ମାଧବୀ
ଦେଖଣା
ମାଧବୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାଧବୀ
|
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମଧୁ+ଅ+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ପ୍ରସିଦ୍ଧ ପୁଷ୍ପଲତା — ୧. A flowering creeper; the spring creeper; Hiptage madablata; Jasminum Arborescens; Clustered Hiptage; (Kirtikar)
[ଦ୍ରଷ୍ଟବ୍ୟ —ଏହାର ପ୍ରତି ଗଣ୍ଠିରୁ ଦୁଇଟି ଲେଖାଏଁ ଡ଼ାଳ ବାହାରେ ଏହାର ଫୁଲ ଧଳା ଓ ହଳଦିଆ ଫୁଲର ଗନ୍ଧ ଅତି ମୃଦୁ ମଧୁର ଫୁଲର ତିନୋଟି ପକ୍ଷ ଥାଏ ଏହାର ମୂଳ, ଚେର ଓ ପତ୍ର ଔଷଧରେ ଲାଗେ (କୀର୍ତ୍ତିକାର); ବୈଦଶାସ୍ତ୍ର ମତରେ ଏହା ତିକ୍ତ ମଧୁର କଷାୟ ରସ, ଲଘୁ, ଶୀତବୀର୍ଯ୍ୟ, ତ୍ରିଦୋଷନାଶକ,
ମଦଗନ୍ଧ, ଦାହ ଓ ବ୍ରଣନାଶକ—ଦ୍ରବ୍ୟଗୁଣ]
- ୨. ତୁଳସୀ —୨. The holy Basil plant.
- ୩. ଦୂର୍ଗା — ୩. Durgā.
- ୪. ଲକ୍ଷ୍ମୀ —୪. Lakshmī.
[ଉ— ମାଧବୀକି ଚାହିଁ ମାଧବୀ ବୋଲନ୍ତେ ଏହି ମଧୁପୁର ଭାଷଇ— ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]
- ୫. ମଧୁଜାତ ମଦିରା — ୫. Wine made from honey.
- ୬. ମଧୁଶର୍କରା — ୬. Sugar made from honey.
- ୭. ମହାବ୍ୟାଧି କୁଷ୍ଠରୋଗ —୭. Leprosy.
- ୮. ଓଡ଼ବ ଜାତିର ରାଗିଣୀବିଶେଷ —୮. Name of a musical air.
- ୯. କୁଟଣୀ (ହିନ୍ଦୀ - ଶ) —୯. Aprocuress bawd (Apte).
- ୧. ମିଶ୍ରୀ —୧୦. Candied sugar (Apte).
- ୧୧. ଗୋଧନରେ ଧନବର୍ତ୍ତା ——୧୧. Affluence in cattle (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀମାନଙ୍କୁ ଦିଆଯିବା ନାମ —Name given to females.