ମାଣ୍ଡବ୍ୟ
ଦେଖଣା
ମାଣ୍ଡବ୍ୟ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ନାମ)
[ସମ୍ପାଦନା]ଋଷିବିଶେଷ —Name of a sage.
[ଦ୍ରଷ୍ଟବ୍ୟ —ଏ ତପସ୍ୟାରେ ସିଦ୍ଧ ହୋଇଥିଲେ ଏକଦା ଏ ସମାଧିମଗ୍ନ ଥିବା ଅବସ୍ଥାରେ କେତେଗୁଡିଏ ଚୋର ଆସି ଏହାଙ୍କ ଆଶ୍ରମରେ ଲୁଚିଲେ ଚୋରଙ୍କୁ ଧରିବା ପାଇଁ ପଛରେ ଗୋଡାଉଥିବା ରାଜଦୁତ— ମାନେ ଆସି ଚୋରମାନଙ୍କ ସଙ୍ଗେ ଏହାଙ୍କ ମଧ୍ୟ ରାଜ— ଦ୍ୱାରକୁ ଚୋର ବୋଲି ବିଚାରି ନେଇଗଲେ ଏ ପୂର୍ବବତୁ ଧ୍ୟାନମଗ୍ନ ଥାଆନ୍ତି ବିଚାରରେ ଏହାଙ୍କୁ ଚୋରଙ୍କ ସଙ୍ଗରେ ଶୁଳୀ ଦଣ୍ଡ ଆଦେଶ ହେଲା ରାଜପୁରୁଷମାନେ ନେଇ ଏହାଙ୍କ ଶୁଳୀରେ ବସାଇ ଦେଲେ; କିନ୍ତୁ ଏ ସମାଧିସ୍ଥ ଥିବାରୁ ତାହାଙ୍କର ମୃତ୍ୟୁ ହେଲା ନାହିଁ ଓ ଶୂଳୀ ଉପରେ ତଦବସ୍ଥ ହୋଇ ବସି ରହିଲେ ଇତ୍ୟବସରରେ ରାଜ—
ପୁରୁଷମାନେ ଏହାଙ୍କୁ ନିର୍ଦୋଷ ତପସ୍ୱୀ ବୋଲି ବୁଝି ପାରି ଏହାଙ୍କୁ ଶୂଳୀରୁ ଉଠାଇ ଦେଲେ ତତ୍ପରେ ଏ କି ନିମନ୍ତେ ଶୂଳୀ ଦଣ୍ଡ ଭୋଗ କଲେ ଏହା ଜାଣିବା ପାଇଁ ଋଷି ଧର୍ମ— ରାଜଙ୍କୁ ପଚାରିବାରୁ ଧର୍ମରାଜ କହିଲେ ଯେ ଏ ଶୈଶବ କାଳରେ କ୍ରୀଡାଚ୍ଛଳରେ ଗୋଟିଏ ପତଙ୍ଗର ଗୃହ୍ୟଦେଶରେ ଗୋଟିଏ କଣ୍ଟା ଫୋଡ଼ି ଦେଇଥିଲେ ବୋଲି ତହିଁର ଦଣ୍ଡ ସ୍ୱରୂପ ଏହାଙ୍କୁ ଶୂଳବେଧ ଯନ୍ତ୍ରଣା ଭୋଗ କରିବାକୁ ପଡ଼ିଲା ]