ମାଳିନୀ
ଦେଖଣା
ମାଳିନୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - ସ୍ତ୍ରୀ (ମାଳୀ ବା ମାଳିନ୍ ଶବ୍ଦର ସ୍ତ୍ରୀଲିଙ୍ଗ; ମାଳା+ ଅସ୍ତ୍ୟର୍ଥେ ଇନ୍+ସ୍ତ୍ରୀ ଈ)
[ସମ୍ପାଦନା]ମାଳାଧାରିଣୀ —Wearing a garland.
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ
[ସମ୍ପାଦନା]- ୧. ମାଳକାର ପତ୍ନୀ; ମାଳୁଣୀ; ମାଲିଆଣୀ —୧. A female florist; flower-girl.
(ଉ—ଦ୍ରୌପଦୀ ଦେଇଥିଲେ ମାଳିନୀ ନା ମୋତେ କୃଷ୍ଣସିଂହ ମହାଭାରତ ବିରାଟ)
- ୨. ମାତୃକା— ଭେଦ —୨. One of the Goddesses of the Mātṛukā class.
- ୩. କାଳୀ; ଦୂର୍ଗା —୩. Durgā Goddess.
- ୪. ଚମ୍ପାନାମ୍ମୀ ନଗରୀ —୪. Name of an ancient city.
- ୫. ସୁରନଦୀ; ମନ୍ଦାକିନୀ — ୫. The celestial Ganges.
- ୬. ପଞ୍ଚଦଶାକ୍ଷର ଛନ୍ଦୋବିଶେଷ —୬. A metre of ୧୫ letters.
[ଦ୍ରଷ୍ଟବ୍ୟ —ଏହା କାବ୍ୟର ସର୍ଗମାନଙ୍କୁ ଶେଷ ଶ୍ଳୋକରେ ବ୍ୟବହୃତ ହୁଏ ଏଥିର ୧ମ, ୨ୟ, ୩ୟ ୪ର୍ଥ, ୫ମ, ୬ଷ୍ଠ ୧ମ, ୧୩ଶ ସ୍ୱର ଲଘୁ ଓ ୭ମ, ୮ମ, ୧୧ଶ, ୧୨ଶ, ୧୪ଶ ଓ ୧୫: ଶ ସ୍ୱର ଗୁରୁ]
- ୭. ଏକପ୍ରକାର ରାଗ — [ଦ୍ରଷ୍ଟବ୍ୟ —ରାଗ ତଳେ ନୋଟ୍ ଦେଖ] —୭. A kind of Rāga (See)