Jump to content

ମାଳତୀ ମାଧବ

ଉଇକିଅଭିଧାନ‌ରୁ

ମାଳତୀ ମାଧବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କବି ଭବଭୁତି ପ୍ରଣୀତ ସଂସ୍କୃତ ନାଟକ— ବିଶେଷ —Name of a Sanscrit drama by Bhababhūti.

[ଦ୍ରଷ୍ଟବ୍ୟ —ଏହା ଗୋଟିଏ ପ୍ରକରଣ ଶ୍ରେଣୀର କବିକଳ୍ପିତ ନାଟକ ଏଥିରେ ରଚନା— କାଳ ଖ୍ରୀଷ୍ଟୀୟ ଅଷ୍ଟମ ଶତାଦ୍ଦି ବୋଲି ଅନୁମିତ ଏ ନାଟକର କଥାବିଷୟ ଏହା;—ବିଦର୍ଭ ଦେଶର କୁଣ୍ଡିନ— ପୁରର ଏକ ରାଜାଙ୍କ ଦୁଇ ମନ୍ତ୍ରୀ ଭୁରିବସୁ ଓ ଦେବରାତଙ୍କ ମଧ୍ୟରେ ପରସ୍ପର ସତ୍ୟ ହୋଇଥିଲା ଯେ, ଯେବେ ଜଣକର ପୁତ୍ର ଓ ଜଣକର କନ୍ୟା ଜନ୍ମିବ ତେବେ ସେମାନଙ୍କୁ ପରସ୍ପର ସଙ୍ଗେ ବିବାହିତ କରାଇବେ ଦେବରାତଙ୍କର ମାଧବ ନାମରେ ପୁତ୍ର ଓ ଭୁରିବସୁଙ୍କର ମାଳତୀ ନାମରେ କନ୍ୟା ହେଲା କିନ୍ତୁ ରାଜାଙ୍କର ଅନ୍ୟ ଏକ ମନ୍ତ୍ରୀ ନନ୍ଦନ ମାଳତୀକୁ ବିବାହ କରିବାକୁ ଇଛା କଲେ ଓ ରାଜା ମଧ୍ୟ ଭୁରିବସୁଙ୍କୁ ଏଥିପାଇଁ ଅନୁରୋଧ କଲେ ରାଜାଙ୍କ କଥା ଭାଙ୍ଗି ଦେଲେ ରାଜା ଅସନ୍ତୁଷ୍ଟ ହେବେ, ଏଥିଯୋଗୁଁ ଭୁରିବସୁ ଓ ତାଙ୍କ ସ୍ତ୍ରୀ ପଦ୍ମାବତୀ ଅତି ଶଙ୍କିତ ହେଲେ, ଅଥଚ ସତ୍ୟଭଙ୍ଗ କରିବାକୁ କୁଣ୍ଠିତ ହେଲେ ପତିପତ୍ନୀ କାମନ୍ଦକୀନାମ୍ନୀ ଜଣେ ପରିବ୍ରାଜିକାଙ୍କଠାରେ ମାଳତୀ ଓ ମାଧବଙ୍କୁ ମିଳିତ କରାଇବା ଭାର ଦେଲେ ମାଳତୀ ଓ ମାଧବ ପିତାଙ୍କ ସତ୍ୟପ୍ରତିଜ୍ଞା କଥା ଜାଣି ନଥିଲେ ସେମାନେ ପୂର୍ବରୁ ଭେଟି ପରସ୍ପର ପ୍ରତି ପ୍ରଣାୟସକ୍ତ ହେଲେ ଏଣେ ରାଜାଜ୍ଞାରେ ନନ୍ଦନ ସଙ୍ଗେ ମାଳତୀର ବିବାହର ସମସ୍ତ ଆୟୋଜନ ହେଲା, କିନ୍ତୁ କାମନ୍ଦବୀଙ୍କ କୌଶଳରେ ମାଳତୀର ସହିତ ମାଧବର ବିବାହ ହେଲା ଓ ଶେଷରେ ରାଜା ମଧ୍ୟ ଏ ବିବାହରେ ସମ୍ମତି ଦାନ କଲେ ଏହି ନାଟକ କୌଣସି ପୌରାଣିକ ବା ପ୍ରସିଦ୍ଧ ଉପଖ୍ୟାନକୁ ଅବଲମ୍ୱନ କରି ରଚିତ ହୋଇ ନଥିବାରୁ ସମାଲୋଚକମାନେ ଏହାକୁ ଅବଜ୍ଞା ଚକ୍ଷୁରେ ଦେଖିଲେ ଏହି ବିଷୟକୁ ଲକ୍ଷ୍ୟ କରି କବି ନିମ୍ନଲିଖିତ ପ୍ରସିଦ୍ଧ ଓ ବହୁଶଃ ଉଦ୍ଧୃତ ଶ୍ଳୋକ ରଚନା କରିଥିଲେ;—"ଯେ ନାମ କେଚିଦିହ ନଃ ପ୍ରଥୟନ୍ତ୍ୟବଜ୍ଞାଂ, ଜାନନ୍ତୁତେ କିମପି ତାନ ପ୍ରତି ନୈଷ ଯତ୍ନଃ; ଉପତ୍ସ୍ୟତୋଽସ୍ତି ମମକୋଽପି ସମାନଧର୍ମା, କାଳୋହ୍ୟୟଂ ନିରବଧି ବିପୁଳାଚ ପୃଥ୍ୱୀ" ଏଥିରେ ଅର୍ଥ— ଯେଉଁମାନେ ଏ ନାଟକ ସମ୍ୱନ୍ଧରେ ମୋତେ ଅବଜ୍ଞା ବାଦ କରୁଅଛନ୍ତି, ସେମାନେ ଜାଣନ୍ତୁ ଯେ ମୁଁ ତାଙ୍କ ପାଇଁ ଏ ଗ୍ରନ୍ଥ ରଚନା କରି ନାହିଁ କାଳର ବା ସମୟରେ ଅନ୍ତ ନାହିଁ ଓ ଏ ପୃଥିବୀ ବିପୁଳ ଅଟେ ଅତଏବ ମୋର ସମାନଧମା କେହି ବ୍ୟକ୍ତି ଏ ସଂସାରରେ ଅଛନ୍ତି ବା ପରେ ଜନ୍ମିବେ ତାଙ୍କ ଉଦ୍ଦେଶ୍ୟରେ ମୋର ଏହି ପରିଶ୍ରମ ଅଟେ]