Jump to content

ମାଣ

ଉଇକିଅଭିଧାନ‌ରୁ

ମାଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମା. ଧାତୁରୁ ଉତ୍ପନ୍ନ 'ମାନ')

[ସମ୍ପାଦନା]
୧। ପଚିଶ ଗୁଣ୍ଠ ପରିମିତ ଜମି

[ଦ୍ରଷ୍ଟବ୍ୟ —୧ ବାଟି= ୨ ମାଣ, ୧ ମାଣ= ୨୫ ଗୁଣ୍ଠ, ୧ ଗୁଣ୍ଠ=୧୬ ବିଶ୍ଠା ଦୀର୍ଘ । ପ୍ରତି ୨ ପଦିକା ହେଲେ ଏକମାଣ ଜମି ହୁଏ, କିନ୍ତୁ ପଦିକାର ଲମ୍ୱର ତାରତମ୍ୟ ଅନୁସାରେ ମାଣର ପରିମାଣର ତାରତମ୍ୟ ହୁଏ । ୨୪ ଦସ୍ତିଆ ମାଣ=ଏକ ଏକର=ପ୍ରାୟ ୨୩ ବିଘା । ବାର ଦସ୍ତି ପଦିକା =୧୪ ଏକର । ଚବିଶ ଦସ୍ତି ପଦିକା=୬ ହାତ । ୧ କାଣି =୬ ହାତ= ୨୨ ଆଙ୍ଗୁଳ । ମାଣର ସାଙ୍କେତିକ 'ମା'; ଯଥା—ଏକମାଣ ଜମି=ମା୧]

୨। ଏକ ଗଉଣୀର ୧୨: ଭାଗର ଏକ ଭାଗ; ଶସ୍ୟର ପରିମାଣ

[ଦ୍ରଷ୍ଟବ୍ୟ —୧ ଭରଣ =୨୦ ଗଉଣୀ; ୧ ଗଉଣୀ=୧୨ ମାଣ । ଗଉଣୀର ତାରତମ୍ୟ ଅନୁସାରେ ମାଣର ତାରତମ୍ୟ ହୋଇଥାଏ । କିନ୍ତୁ ୩ କଟକୀ ସେରିଆ ଗଉଣୀ=୧୨ ମାଣ । ୪ ସେରିଆ ଗଉଣୀ = ୧୩ ମାଣ । ୬ ସେରିଆ ଗଉଣୀ = ୧୪ ମାଣ ]

୩। ମାଣେ ପରିମିତ ଶସ୍ୟାଦି ମପାଯିବା ପାତ୍ର ।

[ଉ—ଗୋପୀ ବୋଲନ୍ତି କୃଷ୍ଣ ଶୁଣ ଘର ଭିତରୁ ମାଣ ଆଣ ।—ଜଗନ୍ନାଥ. ଭାଗବତ ]

୪। କେଉଟମାନଙ୍କ ଚୁଡ଼ାକୁଟା ଢିଙ୍କିମୁଣ୍ଡାରେ ଥିବା ଗର୍ତ୍ତ ବା ଭରାଣ୍ଡି।
୫। (ମାନକ ସଂସ୍କୃତ) ମାଣସାରୁ (ହରେକୃଷ୍ଣ. ଦ୍ରବ୍ୟଗୁଣ)

ଅନୁବାଦ

[ସମ୍ପାଦନା]

ପ୍ରାଦେଶିକ - (ଗଡ଼ଜାତ)ବି

[ସମ୍ପାଦନା]
୧. ଶସ୍ୟାଦିର ମାପବିଶେଷ; ୪୨: ଟଙ୍କା ଓଜନର ପରିମାଣ; ଅଧସେର — ୧. Half a seer.
୨. ୧ ବିଶା; ୧୨: ବା ୧୫: ତୋଳା —୨. One Biṡā, ୧୨୦ or ୧୫୦ Toḻās.