ମାନ ସରୋବର
ମାନ ସରୋବର
ଉଚ୍ଚାରଣ
[ସମ୍ପାଦନା](ମାନସରୋବର—ସଂସ୍କୃତ - ରୂପ)
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାନସ ସରୋବର)
[ସମ୍ପାଦନା]ମାନସ ନାମକ ହିମାଳୟର ଉତ୍ତରଦେଶସ୍ଥ ହ୍ରଦଦ୍ୱୟ — Name of a couple of lakes to the north of the Himalayas; the Manasarobara lakes.
[ଦ୍ରଷ୍ଟବ୍ୟ —ଏହା ପ୍ରକୃତରେ ଦୁଇଟି ହ୍ରଦ, ଗୋଟିଏ ହ୍ରଦ ଅନ୍ୟ ହ୍ରଦର ପଶ୍ଚିମରେ ଅବସ୍ଥିତ ପୂର୍ବପାର୍ଶ୍ୱସ୍ଥ ହ୍ରଦଟି ବଡ଼ ଓ ପଶ୍ଚିମାପାର୍ଶ୍ୱସ୍ଥ ହ୍ରଦଟି ସାନ କେହି କେହି ପଶ୍ଚିମ ହ୍ରଦକୁ ରାବଣାହ୍ରଦ ଓ ପୂର୍ବ ହ୍ରଦକୁ ମାନସରୋବର କହନ୍ତି ଏଦୁଇ ହ୍ରଦ ଓ ଆଉ ଗୁଡ଼ିଏ ହ୍ରଦ ହିମାଳୟର ଉତ୍ତରରେ ତିବ୍ଦତ ଦେଶରେ ଅବସ୍ଥିତ ଏ ହ୍ରଦର ଉତ୍ତର ପଶ୍ତିମରେ ଥିବା କୈଳାସ ଶୃଙ୍ଗର ଉଚ୍ଚତା ୨୧୯: ଫୁଟ୍ ଏଥିର ପୂର୍ବ ହ୍ରଦରୁ ପୂର୍ବ ଅଭିମୁଖରେ ବ୍ରହ୍ମପୁତ୍ର ଓ ପଶ୍ଚମ ହ୍ରଦରୁ ପଶ୍ଚିମ ଅଭିମୁଖରେ ଶତଦ୍ର ଓ ସିନ୍ଧୁନଦୀ ବାହାରି ଅଛନ୍ତି
ହିନ୍ଦୁ ପୁରାଣରେ ଏହାକୁ କୈଳାସ ପର୍ବତରେ ବ୍ରହ୍ମା ଖୋଳିଥିଲେ ଏହାର ଉତ୍ତରେ କୌଳାସ ଓ ଦକ୍ଷିଣରେ ହିମାଳୟ ପର୍ବତ ରାମାୟଣରେ ଲେଖାଅଛି ଯେ କୈଳାସ— ଶିଖରରେ ବ୍ରହ୍ମାଙ୍କ ମନ ଅନୁସାରେ ଏ ହ୍ରଦ ନିର୍ମିତ ହୋଇଥିଲା ଏଥିପାଇଁ ଏହାର ନାମ ମାନସ ସରୋବର ହୋଇଅଛି
ଏହିଠାରୁ ଶୀତକାଳରେ ରାଜହଂସମାନେ ଭାରତକୁ ଉଡ଼ି ଆସନ୍ତି ବୋଲି କିବ ପ୍ରସିଦ୍ଧି ଅଛି ପୁଣି ଶୀତ ଛାଡ଼ିଲେ ଏଠାକୁ ଫେରି ଯାଆନ୍ତି
ଏହା ହିନ୍ଦୁମାନଙ୍କର ପୀଠବିଶେଷ ସତୀଙ୍କ ଶବର ଦକ୍ଷିଣ ହସ୍ତ ଏହିଠାରେ ପଡ଼ିଥିଲା ଏହି ପୀଠର ଭୈରବ ଅମର ଓ ଭୌରବୀ ଦାକ୍ଷାୟଣୀ କୌଳାସ ପର୍ବତର ମୂଳ— ଦେଶସ୍ଥ ଦାରିଚିନି ମଠଠାରୁ ମାନସରୋବର ଦୁଇଦିନର ପଥ ମଝିରେ ରାବଣା ହ୍ରଦ (ଯାହା ମାନ ସରୋବରର ପଶ୍ଚିମରେ ଅବସ୍ଥିତ, ତାକୁ) ଅତିକ୍ରମ କରିବାକୁ ପଡ଼େ ରାସ୍ତା ଢେଉ ପରି ଉଚ୍ଚ ନୀଚ ଚାରିଆଡ଼େ ପର୍ବତମାଳା ବେଷ୍ଟିତ ମଧ୍ୟରେ ନୀଳବର୍ଣ୍ଣ ଜଳରାଶି ପବନବେଗରେ ଆନ୍ଦୋଳିତ ଏହି ଜଳ ମଧ୍ୟରେ ଅସଂଖ୍ୟ ଚ୍ରକ୍ରବାକ ଚକ୍ରବାକୀ ଓ ବହୁ ସଂଖ୍ୟକ ରାଜହଂସ କ୍ରୀଡ଼ା କରନ୍ତି ଏମାନେ କର୍ପୁର ପରି ଶୁଭ୍ର ମାନସରୋବରର ଚାରି— ପାଖରେ ୧/୧୨: ମାଇଲ ଛଡ଼ାରେ ୮ଗୋଟି ମଠ ଅଛି ମାନସରୋବରର ପରିଧି ପ୍ରାୟ ୮ ମାଇଲ୍ ଏହି ମଠମାନଙ୍କ ମଧ୍ୟରେ ଜୁଗୁମ୍ଫା ମଠ ସର୍ବ ପ୍ରଧାନ ଏହି ପ୍ରଧାନ ମଠରେ ହର ପାର୍ବତୀ ମୂର୍ତ୍ତି ପ୍ରତିଷ୍ଠିତ ମଠର ଗୁପ୍ତ ଗୁହା ମଧ୍ୟରେ ରାଶି ରାଶି ହସ୍ତଲିଖିତ ପୋଥି ଗୋପନରେ ସୁରକ୍ଷିତ ହୋଇଅଛି ଏହା ଗୁପ୍ତ ଗୁହାହିଁ ପୀଠସ୍ଥଳ ମାନ— ସରୋବର ଜଳ ଅତ୍ୟନ୍ତ ସ୍ୱଚ୍ଛ ଓ ତଳର ପଥରମାନ ଉପରକୁ ସ୍ପଷ୍ଟ ଦେଖାଯାଏ ଜୁଗୁମ୍ଫା ମଠର ସକଳ ବାବାଜୀ ଜପଯୋଗୀ; କେବଳ ପ୍ରାଧାନ ଲାମା ପ୍ରାଣାୟାମ ଯୋଗୀ ଏମାନେ ମହାଶଙ୍ଖମାଳା, କେହି କେହି ରୁଦ୍ରାକ୍ଷମାଳାରେ ଜପ କରନ୍ତି ସ୍ୱାମୀ ରାମାନନ୍ଦ]