Jump to content

ମାସ୍ତାନ

ଉଇକିଅଭିଧାନ‌ରୁ

ମାସ୍ତାନ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଡ଼ିଶାର ଅଧସ୍ତନଶ୍ରେଣୀର ଏକପ୍ରକାର ବ୍ରାହ୍ମଣ — A class of Brāhmaṇas of lower order of Brāhmaṇas of Orissa.

[ଦ୍ରଷ୍ଟବ୍ୟ — ଏମାନେ ବୈଦିକ ବ୍ରାହ୍ମଣ ନହନ୍ତି, ଲୈକିକ ବ୍ରାହ୍ମଣ ଐତିହାସିକ ପ୍ୟାରୀମୋହନଙ୍କ ମତରେ ଏମାନେ ପ୍ରକୃତରେ ବ୍ରାହ୍ମଣ ନୁହନ୍ତି ଏମାନଙ୍କର ବ୍ରାହ୍ମଣତ୍ୱବଲାଭ ସମ୍ୱନ୍ଧରେ ନାନାପ୍ରକାର କିମ୍ୱଦନ୍ତୀ ଏ ଦେଶରେ ପ୍ରଚଳିତ ଅଛି ଓଡ଼ିଶାରେ ବୌଦ୍ଧଧର୍ମ ପ୍ରବଳ ଥିବା ସମୟରେ କାନ୍ୟକୁକ୍କରୁ ବୈଦିକ ବ୍ରାହ୍ମଣମାନେ ଯଯାତିକେଶରୀଙ୍କଦ୍ୱାରା ଓଡ଼ିଶାକୁ ନିମନ୍ତ୍ରିତ ହୋଇ ଆସିଥିଲେ ସେମାନେ ଯଜ୍ଞ କରିବା ପୂର୍ବରୁ ପତିତ ଭୂମିକୁ ଯଜ୍ଞଭୂମି କରିବା ପାଇଁ (ସମ୍ଭବତଃ) ଗୁଡ଼ିଏ ଆବ୍ରାହ୍ମଙ୍କଦ୍ୱାରା ଉକ୍ତ ପତିତ ଭୂମିମାନଙ୍କରେ ହଳ ବୁଲା— ଗଲା ଏବଂ ସେହି କୃଷକଙ୍କ କାନ୍ଧରେ ପଇତା ପକାଇ ଦେଇ ସେମାନଙ୍କୁ ବ୍ରାହ୍ମଣରୂପରେ ପରିଚିତ କରାଗଲା ଅଦ୍ୟାବଧି ମଧ୍ୟ ସେମାନଙ୍କୁ ହଳୁଆ ବ୍ରାହ୍ମଣ ବା ବଳଭଦ୍ର ଗୋତ୍ରୀ (ବଳଭଦ୍ରଙ୍କର ହଳ ଆୟୁଧ ଥିବାରୁ) ବା ବଳଦେବ— ଗୋତ୍ରୀ ବ୍ରାହ୍ମଣ ବୋଲାଯାଏ ସେମାନେ ଶୂଦ୍ରଙ୍କ ବଂଶୋପାଧି ଧାରଣ କରିବାର ଦେଖାଯାଏ; ଯଥା—ସାହୁ, ସବୁତ ବିଶ୍ୱାଳ, ସ୍ୱାଇଁ, ଯେନା, ଷେଣ ଏବେ ମଧ୍ୟ ସେମାନେ ବ୍ରାହ୍ମଣଙ୍କ ଅବିଧେୟ ହଳବୁଲା ଓ ପିକାଖିଆ ଛାଡ଼ି ନାହାନ୍ତି ହିନ୍ଦୁ ସମାଜର ପୌରାହିତ୍ୟାଦି କାର୍ଯ୍ୟରେ ଏମାନଙ୍କର ଅଧିକାର ନାହିଁ ଜଣେ ଇତିହାସଲେଖକ ଅନୁମାନ କରିଅଛନ୍ତି ଯେ ଯଯାତିଙ୍କଦ୍ୱାରା ନିମନ୍ତ୍ରିତ ହୋଇ ଆସିଥିବା ବ୍ରାହ୍ମଣମାନେ ଦେଖିଲେ ଯେ, ଓଡ଼ିଶାରେ ବୌଦ୍ଧଧର୍ମାବଲମ୍ୱୀଙ୍କର ଓ ଶୂଦ୍ରଙ୍କର ଓ ବୌଦ୍ଧ ପ୍ରଭାବରୁ ବେଦାନୁଷ୍ଠାନ ଭୂଲିଯାଇ ଥିବା ନାମମାତ୍ର ବ୍ରାହ୍ମଣଙ୍କର ପ୍ରାଦୁର୍ଭାବ ବେଶୀ; ଏମାନଙ୍କୁ ହତାଦାର କର ନବାଗତ ବ୍ରାହ୍ମଣମାନେ ଆପଣାର ପ୍ରଭୃତ୍ୱ ସ୍ଥାପନ କରିବା ଅସମ୍ଭବ ଜାଣି ଆଗନ୍ତୁକମାନେ ଏମାନଙ୍କୁ ବ୍ରାହ୍ମଣ ଶ୍ରେଣୀଭୃକ୍ତ କରି ନେଲେ ଓ ଏହାହିଁ ଓଡ଼ିଶାର ପଣ୍ଡା, ପଢ଼ିଆରୀ, ମଢ଼ିଆ, ସାରୁଆ, ପନିଅରି ଓ ମାସ୍ତାନ ବ୍ରାହ୍ମଣମାନଙ୍କର ସୃଷ୍ଟି ତତ୍ତ୍ୱ ଏହି ଶ୍ରେଣୀର ସୃଷ୍ଟ ବ୍ରାହ୍ମଣଙ୍କୁ ପୁରୀ ଓ ଭୂବନେଶ୍ୱର ମନ୍ଦିରର ସୂପକାର ଓ ସେବକ ରୂପେ ଗ୍ରହଁଣ କରିବାଦ୍ୱାରା (ସମାଜରେ ସେମାନଙ୍କର ପାକାନ୍ନ ନ ଖାଇ ମଧ୍ୟ) ଶୂଦ୍ର ଓ ବୈଶ୍ୟମାନଙ୍କଠାରୁ ସେମାନେ ଶ୍ରେଷ୍ଠ ଥିବାର ଦେଖାଇଲେ ଓ ଏହି କୌଶଳ ଯୋଗୁଁ ଓଡ଼ିଶାରେ ବୌଦ୍ଧଧର୍ମ୍ମର ପ୍ରଭାବ କମିଗଲା

ପଣ୍ଡିତ କୃପାସିନ୍ଧୁ ଏମାନଙ୍କ ବିଷୟରେ ତାଙ୍କ ଉତ୍କଳ ଇତିହାସରେ ଲେଖିଅଛନ୍ତି— ବୁଦ୍ଧଦେବଙ୍କ ପୂର୍ବରୁ ଯେଉଁ ଆର୍ଯ୍ୟ ବ୍ରାହ୍ମଣମାନେ ଉତ୍କଳରେ ବାସ କରୁଥିଲେ ସେମାନେ ବର୍ତ୍ତମାନ ମାସ୍ତାନ ବା ବଳରାମ ଗୋତ୍ରୀ ବ୍ରାହ୍ମଣ ଅଶ୍ରୋତ୍ରିୟ ବ୍ରାହ୍ମଣମାନେ ମଧ୍ୟ ଏମାନଙ୍କ ସହିତ ବୈବାହିକ ସମ୍ୱନ୍ଧ କରନ୍ତି ନାହିଁ ସମ୍ୱଲପୁର ଅଞ୍ଚଳରେ ଏହି ଶ୍ରେଣୀର ବ୍ରାହ୍ମଣମାନଙ୍କୁ ଆରଣ୍ୟକ ବ୍ରାହ୍ମଣ କହନ୍ତି"]