ମାଳତୀ
ଦେଖଣା
ମାଳତୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମା=ନାହିଁ+ଲତ୍ ଧାତୁ=ଆଘାତ କରିବା+କର୍ତ୍ତୃ. ଅ +ସ୍ତ୍ରୀ. ଈ; ବା ମା=ଲକ୍ଷ୍ମୀ, ଶୋଭା+ଲତ୍ ଧାତୁ= ବେଷ୍ଟନ କରିବା+କର୍ତ୍ତୃ. ଅ+ସ୍ତ୍ରୀ— ଈ; ଅଥବା ମାଳ=ବିଷ୍ଣୁ+ଅତ୍ ଧାତୁ=ଗମନ କରିବା+କର୍ତ୍ତୃ. ଅ+ ସ୍ତ୍ରୀ. ଈ)
[ସମ୍ପାଦନା]- ୧. ଜାତି ପୃଷ୍ପ ଓ ତହିଁର ଲତା —୧. A kind of jasmine; Echites-Caryophy lata; Aganosma Calicina.
[ଦ୍ରଷ୍ଟବ୍ୟ —ଏହା ତରାରାଦି ବର୍ଗର ବୃହତ୍ ଲତା ବିଶେଷ; ଏହାର ପତ୍ର ୪୫: ଆଙ୍ଗୁଳ ଲମ୍ୱ ଓ ୨୩: ଆଙ୍ଗୁଳ ଚଉଡ଼ା ଓ ପତ୍ରର ଅଗ ମୁନିଆ ଏହାର ଫୁଲ ଚାରି ପାଖୁଡ଼ା ବିଶିଷ୍ଟ ଓ ଧଳା; ଫୁଲର ଡ଼େମ୍ଫ ଲମ୍ୱ; ବର୍ଷା ଦୁଇ ମାସ ଫୁଲ ଫୁଟେ ରାତ୍ରିରେ ଫୁଲର ଈଷତ୍ ମଧୁର ଗନ୍ଧରେ ଚାରିଆଡ଼ ଆମୋଦିତ ହୁଏ ଶୀତକାଳରେ ଏ ଲତାରୁ ଛୁଇଁ ହୁଏ ଏ ଲତା ବଡ଼ ଗଛ ଉପରେ ଖୁବ୍ ମାଡ଼େ ବୈଦ୍ୟକ ମତରେ ଏହା ଶିରୋରୋଗ, ନେତ୍ରରୋଗ, ମୁଖ ରୋଗ, ହସ୍ତ ରୋଗ, ବିଷ କୁଷ୍ଠ ଓ ବାତ ଭକ୍ତ ନାଶକ ଏହାର କଢ଼, ବ୍ରଣ, କୁଷ୍ଠ ଓ ନେତ୍ର ରୋଗ ନାଶକ କେହି କେହି ଏହାକୁ ଜାତୀ ବା ଜାଇ ଫୁଲ (jasminium Grandiflorum) (ବଙ୍ଗାଳୀ - ଜାଇ, ଚମେଲି, ହି ଚମେଲି) ବୋଲି କହନ୍ତି କିନ୍ତୁ ଜାଇ ଫୁଲ ଓ ମାଳତୀ ଫୁଲ ପୃଥକ]
- ୨. ଯୁବତୀ —୨. A youthful woman.
- ୩. ନିଶା; ରାତି —୩. NIght.
- ୪. ଚନ୍ଦ୍ରିକା; ଜ୍ୟୋସ୍ନା —୪. Moon- light.
- ୫. କଳିକା —୫. Bud.
- ୬. ନଦୀ ବିଶେଷ — ୬. The name of a river.
- ୭. ପଞ୍ଚଦଶାକ୍ଷର ବା ଦ୍ୱାଦଶାକ୍ଷର ଛନ୍ଦୋବିଶେଷ —୭. Name of a metre of ୧୫ or ୧୨ letters.
- ୮. ଜାଇଫଳ ଗଛ (ହିନ୍ଦୀ - ଶ.) ୮. Myristica Fragrrans (tree).
- ୯. ଅକାନ— ବିନ୍ଧି ଲତା (ହିନ୍ଦୀ - ଶ.) —୯. Stephania Hernandifolia (creeper).
- ୧. କୁମାରୀ —୧୦. A virgin (Apte).
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ସ୍ତ୍ରୀଲୋକଙ୍କ ନାମ —A name given to females.