Jump to content

ମାଳି

ଉଇକିଅଭିଧାନ‌ରୁ

ମାଳି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ସୁକେଶ ରାକ୍ଷସର ପୁତ୍ର ଓ ରାବଣର ମାତାମହ — Name of a demon, the maternal grandfather of Rābaṇa.

ଦେ, ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - (ମାଳା)—ଜପମାଳା —୧. Rosary.


ଅନୁବାଦ

[ସମ୍ପାଦନା]

ମାଲିଆଣୀ, ମାଲ୍ୟାଣୀ, ମାଲିଣୀ, ମାଲୁଣୀ, ମାଲେଣାସ୍ତ୍ରୀ

[ଦ୍ରଷ୍ଟବ୍ୟ —ଭିନ୍ନ ଭିନ୍ନ ଉପାଦାନ ଅନୁସାରେ ମାଳିର ବା ଜପାମାଳାର ଭିନ୍ନ ଭିନ୍ନ ନାମ ହୁଏ, ଯଥା—ରୁଦ୍ରାକ୍ଷମାଳି, ଭଦ୍ରାକ୍ଷମାଳି, ପୁଷ୍କରମାଳି, ତୁଳସୀମାଳି]

୨. ଶୁଦ୍ର ଓ ବୈଷ୍ଣବଙ୍କ ବେକରେ ପିନ୍ଧାଯିବା ମାଳା —୨. String of beads worn by anchorites and Ṡūdras.
୩. (ସଂସ୍କୃତ - ମାଳିକ)ପୁଲିଙ୍ଗ - ମାଳାକାର —୩. A garland-marker.
୪. ପୁଷ୍ପ ବ୍ୟବସାୟୀ —୪. A florist.
୫. ମାଳା ନିର୍ମାଣକାରୀ —୫. A manufacturer of beads.
୬. ଉଦ୍ୟାନ ରକ୍ଷକ —୬. Gaudner.
୭. ଦେବତାଙ୍କୁ ଫୁଲ ପାଣି ଦେବା ଶୁଦ୍ର ସେବକ — ୭. A Ṡūdra sebaka of a Deity who offers or supplies flowers and water.

ପ୍ରାଦେଶିକ - (ପୁରୀ; ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]

କଣ୍ଠି; ଛୋଟ କଣ୍ଠମାଳା — Small necklace.

[ଉ—ଖଡ଼ୁମାଳୀ ମୁଦି ଯେ ବୀରବଲି ଆଦି କୃଷ୍ଣସିଂହ ମହାଭାରତ ବନ]

[ଦ୍ରଷ୍ଟବ୍ୟ —ପୁରୀରେ ଓ ଗଞ୍ଜାମରେ କଣ୍ଠମାଳାର ଉପାଦାନ; ଉପକରଣ ଓ ଦାନାର ଆକାରଆଦି ଯୋଗୁଁ ମାଳିର ଭିନ୍ନ ଭିନ୍ନ ନାମ ହୁଏ. ଯଥା—(ଉପାଦାନ ଅନୁସାରେ) ସୁନାମାଳି, ରୂପାମାଳି, ପୋହୋଳାମାଳି, ଅଠିଲମାଳି (ଆକାର ସାଦୃଶ୍ୟରେ) ମୁଗେଲମାଳି, ଧାନୁଆମାଳି, ପତ୍ରିମାଳି, ସୋରିଷମାଳି, ଧନିଆଫାଳିଆ ମାଳି, ହରଡ଼ଫାଳିଆ ମାଳି ଓ ହରିଡ଼ାମାଳି ଇତ୍ୟାଦି]