Jump to content

ମାନିଆଁ

ଉଇକିଅଭିଧାନ‌ରୁ

ମାନିଆଁ

ଉଚ୍ଚାରଣ

[ସମ୍ପାଦନା]
(ମନେ[ନୋ]ଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]
୧. (ସଂସ୍କୃତ - ମାନୀ) ଅଭିମାନୀ — ୧. Prone to take offence at small things.
୨. ଯେ ଗୁରୁଜନ ଆଦିଙ୍କୁ ସମ୍ମାନ ଦେଖାଏ —୨. Showing respect to elders.

[ଉ—ଅମାନିଆଁ ପୁଅ କଣରେ ପଶେ, ମାନିଆଁ ପୁଅ କୋଳରେ ବସେ ଢଗ]

୩. (ପୁଂ. ଓ ସ୍ତ୍ରୀ; ସଂସ୍କୃତ - ମାନ୍ୟ) ମାନ୍ୟ; ମାନନୀୟ (ବ୍ୟକ୍ତି) —୩. Respectable.
୪. ଭକ୍ତ; ଯେ ରାଜ ଆଦିଙ୍କ ବଶବର୍ତ୍ତୀ ହୋଇ ଚଳେ —୪. Loyal; devoted.

[ଉ—ନୃପତିହିତେ ଆମ୍ଭେ କରିବୁଁ ସବୁ କାର୍ଯ୍ୟ, ରାଜାମାଜିଆ ହୋଇ ରହିବୁଁ ଆମ୍ଭ ରାଜ୍ୟ ପୀତାମ୍ୱର ନୃସିଂହପୁରାଣ]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଏକ ପ୍ରକାର ଫୁଲ ଗଭା —୧. A kind of nosegay.

[ଉ—ଦଳମାନ ହରିକରି ସେବତୀ; ଗୁନ୍ଥୁଅଛି ମାନିଆ କେ ଯୁବତୀ ଭଞ୍ଜ. ଲାବଣ୍ୟବତୀ]

୨. ବାଉଁଶ ଟୋକାଇ —୨. Bamboo basket.

ଅନୁବାଦ

[ସମ୍ପାଦନା]

କ୍ରି.ବିଶେଷଣ -

[ସମ୍ପାଦନା]
୧. (ନିର୍ଦ୍ଦିଷ୍ଟ ସମୟ) ପାଇଁ; ସକାଶେ — ୧. For (a fixed line)

(ଯଥା—ତୁମେ ଦିନକ ମାନିଆଁ କଟକ ଆସିବ)

୨. (ନିର୍ଦ୍ଦିଷ୍ଟ ସଂଖ୍ୟକ ବ୍ୟକ୍ତିଙ୍କ ପାଇଁ) ଯଥେଷ୍ଟ ହେବା ପ୍ରକାରେ —୨. In a manner or quantity sufficient for (a number of persons).

[ଉ—ମହାନ୍ତିଏ ସଖାଳୁ ଉଠି ଦୁଇ ଜଣ ମାନିଆ ଚାଉଳ ମାଣର ଠିକ୍ କଣ୍ଟରେ ମାପି ଦେଇଯାନ୍ତି ଫକୀରମୋହନ ଗଳ୍ପସ୍ୱଳ୍ପ]