ମାରି ଦେବା
ଦେଖଣା
ମାରି ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ମାରି ଦେବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ହତ୍ୟା କରିବା; ବଧ କରିବା — ୧. To kill.
- ୨. ବିନାଶ କରିବା —୨. To exterminate; to destroy.
(ଉ—ଇନ୍ଦ୍ର ଟିପିଟିପି କରିଣ ଜଳ ବୃଷ୍ଟି, ମାରି ଦେଲେ ପୃଥ୍ୱୀରେ ଥିବାର ଧୂଳିଟି କୃଷ୍ଣସିଂହ. ମହାଭାରତ ବନ)
- ୩. ଚଞ୍ଚଳ ଚଞ୍ଚଳ ଭୋଜନ କରିବା —୩. To eat briskly.
(ଉ—ଅଖାଇ ନାନୀ ନ ଖାଏ ଭାତ, ମାରି ଦେଉଥାଏ
ପିହାଣ ସାତ—ଢଗ)
[ଦ୍ରଷ୍ଟବ୍ୟ —ଏହିପରି ପେଟେ ମାରି ଦେବା, ଢୋଲେ ମାରି ଦେବା, ଥାଳିଏ ଭାତ ମାରି ଦେବା, କଂସାଏ ପଖାଳ ମାରି ଦେବା ଇତ୍ୟାଦି ହୁଏ]
- ୪. (କୌଣସି କାର୍ଯ୍ୟ) ଶୀଘ୍ର ସମାଧାନ କରିବା —୪. To accomplish a thing briskly; to hurry up
- ୫. ଚଞ୍ଚଳ କୌଣସି କଥା ଉଚ୍ଚାରଣ କରିବା —୫. To speak briskly.
- ୬. ଆଗ ପଛ ନ ବିଚାରି କଥା ପଦେ କହି ଦେବା —୬. To make an offhand remark.
(ଉ—ହାଣ୍ଡିଶାଳେ ଭାଗୁଆଳି, ପଦେ ଦୁଇ ପଦ ମାରି ଦିଅନ୍ତି ଲୋ! ସାଙ୍ଗେ ସାଙ୍ଗେ ଜଗୁଆଳି—ଢଗ)