ମାଧୋଇ
ଦେଖଣା
ମାଧୋଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମାଧବ ବା ଶ୍ରାକୃଷ୍ଣଙ୍କୁ ସ୍ନେହସମ୍ୱୋଧନ — ୧. A term of endearment used to Ṡrīkṛushṇa.
- ୨. ଚୈତନ୍ୟ ଦେବଙ୍କ ସମସାମୟିକ ନଦିଆନିବାସୀ ବ୍ୟକ୍ତିଙ୍କ ନାମ —୨. Name of one of the two wicked brothers of Nadiā who were changed from their ways of sin to devotion by Chaitanya Deb and Nityānanda.
[ଦ୍ରଷ୍ଟବ୍ୟ —ଏ ଜଗାଇ ବା ଜଗେଇଙ୍କ ଭାଇ ଥିଲେ ଏ ଦୁଇ ଭାଇ ଘୋର ପାଷାଣ୍ଡ, ପାପୀ, ମଦ୍ୟାପାୟୀ ଏବଂ ଅତ୍ୟାଚାରୀ ଥିଲେ; ନିରୀହ ବ୍ୟକ୍ତିଙ୍କୁ ଓ ବିଶେଷତଃ ବୈଷ୍ଣବମାନଙ୍କୁ ଦେଖିଲେ ସେମାନଙ୍କ ଉପରେ ନାନା ଅତ୍ୟାଚାର କରୁଥିଲେ ଦିନେ ସାଧୁ ହରିଦାସ ଓ ନିତ୍ୟାନନ୍ଦ ମହାପ୍ରଭୁ ସଂକୀର୍ତ୍ତନ କରି ନଗରଭ୍ରମଣରୁ ଫେରିବା ସମୟରେ ଏ ଦୁଇ ଭାଇଙ୍କ ହାବୁଡ଼ରେ ପଡ଼ିଲେ ଓ ମାଧୋଇ ନିତ୍ୟାନନ୍ଦଙ୍କ ଉପରକୁ ଗୋଟାଏ ଭଙ୍ଗା ମାଠିଆର ଖପରା ଫୋଫାଡ଼ିବାରୁ ତାହା ତାଙ୍କ ମୁଣ୍ଡରେ ବାଜି, ମୁଣ୍ଡ ଫାଟି ଝର ଝର ରକ୍ତ ବୋହିଲା; କିନ୍ତୁ ଜଗାଇ ତାକୁ ନିବାରଣ କଲା ଶ୍ରୀଚୈତନ୍ୟ ଏହା ଶୁଣିପାରି ସଦଳ ସେଠାକୁ ଆସି ସଂକୀର୍ତ୍ତନ ଆରମ୍ଭ କଲେ ଓ ସଂକୀର୍ତ୍ତନ ପ୍ରଭାବରେ ଏ ଦୁଇ ଭାଇଙ୍କ ହୃଦୟ ଦ୍ରବୀଭୂତ ହେଲା ଓ ଦୁଇ ଭାଇ ମହାଭକ୍ତ ଓ ପରମ ସାଧୁ ବୈଷ୍ଣବ ହେଲେ]
- ୩. ମାଧବର ଡାକ ନାମ —୩. A name for calling Madhaba.