Jump to content

ମାରୁ

ଉଇକିଅଭିଧାନ‌ରୁ

ମାରୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ମାରୁଣୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଉ)

[ସମ୍ପାଦନା]
୧. ହତ୍ୟା; ମାରଣ; ବଧ; ବିନାଶ —୨. Slaughter; destruction.
୨. (+କର୍ତ୍ତୃ. ଉ)—ମାହାମାରୀ — ୨. Plague; pestilence.
୩. (+ଭାବ. ଉ) ଆଘାତ; ପ୍ରହାର —୩. Stroke.

ଦେଶଜ - ବିଶେଷ୍ୟ - (ସଂସ୍କୃତ - ମାରକ)

[ସମ୍ପାଦନା]
୧. ଘାତୁକ ବ୍ୟକ୍ତି —୧. Assassin; murderer.
୨. ପଦାର୍ଥର ବା ମନୁଷ୍ୟର ଅପବିତ୍ର ଅବସ୍ଥା —୨. Impure condition of a thing or a person.

ବିଶେଷଣ - ପୁଂ. ଓ ସ୍ତ୍ରୀ

[ସମ୍ପାଦନା]
୧. ଘାତୁକ; ହତ୍ୟାକାରୀ — ୧. Murderous.
୨. ନଷ୍ଟ —୨. Spoiled.
୩. ଦୂଷିତ —୩. Contaminated.
୪. ସଢ଼ି ଯାଇଥିବା —୪. Botten.
୫. ଅପବିତ୍ରୀକୃତ — ୫. Polluted.
୬. ଅସ୍ପୃଶ୍ୟର ସ୍ପର୍ଶଯୋଗୁଁ ଅପବିତ୍ର; ଛୁଆଁ —୬. Polluted by the touch of a prohibited thing oor person.
୭. (ସ୍ତ୍ରୀ) ଋତୁମତୀ; ରଜସ୍ୱଳା (ସ୍ତ୍ରୀ) —୭. Menstruated (woman).

[ଦ୍ରଷ୍ଟବ୍ୟ —ସ୍ତ୍ରୀ ରଜସ୍ୱଳା ହେଲେ ବା ରଜସ୍ୱଳା ସ୍ତ୍ରୀକୁ ଛୁଇଁଲେ, ମଳ ଇତ୍ୟାଦି ଅପବିତ୍ର ପଦାର୍ଥକୁ ଛୁଇଁଲେ, ସଦ୍ୟଃପ୍ରସୂତୀକୁ ଛୂଇଁଲେ, ଅନ୍ତୁଡ଼ି ଶାଳକୁ ପ୍ରବେଶ କଲେ, ଅସ୍ପୃଶ୍ୟ ଜାତୀୟ ବ୍ୟକ୍ତିକକୁ ଛୁଇଁଲେ, ଲୁଗା ପିନ୍ଧି ଝାଡ଼ା ଫେରି ଗଲେ ଓ ମୁର୍ଦ୍ଦାର କାନ୍ଧେଇଲେ ବା ଶ୍ମଶାନକୁ ଶବ ସଙ୍ଗେ ଗଲେ ସେ ଲୋକ ଓ ବସ୍ତ୍ରାଦି ମାରୁ ହୁଏ ଓ ସ୍ନାନ ନ କଲେ ପବିତ୍ରତା ଲାଭ ହୁଏ ନାହିଁ]

୮. ମନ୍ଦ; ନିକୃଷ୍ଟ — ୮. Inferio.
୯. କାର୍ଯ୍ୟର ଅଯୋଗ୍ୟ; ଅକର୍ମଣ୍ୟ — ୯. Unfit; worthless.

ପ୍ରାଦେଶିକ - (ଉତ୍ତର ବାଲେଶ୍ୱର) ବିଶେଷ୍ୟ - (ଢୁଳ. ବଙ୍ଗାଳୀ - ମାର)

[ସମ୍ପାଦନା]

ମାଡ଼ —Beating.

(ଯଥା—ଆଜି ତାକୁ ଭାରି ମାରୁ ହେଲା)