Jump to content

ମାରଫତ୍ଦାର୍

ଉଇକିଅଭିଧାନ‌ରୁ

ମାରଫତ୍ଦାର୍

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ମାର୍ଫତ୍ଦାର—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (କଚିରିଆ) (ଫା)

[ସମ୍ପାଦନା]
୧. ଜିମାଦାର; କୌଣସି ବସ୍ତୁ ସୁରକ୍ଷିତ ହେବା ପାଇଁ ଯାହା ଜିମାରେ ଥାଏ — ୧. Custodian of a property.
୨. ଦେବୋ— ତ୍ତର ବା ସାଧାରଣ ସମ୍ପତ୍ତିର ପରିଚାଳନାର୍ଥ ନିଯୁକ୍ତ ବ୍ୟକ୍ତି — ୨. Marfatdar; custodion of an endowment or trust property; trustee of any trust property.

[ଦ୍ରଷ୍ଟବ୍ୟ — ଦେବୋତ୍ତର ସମ୍ପତ୍ତିର ରକ୍ଷଣାବେକ୍ଷଣାର ଭାର ଯାହାଙ୍କ—ଠାରେ ନ୍ୟସ୍ତ ଥାଏ ସେ 'ମାର୍ଫତ୍ଦାର୍' ବା ଟ୍ରଷ୍ଟୀ ଅଟନ୍ତି ଏବଂ ଦେବତାଙ୍କ ସେବାପୂଜା ଆଦିର ତତ୍ତ୍ୱାବଧାରଣ ଯାହାଙ୍କଠାରେ ନ୍ୟସ୍ଚ ଥାଏ ସେ 'ସେବାଏତ୍' ଅଟନ୍ତି ଏବଂ ଦେବତାଙ୍କର ଭିନ୍ନ ଭିନ୍ନ ସେବାକୁ ଯେ ନିଜେ ଭୃତ୍ୟରୂପେ ସମାଧାନ କରନ୍ତି ସେ 'ସେବକ' ଅଟନ୍ତି>]