ମାନ୍ଧାତା
ମାନ୍ଧାତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି—(ମାଂ=ମୋତେ+ଧେ ଧାତୁ=(ଦୁଗ) ପାନ କରିବା +କର୍ତ୍ତୃ. ତୁ; ମନ୍ଧାତୃ ଶବ୍ଦ; ୧ମା,. ୧ବ)
[ସମ୍ପାଦନା]ଜଣେ ସୂର୍ଯ୍ୟବଂଶୀୟ ସମ୍ରାଟ —Name of ancient emperor of the solar dynasty.
[ଦ୍ରଷ୍ଟବ୍ୟ —କଥିତ ଅଛି ଯେ ରାଜା ଯୁବନାଶ୍ୱ ଅପତ୍ୟହୀନ ହେବାରୁ ଋଷିମାନଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରାଇଲେ ଗୋଟିଏ ଘଡ଼ିରେ ଗର୍ଭଧାରଣାର୍ଥ ଅଭିମନ୍ତ୍ରିତ ଜଳ ଯଜ୍ଞ ବେଦୀରେ ରଖି ଯାଜ୍ଞିକମାନେ ଶୋଇ ପଡ଼ିଲେ ଏହି ସମୟରେ ଯବନାଶ୍ୱଙ୍କୁ ଖୁବ୍ ଶୋଷ କରିବାରୁ ସେ ଅଜାଣତରେ ଯଜ୍ଞ ବେଦୀରେ ଥିବା ଉକ୍ତ ଅଭିମନ୍ତ୍ରିତ ଜଳକୁ ପିଇ ଦେଲେ ଓ ଫଳତଃ ଯୁବନାଶ୍ୱ ଗର୍ଭଧାରଣ କଲେ ଯୁବନାଶ୍ୱ ରାଜାଙ୍କର ଗର୍ଭର ଦକ୍ଷିଣ ପାର୍ଶ୍ୱରୁ ମାନ୍ଧାତା ଜନ୍ମ ହେଲେ ସେହି ସମୟରେ ମୁନି— ମାନେ ଇନ୍ଦ୍ରକୁ ପଚାରିଲେ; ଏ ବାଳକ କଅଣ ପାନ କରି ବଞ୍ଚିବ? ଇନ୍ଦ୍ର କହିଲେ 'ମାଂ ଧାସ୍ୟତି', ଅର୍ଥାତ୍ ସେ ମୋଠାରୁ ସ୍ତନ୍ୟ ପାନ କରିବେ, ଅର୍ଥାତ୍ ମୋ ଆଙ୍ଗୁଠିକୁ ଚୁଚୁମି ସେଥିରୁ ବାହାରିବା ଦୁଗ୍ଧବତ୍ ରସ ପାନ କରିବ ଏଥିପାଇଁ ଏହାଙ୍କ ନାମ ମାନ୍ଧାତା ହେଲା ଏ ଖୁବ୍ ପ୍ରତାପୀ ଚକ୍ରବର୍ତ୍ତୀ ରାଜା ଥିଲେ ଏହାଙ୍କ ରାଜଧାନୀ ଅଯୋଧ୍ୟାରେ ଥିଲା ଶଶବିନ୍ଦୁଙ୍କ କନ୍ୟା ବିନ୍ଦୁମତୀଙ୍କୁ ଏ ବିବାହ କରିଥିଲେ ଏହାଙ୍କ ୩ ପୁତ୍ରଙ୍କ ନାମ ମୁଚୁକୁନ୍ଦ, ପୁରୁକୁତ୍ସ, ଓ ଅମ୍ୱରୀଷ ଏହାଙ୍କ ୫ କନ୍ୟା ହୋଇଥିଲେ ମାନ୍ଧାତା ଦିଗ୍ୱିଜୟପୂର୍ବକ ସୁମେରୁ ପର୍ବତରେ ରାବଣକୁ ଭେଟିଲେ ଯୁଦ୍ଧରେ ଦୁହେଁ ସମବଳ ହେବାରୁ ଦୁହେଁ ସଖ୍ୟସୂତ୍ରରେ ଆବଦ୍ଧ ହେଲେ ଏ ସସାଗରା ପୃଥିବୀକୁ ଜୟ କରି ସ୍ୱର୍ଗଜୟକାମନାରେ ଅମରାବତୀରେ ଉପସ୍ଥିତ ହେବାରୁ ଇନ୍ଦ୍ର ଏହାଙ୍କୁ ମଧୁତନୟ ଲବଣ ସଙ୍ଗେ ଯୁଦ୍ଧ କରିବାକୁ ପଠାଇଲେ ଓ ଲବଣ କ୍ଷିପ୍ତ ଶୂଳରେ ଏ ନିହିତ ହେଲେ]