ମାସ

ଉଇକିଅଭିଧାନ ରୁ
Jump to navigation Jump to search

ମାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


(file)

ସଂସ୍କୃତ - ନାମ—କୁରୁବିନ୍ଦ, ଧାନ୍ୟବୀର ପିତୃଭୋଜନ, ପିତ୍ର୍ୟ, ମାଂସଳ ବଳାଢ଼୍ୟ, କୃଷାକର ଓ . ବିରି ଗୁ. ଅଡ଼ଦ ତେଲୁଗୁ - ମିନୁମିଲୁ ମ. ଉଡ଼ଦୀ; ଉଡ଼ୀଦ ଫାରାସୀ - ମାସ ଆରବୀ - ମାସା

ଅନୁବାଦ[ସମ୍ପାଦନା]

ସଂସ୍କୃତ - ବି—(ମଷ୍ ବବା ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ)[ସମ୍ପାଦନା]

୧. କୃଷି ଜାତ ଲତାରୁ ଉତ୍ପନ୍ନ କୃଷ୍ଣବର୍ଣ୍ଣ ଶସ୍ୟବିଶେଷ; ବ୍ରୀହି; ବିରି —୧. A species, of pulse; Phaseolus Radiatus.

[ଦ୍ରଷ୍ଟବ୍ୟ —ବୈଦ୍ୟକ ମତରେ ଏହା ଗୁରୁ, ମଧୁର, ବିପାକ, ସ୍ନିଗଧ, ରୁଚିକର ବାୟୁ ନାଶକ, ଉଷ୍ଣବୀର୍ଯ୍ୟ, ବଳ ଓ ଶୂକ୍ରକର, ଶରୀରର ଉପଚୟ କର, ମଳ ମୂତ୍ର ବର୍ଦ୍ଧକ, ମେଦୋ- ବର୍ଦ୍ଧକ, ସ୍ତନ୍ୟବର୍ଧକ, ପିତ୍ତ ଓ କଫ ବର୍ଦ୍ଧକ; ଏହା ପରିଣାମ ଶୂଳନାଶକ

୨. ସୂର୍ଣ୍ଣାଦିର ପରିମାଣ ବିଶେଷ; ୧ମଷା;୮ ରତି — ୨. A goldsmith's weight equal to the Europian weight of ୧୭ grains troy.

[ଦ୍ରଷ୍ଟବ୍ୟ —ମତାନ୍ତରରେ—୫ ଠାରୁ ୧୨: ଗୁଞ୍ଜା ପରିମାଣ ଓଜନରେ ୧ ମାଷ ; କବିରାଜ ଓଜନରେ ୧ ଭରି=୮ ମାଷ ବଣିଆ ଓଜନରେ ୧ ଭରି=୧ ମାଷ]

୩. ମୂର୍ଖ —୩. A dunce; a blockhead.
୪. ଚର୍ମରୋଗ ବିଶେଷ — ୪. A skin disease.



ମାସ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]


ସଂସ୍କୃତ - ବି—(ମସ=ଚନ୍ଦ୍ର+ଅୟନାର୍ଥେ ଅ;ମସ୍ ଧାତୁ= କରିବା+କରଣ. ଅ)[ସମ୍ପାଦନା]

୧. ଶୁକ୍ଳ କୃଷ୍ଣ ପକ୍ଷାତ୍ମକ କାଳ; ବୈଶାଖ; ଜ୍ୟୈଷ୍ଠ, ଆଷାଢ଼, ଶ୍ରାବଣ, ଭାଦ୍ରବ, ଆଶ୍ୱିନ କାର୍ତ୍ତିକ, ମାର୍ଗଶିର,. ପୌଷ, ମାଘ, ଫାଲଗୁନ ଓ ଚୈତ୍ର ଏହି ବାର ଗୋଟି ୩ ତିଥି ସମ୍ୱଳିତ କାଳ —୧. Lunar month.
୨. ସୂର୍ଯ୍ୟଙ୍କର ଏକ ରାଶିରେ ଅବସ୍ଥାନ କରିବା ସମୟ; ମେଷ, ବୃଷ, ମିଥୁନ, କର୍କଟ, ସିଂହ କନ୍ୟା, ତୁଳା ବିଛା, ଧନୁ, ମକର, କୁମ୍ଭ, ମୀନ ଏହି ବାର ଗୋଟି କାଳ ପରିମାଣ —୨. Solaar month.
୩. ଇଂରାଜି ଗଣନା କ୍ରମେ ୩୬୫: ଦିନକୁ୧୨: ଭାଗରେ ବିଭକ୍ତ କରା ଯାଇଥିବା କାଳ; ଜାନୁଆରି, ଫ୍ରେବ୍ରୁଆରି, ମାର୍ଚ୍ଚ, ଏପ୍ରେଲ୍, ମେ, ଜୁନ୍ ଜୁଲାଇ, ଅଗଷ୍ଟ, ସେପ୍ଟେମ୍ୱର, ଅକ୍ଟବୋର, ନଭେମ୍ୱର, ଡ଼ିସେମ୍ୱର, ଏହିପରି ୧୨:ଟି କାଳ ପରିମାଣ —୩. An English month.
୪. ମଷା; ଏକ ଭରିର ଦଶଭାଗର ଏକଭାଗ ପରିମାଣ — ୪. A standard of weight; ୧୭ grains troy.
୫. ଦ୍ୱାଦଶ ସଂଖ୍ୟା —୫. The number twelve (Apte).
୬. (ମସ୍ ଧାତୁ=ବଧ କରିବା+କର୍ତ୍ତୃ ଅ) ମାଷ; ବ୍ରୀହି; ବିରି —୬. A kind of pulse.

[ଦ୍ରଷ୍ଟବ୍ୟ —ଚନ୍ଦ୍ର ପୃଥିବୀର ଚାରିପାଖରେ ଯେଉଁ ସମୟ ମଧ୍ୟରେ ଥରେ ବୁଲି ଆସେ ତାହା ଚାନ୍ଦମାସ ନାମରେ ଅଭିହିତ ଏହା ପୂର୍ଣ୍ଣିମାର ପରଦିନ (କୃଷ୍ଣ ପ୍ରତିପଦ)ଠାରୁ ଆରବ୍ଧ ହୋଇ ପରବର୍ତ୍ତୀ ପୂର୍ଣ୍ଣିମାରେ ଶେଷ ହୁଏ ଏହାକୁ ଗୌଣ ଚାନ୍ଦ୍ରମାସ ବୋଲାଯାଏ ମୁଖ୍ୟ ଚାନ୍ଦ୍ରମାସ ଅମବାସ୍ୟା ପରଦିନ (ଶୁକକ୍ଳ ପ୍ରତିପଦ) ଠାରୁ (ଅର୍ଥାତ୍ ନୂତନ ଚନ୍ଦ୍ର— କଳା ଦର୍ଶନ ଠାରୁ) ଆରବ୍ଧ ହୋଇ ପରବର୍ତ୍ତୀ ଅମାବାସ୍ୟାରେ ଶେଷ ହୁଏ ସୂର୍ଯ୍ୟ ଯେଉଁ ସମୟରେ ଏକ ରାଶିରେ ଅବସ୍ଥାନ କରେ ତାହା ସୌରମାସ ଏହା ସଂକ୍ରାନ୍ତିର ଆରବ୍ଧ ହୋଇ ପରବର୍ତ୍ତୀ ମାସାନ୍ତରେ ଶେଷ ହୁଏ ନାକ୍ଷତ୍ରିକ ମାସର ଗଣନା ୨୭:ଟି ନକ୍ଷତ୍ରର ଉଦୟ ଓ ଅସ୍ତଦ୍ୱାରା ନିରୂପିତ ହୁଏ ଏକ ସୂର୍ଯ୍ୟୋଦୟ ଠାରୁ ଅନ୍ୟ ସୂର୍ଯ୍ୟୋଦୟକୁ ଏକ ଦିନ ଗଣି ଏହିପରି ୩ ଦିନରେ ଏକ ସାବନ ମାସ ହୁଏ ବୃହସ୍ପତି ଗ୍ରହଙ୍କ ଉଦୟ ଓ ଅସ୍ତକୁ ଏକ ଦିନ ଧରାଯାଇ ତଦ୍ରୂପ ୩ ଦିନରେ ଏକ ବାର୍ହସ୍ପତ୍ୟ ମାସ ହୁଏ ୧୨:ଟି ସୌର ମାସର ପରମାଣ ୩୬୫: ଦିନ,୧୨:ଟି ଚାନ୍ଦ ମାସର ପରିମାଣ ୩୫୪: ଦିନ ଏହି ଦ୍ୱିବିଧ ଗଣନା— ଯୁକ୍ତ ବର୍ଷ ମଧ୍ୟରେ ଥିବା ୧୧: ଦିନର ପ୍ରଭେଦ ବିଷୟର ସମତା ରକ୍ଷା କରି ଏହି ୨ ପ୍ରକାର ବର୍ଷର ଗଣନାକୁ ମିଳାଇବା ପାଇଁ ହିନ୍ଦୁମାନେ ପ୍ରତି ତୃତୀୟ ବର୍ଷରେ ଗୋଟିଏ ଅଧିମାସ ବା ମଳମାସର ସୃଷ୍ଟି କରିଅଛନ୍ତି ଇଂରାଜି— ମାନଙ୍କର ସୌର ମାସ ସମ୍ୱଳିତ ୧ ବର୍ଷ=୩୬୫: ଦିନ; ମୁସଲମାନ୍ମାନଙ୍କର ମାସ ଗଣନା ଶୁଳ୍କ ପକ୍ଷର ପ୍ରଥମ ଚନ୍ଦ୍ର— ଦର୍ଶନଠାରୁ ଆରବ୍ଧ ହୁଏ ମୁସଲମାନମାନଙ୍କର ସୌର ଗଣନାମତେ ମାସ ଚଳଶୁ ନ ଥିବାରୁ ସେମାନଙ୍କର ନିର୍ଦ୍ଦିଷ୍ଟ ମାସ ସଙ୍ଗେ ନିର୍ଦ୍ଦିଷ୍ଟ ଋତୁ ମେଳ ଖାଏ ନାହିଁ ଏଥିପାଇଁ ସେମାନଙ୍କର ପର୍ବମାନ ଭିନ୍ନ ଭିନ୍ନ ଋତୁରେ ପଡ଼େ ଯେବେ ଏକ ବର୍ଷରେ ମହରମ ବର୍ଷାଦିନେ ପଡ଼େ ୨/୩: ବର୍ଷ ବାଦ ଶରତ୍ରେ, ପରେ ପୁଣି ବସନ୍ତରେ ଓ ତା ପରେ ଗ୍ରୀକ୍ଷ୍ମକାଳରେ ପଡ଼େ

ସୌରମାସମାନଙ୍କ ନାମ ଚାନ୍ଦ ମାସମାନଙ୍କର ନାମ

ମେଷ ବୈଖାଖ (ଦେଶଜ,. ବଇଶାଖ୍ୟ)

ବୃଷ ଜ୍ୟୈଷ୍ଠ (ଦେଶଜ. ଜେଷ୍ଠ)

ମିଥୁନ ଆଷାଢ଼ (ଦେଶଜ, ଆଷାଢ଼)

କର୍କଟ(ଦେ, କକଡ଼ା) ଶ୍ରାବଣ (ଦେଶଜ - ଶିରାବଣ)

ସିଂହ ଭାଦ୍ର (ଦେଶଜ - ଭୋଦୁଅ)

କନ୍ୟା(ଦେଶଜ - କନ୍ୟା) ଆଶ୍ୱିନ (ଦେଶଜ - ଅଶିଣ)

ତୁଳା (ଦେଶଜ - ତୁଳ) କାର୍ତ୍ତିକ (ଦେଶଜ - କାରତିକ)

ବିଛା ମାର୍ଗଶିର (ଦେଶଜ - ମଗୁଶିର)

ଧନୁ ପୌଷ(ଦେଶଜ - ପୁଷ)

ମକର ମାଘ (ଦେଶଜ - ମାଘ)

କୁମ୍ଭ ଫାଲଗୁନ (ଦେଶଜ - ଫଗୁଣ)

ମୀନ ଚୈତ୍ର (ଦେଶଜ - ଚଇତ)

ଇଂରାଜୀ ମାସ ମୁସଲମାନୀ ମାସ

ଜାନୁଆରି (ଓଡ଼ିଆ ଜନୋରି) ମହରମ]

ଫେବ୍ରୁଆରି (ଓ. ଫିରୋରି) ସଫର୍

ମାର୍ଚ୍ଚ (ଓ. ଅପ୍ରେଲ୍) ରବିଉସ୍ସାନି

ମେ (ଓ. ମଇ) ଜମାଦିଉଲ୍ଅଉଅଳ

ଜୁନ୍ (ଓ ଜୂନ୍) ଜମାଦିଉସ୍ସାନୀ


ଜୁଲାଇ (ଓ. ଜୁଲେଇ) ରଜବ୍

ଅଗଷ୍ଟ (ଓ. ଅଗସ୍ତ) ସାବାନ୍

ସେପ୍ଟେମ୍ୱର (ଓ. ସିତମ୍ୱର) ରମଜାନ୍

ଅକ୍ଟୋବର (ଓ. ଅକ୍ତୁବର) ସଉଆଲ୍

ନଭେମ୍ୱର (ଓ. ନବମ୍ୱର) ଜିଲିକଜ୍

ଡ଼ିସେମ୍ୱର (ଓ. ଦିସମ୍ୱର) ଜିଲହଜ୍

ଇଂରେଜି ମାସ ସଙ୍ଗେ ମୁସଲମାନୀ ମାସର ସମତା ପ୍ରାୟ ଦେଖାଯାଏ ନାହିଁ କାରଣ ମୁସଲମାନୀ ମାସ ଚାନ୍ଦମାସ ମାତ୍ର ଇଂରାଜୀ ମାସ ସୌର ମାସ ପରି

ସୂର୍ଯ୍ୟଙ୍କର ଏକ ରାଶିରେ ଉଦୟ ହେବା କାଳକୁ ସୌର ମାସ ବୋଲାଯାଏ, ଏହା କେବେ ୨୯: , କେବେ ୩, କେବେ ୩୧: ଦିନ, କେବେ ୩୨: ଦିନ ବ୍ୟାପୀ ହୁଏ ଚାନ୍ଦ ମାସ କେବେ କେବେ ୨୭, ୨୮, ୨୯ ଓ ୩: ଦିନ ବ୍ୟାପୀ ହୁଏ

ଚନ୍ଦ୍ରଙ୍କର ଅଶ୍ୱିନୀ ନକ୍ଷତ୍ରରେ ଉଦୟ ହେବା ସମୟଠାରୁ ଯଥାକ୍ରମେ ପରବର୍ତ୍ତୀ ରେବତୀ ନକ୍ଷତ୍ରରେ ଉଦୟ ହେବା ଦିନର ଶେଷ ପର୍ଯ୍ୟନ୍ତ କାଳକୁ ନାକ୍ଷତ୍ର ମାସ ବୋଲାଯାଏ ନାକ୍ଷତ୍ର ମାସ ୨୭: ଦିନ ବ୍ୟାପୀ ହୁଏ ସାବନ ମାସ ବ୍ୟବସାୟ, ବେପାର ଆଦିରେ ବ୍ୟୂବହୃତ ହୁଏ ଓ ଏହା ୩ ଦିନ ବ୍ୟାପୀ ହୁଏ. ଏହା ଯେ କୌଣସି ଦିନ ଆରମ୍ଭ ହୋଇ ତ୍ରିଂଶ ଦିନରେ ସମାପ୍ତ ହୁଏ (ହିନ୍ଦୀ - ଶ)

ମାସ ଶବ୍ଦ ସଂସ୍କୃତ ମସ (ଚନ୍ଦ୍ର) ଶବ୍ଦରୁ ଉତ୍ପନ୍ନ ଇଂରାଜୀରେ month (ମନ୍ଥ=ମାସ) moon (ଅର୍ଥାତ୍ ଚନ୍ଦ୍ର) ଶବ୍ଦରୁ ମଧ୍ୟ ଉତ୍ପନ୍ନ ହୋଇଅଛି ବୈଦିକ ସାହିତ୍ୟରେ ମାସର ଗୋଟିଏ ଅର୍ଥ ମଧ୍ୟ ଚନ୍ଦ୍ର ଋଗବେଦରେ 'ଚନ୍ଦ୍ରମସ୍'ର ଅର୍ଥ ଚନ୍ଦ୍ ଓ ସୂର୍ଯ୍ୟ —The sun and the moon; ଚନ୍ଦ୍ରଙ୍କର ଗୋଟିଏ ନାମ ମାସକୃତ; ପାରସୀଭାଷାରେ ମାସର ନାମ ମାହ୍; ଗ୍ରୀକ୍ଭାଷାରେ ମୀନ୍, ଲାଟିନ୍ରେ ମେନ୍ସିସ୍ଽ