ ପରେ ଗୁହ୍ୟଦ୍ୱାରରେ ଓ ହସ୍ତ ପଦାଦିରେ ମୃତ୍ତିକା ଲେପନ କରି ଜଳରେ ଧୁଅନ୍ତି ହିନ୍ଦୁ ସ୍ତ୍ରୀମାନେ ଋତୁସ୍ନାନ ଦିନ ଅଙ୍ଗରେ ମୃତ୍ତିକା ଲେପନ କରନ୍ତି ଏହାକୁ ମାଟି ଘେନିବା ବୋଲାଯାଏ ହିନ୍ଦୁମାନେ ପ୍ରସ୍ରାବ କରି ସାରି ଲିଙ୍ଗରେ ଜଳ ଘେନନ୍ତି, କିନ୍ତୁ ମୁସଲମାନ୍ମାନେ ଜଳ ନ ଘେନି ଶୁଖିଲା ମାଟି ଟେଳାଦ୍ୱାରା ଲିଙ୍ଗାଗ୍ରରେ ଲାଗିଥିବା ମୂତ୍ରକୁ ଛାପିଦିଅନ୍ତି]