ମାଡ଼ି
ଦେଖଣା
ମାଡ଼ି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ମାଡ଼ି
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ରାଜପ୍ରାସାଦ —A palace (Apte).
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାଢ଼ୀ=ଦନ୍ତବେଷ୍ଟ)
[ସମ୍ପାଦନା]- ୧. ମାଢୀ; ଦନ୍ତବେଷ୍ଟ; ଦାନ୍ତର ମୂଳ —୧. The gum.
- ୨. (ସଂସ୍କୃତ - ମୃଦ୍ ଧାତୁ) ଲମ୍ୱା କାଠ ଆଦି ରଖିବା ପାଇଁ ପ୍ରଥମେ ଭୁଇଁ ଉପରେ ଆଡ଼ବାଗରେ ଯେଉଁ ଛୋଟ କାଠ ଦୁଇଖଣ୍ଡ ରଖାଯାଏ —୨. Wedges or cross—pieces put on the ground over which are laid long timbers etc.
- ୩. ଶ୍ମଶାନରେ ଶବଦାହ କରିବାପାଇଁ ପ୍ରଥମେ ଯେଉଁ କାଠର ବଡ଼ ବଡ଼ ଦୁଇଟା ରଖାଯାଇ ତା ଉପରେ ସୁନ୍ଥାଣି କାଠ ଖଞ୍ଜାଯାଏ —୩. Two big trunks laid on the ground over which smaller logs are put crosswise for cremation.
- ୪. ମୁର୍ଦ୍ଦାରକୁ ଚିତା ଉପରେ ମୁହଁ ମଡାଇ ଶୁଆଇ ଦେବା ପରେ କାଳେ ଅଗ୍ନି ଲାଗିବା ପରେ ତାହାର ମୁଣ୍ଡ ଉପରଆଡ଼କୁ ଛାଟି ହୋଇ ଉଠିଯିବ, ଏହି ଆଶଙ୍କାରେ ତାହାର ବେକ ଉପରେ କାଠର ଯେଉଁ ବଡ଼ ଗଡ଼ଟାଏ ମଡ଼ାଇ ଦିଆଯାଏ; ବେକମାଡ଼ିକାଠ —୪. A big log of wood put over the neck of a corpse when it is laid on the funeral pyre with the face towards the ground.
- ୫. ପଥର ଆଦି କୌଣସି ଖୁବ୍ ଭାରି ପଦାର୍ଥକୁ ଭୂମିରେ ଗଡାଇ ନେବାକୁ ହେଲେ ଭୂମି ଉପରେ ଯେଉଁ ଲମ୍ୱ କାଠ ବା ବାଉଁସ ପକାଯାଏ ଓ ଯାହା ଉପରେ ଉକ୍ତ ଭାରି ଜିନିସକୁ ସହଜରେ ଗଡ଼ାଇ ନିଆଯାଇ ପାରେ —୫. A long lever or rod which is put on the ground over which a very heavy stone is rolled.
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]ଆବୋରି; ଅଧିକାର କରି — Occupying.
(ଉ—ବସିଲେ ସଭା ମାଡ଼ି କରେ ଧରି ନିଶ କୃଷ୍ଣସିଂହ ମହାଭାରତ ଆଦି)