Jump to content

ମାଣିକୀ ଗଉଡୁଣୀ

ଉଇକିଅଭିଧାନ‌ରୁ

ମାଣିକୀ ଗଉଡୁଣୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉତ୍କଳର ଇତିହାସପ୍ରସିଦ୍ଧା ଗୋଟିଏ ଗଉଡୁଣୀ —A milkmaid famous in the history of Orissa.

[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ଉତ୍କଳର ରାଜା ପୁରୁଷୋତ୍ତମଦେବ ଯେତେବେଳେ କାଞ୍ଚିରାଜାଙ୍କ କୃତ ଅବମାନନାର ପ୍ରତିଶୋଧ ନେବା ପାଇଁ କାଞ୍ଚିରାଜ୍ୟକୁ ଆକ୍ରମଣ କରିବାକୁ ଦ୍ୱିତୀୟ ଥର ଯୁଦ୍ଧଯାତ୍ରା କରୁଥିଲେ, ତାଙ୍କ ଆଗେ ଆଗେ ଖଣ୍ଡଦୂର ଛଡ଼ାରେ ଜଗନ୍ନାଥ ଓ ବଳଭଦ୍ର ଠାକୁର ଯଥାକ୍ରମେ କଳା ଘୋଡ଼ା ଓ ଧଳା ଘୋଡା ଚଢି ଯାଉ ଥାଆନ୍ତି; ବାଟରେ ମାଣିକୀ ଗଉଡୁଣୀ ଦହି ବିକୁଥିଲା; ଏ ଦୁଇ ଜଣ ଅଶ୍ୱାରୋହୀ ତା ଠାରୁ ଦହି ଖାଇଲେ, ମାଣିକୀ ତାଙ୍କୁ ଦହିର ମୂଲ୍ୟ ମାଗିବାରୁ ସେମାନଙ୍କଠାରେ ଅର୍ଥ ନ ଥିବାର କହି ଜଗନ୍ନାଥେ ମାଣିକୀକୁ ତାଙ୍କ ହାତରେ ଥିବା ନାମାଙ୍କିତ ମୁଦିଟି (ଯାହା କି ବଡ ଦେଉଳରେ ଜଗନ୍ନାଥଙ୍କ ପ୍ରତିମାଙ୍କଠାରେ ଲାଗି ହୋଇ ଥାଏ ତାହା) ଦେଲେ ଓ କହିଲେ ଯେ, କିଛିକ୍ଷଣପରେ ଏ ବାଟେ ଯେଉଁ ରାଜା ସୈନ୍ୟ ସହିତ ଆସିବେ, ତାଙ୍କ ଏ ମୁଦିଟି ଦେଲେ ସେ ମାଣିକୀକୁ ଦହିର ଦାମ ଦେବେ ଏହା କହି ଅଶ୍ୱାରୋହୀ ଦୁହେଁ ଆଗଭର ହେଲେ ମାଣିକୀ ସେହିଠାରେ ଅପେକ୍ଷା କଲା କିଛିକ୍ଷଣ ପରେ ରାଜ ପୁରୁଷୋତ୍ତମଦେବ ଦଳବଳ ସହ ସେହିଠାରେ ପହଞ୍ଚିବାରୁ ମାଣିକୀ ସେହି ମୁଦିଟି ଦେଖାଇ ରାଜାଙ୍କୁ ଦହିର ଦାମ ମାଗନ୍ତେ, ରାଜା ସେ ମୁଦିଟି ଜଗନ୍ନାଥଦେବଙ୍କର ଥିବାର ଦେଖି ଅତି ବିସ୍ମିତ ହୋଇ ପଚାରିବାରୁ ମାଣିକୀ ସେ ଦୁଇ ଜଣ ଅଶ୍ୱାରୋହୀ (ରାଉତ)ଙ୍କର ରୂପଆଦି (ବଡ ଜଣକ ଗୋରା ଓ ସାନ ଜଣକ କଳା ଥିବା) ବର୍ଣ୍ଣନା କଲା ଏଥିରେ ରାଜା କୃତକୃତ୍ୟ ହୋଇ ଜାଣିଲେ ଯେ ଜଗନ୍ନାଥ ଓ ବଳଦେବ ସ୍ୱୟଂ ଅଶ୍ୱାରୋହୀ ଯୋଦ୍ଧା ବେଶରେ ତାଙ୍କ ଆଗେ ଆଗେ କାଞ୍ଚି ବିଜୟ ଉଦ୍ଦେଶ୍ୟରେ ଯାଉଅଛନ୍ତି ମାଣିକୀକୁ ରାଜା ବହୁତ ପୁରସ୍କାର ଦେଲେ ଓ ସେଠାରେ 'ମାଣିକୀ ପଟଣା' ନାମରେ ଗୋଟିଏ ଗ୍ରାମ ବସାଇଲେ ରାଜା ଏହି ଶକୁନଦ୍ୱାରା ଉତ୍ସାହିତ ହୋଇ ଯୁଦ୍ଧ କରି କାଞ୍ଚିରାଜାଙ୍କୁ ପରାସ୍ତ କରି ତାଙ୍କ ଜେମା ପଦ୍ମାବତୀଙ୍କୁ ଆଣିଲେ ]