ମାନ୍ୟବରେଷୁ
ଦେଖଣା
ମାନ୍ୟବରେଷୁ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ମାନ୍ୟବର ଶବ୍ଦର ୭ମୀ ବିଭକ୍ତି ବହୁବଚନ; ମାନ୍ୟାର୍ଥେ ବହୁବଚନ ପ୍ରୟୋଗ)
[ସମ୍ପାଦନା]ଯେଉଁ ମାନନୀୟ ବ୍ୟକ୍ତିଙ୍କ ବା ସ୍ନେହାସ୍ପଦ ବ୍ୟକ୍ତିଙ୍କ ନିକଟକୁ ପତ୍ର ଲେଖା ଯାଉଥାଏ ତାଙ୍କ ନାମ ଲେଖି ନାମ ଶେଷରେ ଏହି ଶବ୍ଦ ଓ ସମ୍ମାନର୍ଥକ ବା ସ୍ନେହସୂଚକ ଅନ୍ୟ ଶବ୍ଦ ମାନ ୭ମୀ ବିଭକ୍ତି ବହୁବଚନରେ ପତ୍ରର ଶିରୋନାମାରେ ବ୍ୟବହାର କରାଯାଏ) ଅମୁକ ମାନ୍ୟବରଙ୍କଠାରେ (ଏହି ନିବେଦନ) —A Term added to the name of a person, and written on the heading of a letter, meaning; "unto the very honourable"
(ଉ— ଶ୍ରୀଯୁକ୍ତ ଶ୍ରୀ ରାମଚନ୍ଦ୍ର ରଥ ମହୋଦୟ ମାନ୍ୟବରେଷୁ)
[ସମ୍ମାନର୍ଥକ ଅନ୍ୟ ଶବ୍ଦମାନଙ୍କର ୭ମୀ ବିଭକ୍ତି ବହୁ ବଚନ ଆକାର ମଦ୍ୟ ଏହି ସ୍ଥଳରେ ବ୍ୟବହୃତ ହୁଏ; ଯଥା ସମ୍ମାନାସ୍ପଦେଷୁ, ମହନୀୟ ଚରିତେଷୁ, ଉଦାର ହୃଦୟେଷୁ ଅଗ୍ରଜ ପ୍ରତିମେଷୁ, ପୂଜନୀୟଷୁ, ସ୍ନେହାସ୍ପଦେଷୁ, ଶ୍ରଦ୍ଧା ସ୍ପଦେଷୁ; ପିତୃକଳ୍ପେଷୁ]