ମାଧୁର୍ଯ
ଦେଖଣା
ମାଧୁର୍ଯ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମଧୁର+ଯ)
[ସମ୍ପାଦନା]- ୧. ମଧୁରତା; ମାଧୁରୀ — ୧. Sweetness.
- ୨. ଲାବଣ୍ୟ; ରୂପର ଅନିର୍ବାଚ୍ୟତା —୨. Loveliness; attractive, beauty.
- ୩. ଦୟା; ଦାକ୍ଷିଣ୍ୟ —୩. Kindness; amiability.
- ୪. କାବ୍ୟର ଗୁଣ ବିଶେଷ; କାବ୍ୟର ଯେଉଁ ଗୁଣ ଥିଲେ ଶ୍ରବଣ ମାତ୍ରକେ ଚିତ୍ତ ଆର୍ଦ୍ର, ଭାବମୟ ଓ ଦ୍ରବୀଭୂତ ହୁଏ —୪. Elegance of style in literature, which melts the hearts of the hearers.
[ଦ୍ରଷ୍ଟବ୍ୟ —ଏହା ଆଦି, କରୁଣ, ବିପ୍ରଲମ୍ଭ ଓ ଶାନ୍ତ ରସରେ ଅପେକ୍ଷାକୃତ ଅଧିକ ଅନୁଭୂତ ହୁଏ ମାଧୁର୍ଯ୍ୟ— ବ୍ୟଞ୍ଜକ ବର୍ଣ୍ଣ, ଯଥା—ଟ ବର୍ଗ ବ୍ୟତିତ ଯେ କୌଣସି ବର୍ଗର ବଞ୍ଚମ ବର୍ଣ୍ଣ ଯେବେ ସେହି ବର୍ଗର ପ୍ରଥମ, ଦ୍ୱିତୀୟ, ତୃତୀୟ ବା ଚତୁର୍ଥ ବର୍ଣ୍ଣ ସଙ୍ଗେ ସଂଯୁକ୍ତ ହୁଏ ଏବଂ ଣ ଓର ଯେବେ ଅସଂଯୁକ୍ତ ହୁଏ ଏବଂ ରଚନା ଯେବେ ସମାସବିହୀନ ବା ଅଳ୍ପ ସମାସଯୁକ୍ତ ହୁଏ, ତାହାହେଲେ ସେହି ସବୁ ବର୍ଣ୍ଣ ବା ରଚନା ରସବିଶେଷରେ ମାଧୁର୍ଯ୍ୟ ବ୍ୟକ୍ତ କରେ
ଯଥା—ବନ ଦେବୀଙ୍କର ଅଭିସାର ଲୀଳା ଚଳୁଥାଇ ଅବିରତେ, ଚନ୍ଦ୍ରାଲୋକେ ଯାର ଅଭ୍ର ତାରକିତ ବିଶାଳ ଶୁଭ୍ର ସୈକତେ ତରୁ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି; ଯୋଗୁଁ କୁଞ୍ଜ ପୁଞ୍ଜେ ଅନ୍ଧାରିତ ଯାର ଠାବେ ଠାବେ ନୀର ବେଣୀ ରାଧାନାଥ. ଯଯାତି ]