ମାଡ଼
- ପ୍ରହାର; ପିଟା; ଛେଚା; ତାଡ଼ନ; ବାଡିଆ
- ଆଘାତ
- ମାରଣ; ହତ୍ୟା
- କୌଣସି କାର୍ଯ୍ୟର ହପ୍ପା ବା ତୋଡ଼
- ବନ୍ୟବୃକ୍ଷ ବିଶେଷ
- ପରିମାଣ; ଓଜନମାଡ଼
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ୟବୃକ୍ଷ ବିଶେଷ —୧. A species of wild tree; (Apte)
- ୨. ପରିମାଣ; ଓଜନ —୨. Weight; measure.
ଦେଶଜ - ବି—(ସଂସ୍କୃତ - ମୃଦ୍ ଧାତୁ= ମର୍ଦ୍ଦନ; ମୃ ଧାତୁ ଣିଚ୍ ମାରି ଧାତୁ)
[ସମ୍ପାଦନା]- ୧. ପ୍ରହାର; ପିଟା; ଛୋଚା; ତାଡ଼ନ; ବାଡ଼ିଆ —୧. Beating; assault.
[ଦ୍ରଷ୍ଟବ୍ୟ —ହାତ, ଗୋଡ଼ ଆଦି ଅଙ୍ଗଦ୍ୱାରା ବିଭିନ୍ନ ପ୍ରହାରର ଭିନ୍ନ ଭିନ୍ନ ନାମ ଅଛି ଯଥା, ମୁଣ୍ଡଦ୍ୱାରା ମାଡ଼—ମୁଣ୍ଡିଆ; ପାଟିଦ୍ୱାରା—କାମୁଡ଼ା; ହାତଦ୍ୱାରା ମାଡ଼— ବିଧା, ଚାପୁଡ଼ା (ଜାବୁଡ଼ା), ମୂଖୀ, ମୁଥ, ଖୁନ୍ଦା, ଲେଡ଼ା, କହୁଣିଆ, ହାବୁକା, ତଣ୍ଟିଆ, ଗଦ୍ଦନୀ, ଗଳଥା, ଧକ୍କା, ଠେଲା, ପେଲା, ଝିଙ୍କା, ଲେଡ଼ା ବାହୁଛଟା, ଶାଙ୍କୋଳି ବା କଠା ପକାଇବା, ଚିପା, କୁଣ୍ଢିଆ, ଘୋଷରା, ଓଟରା, କଚାଡ଼ିବା, ତଳେ ପକାଇବା, ପାଣି ଛଟା, ପାଣି ଇଡ଼ା, ଆଙ୍ଗୁଠିଦ୍ୱାରା— ତଣ୍ଟିଚିପା, ନାକମୋଡ଼ା, କାନ ମୋଡ଼ା, ଥୋପି, ଚେଙ୍ଗା, ଚି(ଚ)ମୁଟା, ଠଣା, ପୁଟିଆ, ଆଙ୍ଗୁଠି ଗେଞ୍ଜା, ମୁଛ ଟଣା, ଚୁଟି ଝିଙ୍କା, ଥୋଡ଼ି ଟଣା, ଗାଲ ତୋଡ଼ା; ଆଙ୍ଗୁଳେଇବା; ନଖଦ୍ୱାରା—ରାମ୍ପଡ଼ା; ଗୋଡ଼ଦ୍ୱାରା—ଗୋଇଠା, ଆଣୁଆ, ଗୋତି, ଚକଟା, ଦଳାମଳା, ଗୋଡ଼ଦ୍ୱାରା ପେଞ୍ଚ ଅନ୍ୟ ବସ୍ତୁଦ୍ୱାରା ମାଡ଼— ଜୋତା, ଖଡ଼ମ ବା କଠଉମାଡ଼, ବେତ, କାଉଁଳି ବେତ, ବାଡ଼ି, କୋରଡ଼ା, ଠେଙ୍ଗା, ଠେଙ୍ଗେଣୀ,
ଛାଟ, ପାଞ୍ଚଣ, ଡିହ, ଖୋବା, କୁନ୍ଦା, କଞ୍ଚା,ଭୁଷା, ଗୋବା, ପିଟା; ଟେକା ଓ ବୋଲୁଅ ଫୋପାଡ଼ିବା, ବାଟୁଳି ଖଡ଼ା; କଟୁରି କୁରାଢ଼ି ଆଦିର ବେଣ୍ଟ, କୁରାଢ଼ି ଆଦିର ପଶା, ରୁଲ୍ ବାଡ଼ି, ବନ୍ଧୂକ, ଧନୁ, କାଣ୍ଡ, ଗଦା, ମୁଗୁର, ଖଣ୍ଡା, କଟୁରି, କୁରାଢ଼ି, ଟାଙ୍ଗିଆ ଆଦି ଅସ୍ତ୍ର ଶସ୍ତ୍ରଦ୍ୱାରା ମାଡ଼; ତାତିଲା ଲୁହାରେ ଚଡ଼ୁ, ଚିଆଁ ଦେବା ବା ଲାଛିବା ମୁନିଆ ଶସ୍ତ୍ରଦ୍ୱାରା ବିଦାରିବା, ଫୋଡ଼ିବା, କେଞ୍ଚିବା; ପଶୁଆଦିଙ୍କ ଶିଙ୍ଘଦ୍ୱାରା ବିଦାରିବା, ଫୋଡୢବା, କେଞ୍ଚିବା; ପଶୁଆଦିଙ୍କ ଶିଙ୍ଘଦ୍ୱାରା ବିନ୍ଧିବା; ଗୋଡ଼ଦ୍ୱାରା—ନାତ, ବାଉଁଳି ନାତ ପକ୍ଷୀଆଦିଙ୍କୁ ଥଣ୍ଟା ଓ ପଞ୍ଚାଦ୍ୱାରା ଆଘାତ ଏହିପରି ନାନା ପ୍ରକାରରେ ନାନା ଉପାୟରେ ମାଡ଼ ଦିଆଯାଏ ସଂସ୍କୃତ ଶ୍ଳୋକାନୁକରଣରେ ରଚିତ ନିମ୍ନଲିଖିତ ଓ ହାସ୍ୟୋଦ୍ଦୀପକ ଓଡୢଆ ଶ୍ଳୋକରୁ କେତେଗୁଡିଏ ମାଡ଼ର ନାମ ଜଣା ପଡ଼େ:—
କୋଶାକର୍ଷଣ, ହାବୁକା, ଗଡ଼ଗଡ଼ା, ଚାପୋଡ଼. ବିଦ୍ଧା, କଡ଼ି, ଲେଡ଼ା, ନାକମୋଡ଼ା, କହୁଣି, କୋରଡ଼ା, ପାଣ୍ଢୋଇ, ଠେଙ୍ଗା ହଡ଼ି ଝିଙ୍କା, ବାହୁଛଟା, ସମର୍ଥ ଗୋଇଠା, ଚେଙ୍ଗା, ମୁଖୀ, ଚେଙ୍ଗି ବା; ଶାଙ୍କୋଳି, ତଉକାନ୍ତି, ଚାବୁକ, ଡିହ, ବେତ୍ରପ୍ରହାର ସ୍ତତଃ ମାଡ଼କୁ ମହାଦେବ ଡରନ୍ତି ଢଗ ଏହାର ଅର୍ଥ ଏହି ଯେ—ଅତି କ୍ଷମତାଶାଳୀ ଲୋକ ମଧ୍ୟ ପ୍ରହାରକୁ ଭୟ କରନ୍ତି ]
- ୨. ଆଘାତ —୨. Stroke.
[ଉ—ପଥର ମାଡେ଼ ଯେ ଦେଖିଲା ଯମପୁରୀ କୃଷ୍ମସିଂହ. ମହାଭାରତ ବନ ]
- ୩. ମାରଣ; ହତ୍ୟା —୩. Sleughter.
- ୪. କୌଣସି କାର୍ଯ୍ୟର ହପ୍ପା ବା ତୋଡ଼ —୪. A paroxysm; a fit; a heat