Jump to content

ମାଡ଼ି ଆସିବା

ଉଇକିଅଭିଧାନ‌ରୁ

ମାଡ଼ି ଆସିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପ୍ରବଳ ବେଗରେ ଅଗ୍ରସର ହେବା — ୧. To advance swiftly and violently.

(ଉ—ପ୍ରବଳ ବେଗରେ; ଘୋର ବୃଷ୍ଟିକାଳ, ଆସିଲା ସଂସାରେ ମାଡ଼ି ନନ୍ଦକିଶୋର ନିଝରିଣା)

[ ପ୍ରୟୋଗ— ନଈବଢ଼ି ମାଡ଼ି ଆସୁଛି; ଘର ପୋ଼ଡ଼ିର ନିଆଁ ମାଡ଼ି ଆସୁଛି, ବର୍ଷା ମାଡ଼ି ଆସୁଛି, ଶତ୍ରୁ ସୈନ୍ୟ ମାଡ଼ି ଆସୁଛନ୍ତି ]

୨. ସର୍ବତ୍ର ବ୍ୟାପିବା —୨. To overspread; to be diffused.

(ଉ—ଧୂମାକାରେ ଦୂରେ ପର୍ବତର ଛାଇ, ମାଡୢ ଆସୁଅଛି ତଳସ୍ଥଳ ଛାଇ ରାଧାନାଥ. ନନ୍ଦିକେଶ୍ୱରୀ)

୩. ବିଛଣା ଆଦିରେ ବା କୌଣସି ସ୍ଥାନରେ କ୍ଷଣମାତ୍ର ପାଦ ଦେଇ ସେଠାରୁ ଚାଲି ଆସିବା —୩. To come away from a place or a bed shortly after stepping on it.

(ଯଥା—ବେଦୀକର୍ମ ସରୁ ସରୁ ରାତି ଭୋର ହୋଇ. ଯିବାରୁ ବରକନ୍ୟା ମାତ୍ର ମଧୁଶଯ୍ୟା ମାଡ଼ି ଆସିଲେ)