ମାଲିକା
ମାଲିକା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ମାଲିକ+ସ୍ତ୍ରୀ. ଆ)
[ସମ୍ପାଦନା]- ୧. ସ୍ତପ୍ତଳା; ମଲ୍ଲିକା; ମଲ୍ଲୀଫୁଲ —୧. Jasminine.
- ୨. ଡ଼ବଲ ମଲ୍ଲି; ସାତ ପାଖୁଡ଼ିଆ ମଲ୍ଲି —୨. Jasminine having many folds of petals.
- ୩. ପୁଷ୍ପ ମାଲ୍ୟ; ଫୁଲହାର —୩. A chaplet.
- ୪. ପୁତ୍ରୀ; କନ୍ୟା; ଦୁହିତା; ତନୟା —୪. Daughter.
- ୫. କଣ୍ଠଭୂଷଣ; କଣ୍ଠି; ମାଳି —୫. Necklace.
- ୬. ନଦୀ ବିଶେଷ — ୬. Name of river.
- ୭. ମଦିରା ବିଶେଷ — ୭. Name of a kind of wine.
- ୮. କ୍ଷୁମା; ତିସୀ; ରେଡ଼ୀ —୮. Linseed.
ଅନୁବାଦ
[ସମ୍ପାଦନା]
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଅଚ୍ୟୁତାନନ୍ଦ ଦାସଆଦିଙ୍କ ଭବିଷ୍ୟତ ବାଣୀ ନିହିତ ପଦ୍ୟ ପୁସ୍ତକ —Poems containing predictions and prophesies about future and composed by Achyutānanda Dāsa and others. [ଦ୍ରଷ୍ଟବ୍ୟ —କଳିକାଳରେ ବିଷ୍ଣୁ କଳ୍ମୀ ଅବତାରରେ ମନୁଷ୍ୟ ରୂପରେ ପୃଥିବୀର ଅବତୀର୍ଣ୍ଣ ହୋଇ ପାପୀ ଓ ମ୍ଳେଚ୍ଛମାନଙ୍କୁ ନାଶ କରି ପୃଥିବୀରେ ପୁଣି ସତ୍ୟର ରାଜତ୍ୱ ସ୍ଥାପନ କରିବେ ବୋଲି ମାଳିକାରେ ଲେଖା ଅଛି କଟକ ଜିଲ୍ଲାର ନେମ୍ୱାଳ ଗାଦିର ମହନ୍ତ ଶ୍ରୀ ଚୈତନ୍ୟଙ୍କ ସମସାମୟିକ ଅଚ୍ୟୁତାନନ୍ଦ ଦାସ ଓ ତଦାନୀନ୍ତନ ଅନ୍ୟାନ୍ୟ ଭକ୍ତକବିମାନେ ଏ ମାଳିକାମାନ ରଚନା କରିଅଛନ୍ତି ଏଥିରେ ଅନେକ ଦୁର୍ବୋଧ୍ୟ ଭାଷା ଓ ସଙ୍କେତମାନ ଲେଖା ଅଛି ଓ ଭିନ୍ନ ଭିନ୍ନ ସ୍ଥାନର ସଙ୍କେତ ଦିଆ ଯାଇଅଛି ଯେ, ସେହି ସେହିଠାରେ ଭଗବାନ କଳ୍କୀ ଅବତାରରୂପେ ଜନ୍ମ ହୋଇ ଭକ୍ତମାନଙ୍କୁ ଏକତ୍ର କରାଇ ଦଳ ବଳ ସଂଗ୍ରହ କରି ଦୂଷ୍ଟଙ୍କୁ ଓ ପାପୀମାନଙ୍କୁ ନିପାତ କରିବେ; ଦେଶରେ ରକ୍ତ ନଦୀ ପ୍ରବାହିତ ହେବ; ତତ୍ପରେ ସତ୍ୟର ରାଜତ୍ୱ ପ୍ରତିଷ୍ଠିତ ହେବ ମାଳିକାର ଗୋଟିଏ ବାକ୍ୟ ଏଠାରେ ଦିଆଗଲା; ଏଥିରୁ ଭାଷାର ଓ ସମୟର ଦୂର୍ବୋଧ୍ୟତା ଅନୁମିତ ହେବ "ତରକି ଥିବୁ ତେଏରକୁ, ଚଉଦ ପନ୍ଦର କେହି ନ ରହିବେ, ସତ ଉପୁଜିବ ସତରକୁ" ଏ କେଉଁ ୧୩: ଓ କେଉଁ ୧୪/୧୫: ବା ୧୭: , ତାହା ଅନୁମାନ କରିବା ଦୁଃସାଧ୍ୟ]