ମାଲ୍ଲିକା
ମାଲ୍ଲିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବି—(ମଲ୍ଲି+ସ୍ୱାର୍ଥେ. କ+ସ୍ତ୍ରୀ ଆ)
[ସମ୍ପାଦନା]- ୧. ଏକ ପ୍ରକାର ମଲ୍ଲି ଫୁଲ; ଏକ ପାଖୁଡ଼ିଆ ମଲ୍ଲିଫୁଲ —୧. A species of single-petalled Jasmine; Jasmine; Jasminum Sambac; Arabian Jasmine.
[ଦ୍ରଷ୍ଟବ୍ୟ —ଏହା ଉଦ୍ୟାନପାଳିତ ଲଟାଳିଆ ଗୁଳ୍ମ ୨ ହାତ ଉଚ୍ଚତାକୁ ବଢ଼ିବା ପର୍ଯ୍ୟନ୍ତ ଏ ଗୁଳ୍ମ ସିଧା ଠିଆ ହୋଇ ବଢ଼େ; ଦୁଇ ହାତରୁ ବେଶି ଉଚ୍ଚ ହେଲେ ଶୋଇ ପଡ଼ି ଭୂମିରେ ଲଟାଏ ଏହାର ଫୁଲ ଧଳା ଓ ସୁଗନ୍ଧ ଫୁଲର ପାଖୁଡ଼ାଭେଦରେ ଏକ ପରସ୍ତିଆ (ସଂସ୍କୃତ - ଏକ ଦଳ),ଦୋ ପରସ୍ତିଆ, (ସଂସ୍କୃତ - ବହୁ ଦଳ) ଓ ବହୁ ପରସ୍ତିଆ(ସଂସ୍କୃତ - ଶତଦଳ ମଲ୍ଲିକା, ବଙ୍ଗାଳୀ - ମୋତିୟା ବେଲା, ଓଡ଼ିଆ ମୁଗୁରା(ମଲ୍ଲି) ମଲ୍ଲିଫୁଲ ବୋଲାଯାଏ ଏକ ପରସ୍ତିଆ ବା ଦୋପରସ୍ତିଆ ମଲ୍ଲୀ ଫୁଲ ବଡ଼ ଓ ସାନ ଭେଦରେ ୨ ପ୍ରକାର ଏହାର କଢ଼ମାନ ଗୋଲ ବଡ଼ ମୋତି ଭଳି ନଳରେ ସୂତା ଗଳାଇ ମାଳା କରାଯାଏ ବଣରେ ଫୁଟିବା ଏହି ଜାତୀୟ ଫୁଲର ପାଖୁଡ଼ା ଛୋଟ ଓ ପତଳା ଓ ସରୁନଳିଆ ସାଧାରଣତଃ ଉଦ୍ୟାନପାଳିତ ବହୁଦଳକୁ ମଲ୍ଲିକା ବୋଲା ଯାଏ ଫୁଲ ପୂର୍ଣ୍ଣ ପରିପକ୍ୱତା ଲାଭ କରିବା ପରେ ବୃନ୍ତ ଉପରେ କଳା ବଟିକା ପରି ଦୃଢ଼ ଫଳ ଧରେ ବୈଦେକ ମତରେ ଏହା ଉଷ୍ଣବୀର୍ଯ୍ୟ, ଲଘୁ, ଶୁକ୍ରବର୍ଦ୍ଧକ, ଓ ତିକ୍ତକଟୁରସ; ଏହା ବାୟୁ, ପିତ୍ତ, ମୁଖରୋଗ, ନେତ୍ର ରୋଗ, କୁଷ୍ଠ, ଅରୁଚି, ବିଷ ଓ ବ୍ରଣନାଶକ ଫୁଲକୁ ଡ଼ାଳରୁ ଛିଣ୍ଡାଇ ଦେଲେ ନଳାକାର ଡୋମ୍ଫର ମୁଁଣ୍ଡରୁ ଗୋଟିଏ ଖିଲ ବାହାରିଯାଏ ଉକ୍ତ ନଳାକାର ଡ଼େମ୍ଫକୁ ଶୋଷିଲେ ତା ମଧ୍ୟରୁ ଅଳ୍ପ ଟିକିଏ ମଧୁର ରସ ପାଚି ଭିତରକୁ ଯାଏ ଏ ନଳାକାର ଡ଼େମ୍ଫ ବାଟେ ସୂତା ଗଳାଇ ମାଳା ଗୁନ୍ଥିବା ବା ସୁବିଧାଜନକ ଥିବାରୁ ଲୋକେ ଏ ଫୁଲକୁ ମାଳା କରି ପିନ୍ଧିବାକୁ ସୁଖ ପାଆନ୍ତି ଏ ଫୁଲକୁ ପିଇବା ପାଣିରେ ପକାଇଲେ ପାଣି ବାସେ ମଲ୍ଲୀ ଫୁଲକୁ ମଧ୍ୟ ଅତର ଓ ଏସେନ୍ସ ଓ ଫୁଲରି ତେଲ ତିଆରି ହୁଏ )]
- ୨. ମୃତ୍ପାତ୍ର ବିଶେଷ —୨. A kind of earthen pot.
- ୩. ମତ୍ସ୍ୟ ବିଶେଗ —୩. A kind of fish.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ —A name given to female.