Jump to content

ମାମୁଁ

ଉଇକିଅଭିଧାନ‌ରୁ

ମାମୁଁ

ଉଚ୍ଚାରଣ

[ସମ୍ପାଦନା]
(ମାଈଁ—ସ୍ତ୍ରୀ)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ମାମ, ନାମକ)

[ସମ୍ପାଦନା]

ମାତୁଳ —Maternal uncle.

(ଉ—ତା ଶୁଣି ନକୁଳ ସେଠାରୁ ବାହାରିଲେ, ମଗଧ ଦେଶେ ମାମୁଁ ସଙ୍ଗତେ ଦେଖା— ହେଲେ କୃଷ୍ଣସିଂହ. ମହାଭାରତ. ସଭା)

[ଦ୍ରଷ୍ଟବ୍ୟ —ମାମୁ ଭଣଜା ସମ୍ପର୍କ ପ୍ରଗାଢ଼ ସ୍ନେହଯୁକ୍ତ ଓ ମଧୁରତାପୂର୍ଣ୍ଣ ସମ୍ପର୍କ ଅଟେ ମାମୁଁ ଭଣଜା ପ୍ରତି ପ୍ରଗାଢ଼ ବାତ୍ସଲ୍ୟଭାବ ଦେଖାଉଥିବାରୁ ସ୍ନେହସୂଚକ ସମ୍ୱୋଧନରେ ବାଘକୁ ଓ ଜହ୍ନକୁ ଶିଶୁର ମାମୁ ରୂପେ କଳ୍ପନା କରାଯାଏ, (ଯଥା—ବାଘମାମୁ, ଜହ୍ନମାମୁଁ) ମଦ୍ୟପ ଛୋଟ ଜାତିମାନେ ଶୁଣ୍ଢିକୁ ଓ ଶିଅଳକୁ ମାମୁ ସମ୍ୱୋଧନ କରନ୍ତି

ମାମୁ ଶବ୍ଦ ସମ୍ପର୍କରେ କେତେଗୁଡ଼ିଏ ଢଗ ଓ ପ୍ରବଚନ;— ଯଥା—୧ ମାମୁଘରେ ପତର ଖଣ୍ଡିକ ଦିଖଣ୍ଡି କରିବା, ଅର୍ଥାତ୍—କୌଣସି ପରିଶ୍ରମ ନ କରି ମାତୁଳାଳୟରେ ଆଦର ଓ ଯତ୍ନ ସହିତ ପ୍ରତିପାଳିତ ହେବା ]

ଅନୁବାଦ

[ସମ୍ପାଦନା]
୨. ନାହିଁ ମାମୁଁ ଠଉଁ କଣା ମାମୁ ଭଲ— ଅର୍ଥାତ୍—ଆଦୌ ମାମୁଁ ନ ଥିବାଠାରୁ, କଣା ହେଉ, ଛୋଟା ହେଉ, ଅଯୋଗ୍ୟ ହେଉ, ଗୋଟିଏ ମାମୁଁ ଥିଲେ ତାହାଙ୍କଠାରୁ ଭଣଜା କେତେକ ପରିମାଣରେ ଆଦର ଓ ଯତ୍ନ ଲାଭକରେ

ଏଥିର ସମଭାବତ୍ମକ ଇଂରାଜି ପ୍ରବଚନ —Half a loaf is bettter than no loaf.

ଅନୁବାଦ

[ସମ୍ପାଦନା]
୩. ମାମୁଁ ମାଇଁ ଦି ପ୍ରରାଣୀ—ସନ୍ତାନହୀନ ଦମ୍ପତିଙ୍କ ପ୍ରତି ଏ ବାକ୍ୟ ବ୍ୟବହୃତ ହୁଏ ଅର୍ଥାତ୍—ଉକ୍ତ ପରିବାରରେ ମାମୁଁ (ସ୍ୱାମୀ) ଓ ମାଇଁ (ସ୍ତ୍ରୀ), ଏ ଦୁଇଜଣଙ୍କ ଛଡ଼ା ଅନ୍ୟ କେହି ନାହାନ୍ତି
୪. ମାମୁଁ ବେକ ଧରି କାନ୍ଦିବା ଓ ମାଇଁ ବେକ ଧରି କାନ୍ଦିବା ଅର୍ଥାତ୍—ଯେଉଁ ବ୍ୟକ୍ତି ଉଭୟ ପକ୍ଷଙ୍କ ସଙ୍ଗେ ମିତ୍ରତା କରି ଉଭୟପକ୍ଷଙ୍କଠାରୁ ସାହାଯ୍ୟ କାମନା କରେ ବା ଉଭୟପକ୍ଷଙ୍କ ନିକଟରେ ସମବେଦନା ପ୍ରକାଶ କରେ
୫. ମାମୁଙ୍କର ବାଟେ, ତ ମାମୁଁଙ୍କର ବାଟେ ଅର୍ଥାତ୍ —ଯେଉଁ ପରିବାରରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ଘଟିଥାଏ ]