Jump to content

ମାଳ

ଉଇକିଅଭିଧାନ‌ରୁ

ମାଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମା=ଲକ୍ଷ୍ମୀ+ଲା ଧାତୁ=ଗ୍ରହଣ କରିବା+କର୍ତ୍ତ, ଅ; କିମ୍ୱା ମା ଧାତୁ=ପରିମାଣ କରିବା+କର୍ତ୍ତୃ. ର)

[ସମ୍ପାଦନା]
୧. ବିଷ୍ଣୁ —୧. Bishṇu.
୨. ମନୁଷ୍ୟ —୨. Man.
୩. ପ୍ରାଚୀନ ଅନର୍ଯ୍ୟ ଜାତି ବିଶେଷ —୩. Name of an ancient non-aryan tribe.
୪. ସମୃନ୍ନତ ଭୂତର; ଉଚ୍ଚଭୂମି —୪. High land.
୫. ପର୍ବତର ଉପରିସ୍ଥ ସମତଳ ପ୍ରଦେଶ —୫. Table land; plateau.
୬. କାପଟ୍ୟ —୬. Hypocrisy.
୭. ଛଳନା —୭. Deceit; fraud.
୮. ଗ୍ରାମ ନିକଟସ୍ଥ ବନ —୮. A wood near a village.
୯. କ୍ଷେତ୍ର— (ହିନ୍ଦୀ - ଶ) —୯. An agricultural field.
୧. ହରିତାଳ (ହିନ୍ଦୀ - ଶ) —୧୦. Yellow orpiment.
୧୧. ପ୍ରାଚୀନଦେଶ ବିଶେଷ (ହିନ୍ଦୀ - ଶ) — ୧୧. Name of an ancient country.

ଦେଶଜ - ବି—(ସଂସ୍କୃତ - ମାଳା)

[ସମ୍ପାଦନା]
୧. ପୁଷ୍ପାଦିର ମାଳା; ମାଲ୍ୟ — ୧. Garland.
୨. ଗଳାର ହାର —୨. Necklace.
୩. ସମୂହ —୩. Collection; multitude.

[ଉ—ବୁହାଇଲା ମଧ୍ୟ ସେ ହୋଇଣ ପ୍ରବଳ, ଦମୟନ୍ତୀଙ୍କର ଦେହରୁ ଝାଳମାଳ କୃଷ୍ଣସିଂହ ମହାଭାରତ. ବନ]

୪. ପଂକ୍ତି —୪. Row.


ଅନୁବାଦ

[ସମ୍ପାଦନା]
୫. (ଶବିରଭାଷା— ମାଳ=ଜଙ୍ଗଲ; ତା ମେଳୈ=ପର୍ବତ)—ବନ; ଜଙ୍ଗଲ —୫. Jungle; forest.
୬. ଅଞ୍ଚଳ; ପ୍ରଦେଶ —୬. Tract of country.

(ଯଥା—ତଳମାଳ, ଉପରମାଳ, ଗଡ଼ମାଳ)

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]
୧. ଜଙ୍ଗଲ ମଧ୍ୟରେ ଗୋଟିଏ ଜାଗା ସଫା କରି ଲୋକ ତହିଁରେ ଖଣ୍ଡିଏ ଖଣ୍ଡିଏ କରିଥିବା କୃଷିକ୍ଷେତ୍ର —୧. A group of paddy fields reclaimed by several individual royats in a jungle.
୨. ଗାଈମଇଁଷିଙ୍କ ପଲ —୨. Herd (or cattle).

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]
୩. ସମୁଦ୍ରେ ମାଛ ଧରିବା ଲାଗି ବ୍ୟବହୃତ ଜାଲ— ବିଶେଷ —୩. A Kind of V-shaped net for fishing in the sea.

[ଦ୍ରଷ୍ଟବ୍ୟ —ଏହା ସମୟେ ସମୟେ ଏକ ମାଇଲରୁ ଅଧିକ ଲମ୍ୱା ହୋଇଥାଏ ମାଳରେ ମାଛ ଧରିବାର ଉପାୟ:— ସମୁଦ୍ରରେ ଜୁଆର ନ ଥିବା ବେଳେ ଅଗଭୀର ଅଂଶରେ ଖୁଣ୍ଟ ପୋତି ଏହି ଜାଲକୁ ବହୁଦୂର ପର୍ଯ୍ୟନ୍ତ ବିସ୍ତୃତ ଭୂମିଖଣ୍ଡ ଉପରେ ବାଡ଼ବଳି ବସାଇ ଦିଆଯାଏ ମାଳ ବସିଲା ପରେ ଏହା ଗୋଟିଏ ପ୍ରକାଣ୍ଡ ଇଂରାଜି 'V' ଅକ୍ଷର ଭଳି ଦେଖାଯାଏ 'V'ର ମୁନିଆ ଅଂଶଟି ସମୁଦ୍ରଆଡ଼କୁ ଥାଏ ଓ ମେଲାମୁହଁ କୂଳଆଡ଼କୁ ଥାଏ 'V'ର ମୁନିଆ ମୁହଁରେ ଜାଲର ଦୁଇଟି ପାଖ ଏକାବେଳକେ ମିଶି ନ ଯାଇ ଗୋଟାଏ ପାଖର ଜାଲ ଅନ୍ୟଟିକୁ ଘେରି ଅନ୍ୟ ପାଖରେ କିଛିଦୂର ପର୍ଯ୍ୟନ୍ତ କୂଳଆଡ଼କୁ ଚାଲିଯାଇ ଥାଏ ଜୁଆର ଆସିଲେ ପାଣିରେ ଡ଼େଉ ଜାଲର ଉଚ୍ଚତାକୁ ଡେଇଁ 'V' ଭିତରକୁ ପଶିଯାଏ ପାଣି ସହିତ ଯେଉଁ ସବୁ ମାଛ ଜାଲଭିତରକୁ ପଶି ଯାଆନ୍ତି, ପୁଣି ଜୁଆର ଛାଡ଼ିଲେ ସେମାନେ ଆଉ ସମୁଦ୍ରଭିତରକୁ ଫେରିଯାଇ ପାରନ୍ତି ନାହିଁ 'V'ର ମୁନିଆ ମୁହଁ ପର୍ଯ୍ୟନ୍ତ ଆସି, ଆଉ ବାହାରିବାର ବାଟ ପାଆନ୍ତି ନାହିଁ; ସେତେବେଳେ କେଉଟମାନେ ଛୋଟ ଛୋଟ ଜାଲ ସାହାଯ୍ୟରେ ମାଛଗୁଡ଼ିକୁ ଧରି ନିଅନ୍ତି ସାଧାରଣଃ —'ମାଳ' ବଡ଼ ଜୂଆର ସମୟରେ ବସେ ମାଳରେ ଯେଉଁ ମାଛ ଧରା ହୁଅନ୍ତି; ତାକୁ 'ମାଳମାଛ' କହନ୍ତି ଏହି ଉପାୟରେ ଥରକେ ହଜାର ହଜାର ମାଛ ଧରା— ପଡ଼ନ୍ତି]

୪. ମୁଣ୍ଡଳିଜାଲ ପରି ଜାଲ ବିଶେଷ — ୪. A kind of small casting net.