ମାହିଷ୍ୟ

ଉଇକିଅଭିଧାନ‌ରୁ

ମାହିଷ୍ୟ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ମହିଷ+ସମ୍ୱନ୍ଧାର୍ଥେ. ଯ)[ସମ୍ପାଦନା]

୧. ମହିଷସମ୍ୱନ୍ଧୀୟ; ମାହିଷ —୧. Relating to buffalo.
୨. (ମହିଷୀ+ଭାବାର୍ଥେ. ଯ) ବର୍ଣ୍ଣସଙ୍କର ଜାତିବିଶେଷ; ବୈଶ୍ୟା ଗର୍ଭରେ କ୍ଷତ୍ରିୟ ଔରସଜାତ ଜାତିବିଶେଷ — ୨. A mixed caste (from a Kshatriya father and B&aline;i̱ṡya mother).

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ହାଳିକ କୈବର୍ତ୍ତଜାତୀୟ ଲୋକ —A class of agriculturist kaibarttas of Midnapur.

[ଦ୍ରଷ୍ଟବ୍ୟ —ମନୁସଂହିତାତ୍ତ୍ୱେ ମାହିଷ୍ୟ ଜାତିର ଉଲ୍ଲେଖ ନାହିଁ ଯାଜ୍ଞବଲ୍ଲ୍ୟ ଓ ସହ୍ୟାଦ୍ରି ଖଣ୍ଡରେ କ୍ଷତ୍ରିୟ ପିତା ଓ ବୈଶ୍ୟା ମାତାଠାରୁ ଉତ୍ପନ୍ନ ଜାତିକୁ ମାହିଷ୍ୟ ବୋଲାଯାଇଅଛି ଅଶ୍ୱଳାୟନରେ ସୁବର୍ଣ୍ଣ ପିତା ଓ କରଣଜାତୀୟ ମାତାଠାରୁ ମାହିଷ୍ୟ ଜାତିର ଉତ୍ପତ୍ତି ହୋଇଥିବା ଲେଖାଅଛି ପୁଣି ତହିଁରେ ଲେଖାଅଛି ଯେ ବୈଶ୍ୟାବୃତ୍ତିଦ୍ୱାରା ସ୍ୱାମୀର ଭରଣ— କାରିଣୀ ସ୍ତ୍ରୀକୁ ମହିଷ୍ୟ ଅଟେ ବର୍ତ୍ତମାନ ବଙ୍ଗର ହାଳିକ କୈବର୍ତ୍ତ ମାନେ ଆପଣାକୁ ମାହିଷ୍ୟ ବୋଲି ପରିଚୟ ଦେଉ ଅଛନ୍ତି ବ୍ରହ୍ମବୈବର୍ତ୍ତପୁରାଣରେ ଲେଖାଅଛି ଯେ କ୍ଷତ୍ରିୟ ପିତା ଓ ବୈଶ୍ୟା ମାତାଠାରୁ ଉତ୍ପନ୍ନ ଜାତି କୈବର୍ତ୍ତ ନାମରେ ଖ୍ୟାତ ଓ ଏମାନେ ପତିତ ଅଟନ୍ତି ଆଜି କାଲି ହାଳିକ କୈବର୍ତ୍ତମାନେ ଜାଲିକ କୈବର୍ତ୍ତଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସେମାନେ କହନ୍ତି ଯେ ସେମାନେ ବିଶୁଦ୍ଧ କୌବର୍ତ୍ତ ବା ମାହିଷ୍ୟ ଅଟନ୍ତି ଏବଂ ସେମାନେ ପତିତ ବା ଧୀବର କୈବର୍ତ୍ତ ନୁହନ୍ତି ମାହିଷ୍ୟ ଓ କୌବର୍ତ୍ତଙ୍କ ଛଡ଼ା କ୍ଷତ୍ରିୟ ପିତା ବୈଶ୍ୟା ଉତ୍ପନ୍ନ ବାଗତୀତ ବା ବାଗଦୀ, ସୂତ ଓ ମାର୍ଗବ ବା ଦାସ ଜାତି ଉତ୍ପନ୍ନ ଅତଏବ ଶାସ୍ତ୍ର ଅନୁସାରେ ମାହିଷ୍ୟମାନଙ୍କୁ ୩ ଶ୍ରେଣୀରେ ବିଭକ୍ତ କରାଯାଇ ପାରେ; ଯଥା—୧ କ୍ଷତ୍ରିୟ—ବୈଶ୍ୟାଜାତ ଉଚ୍ଚ ଶ୍ରେଣୀର ମାହିଷ୍ୟ; ୨ କ୍ଷତ୍ରିୟ କରଣୀଜାତ ମଧ୍ୟ ଶ୍ରେଣୀର ମାହିଷ୍ୟ ଓ ୩. ବୈଶ୍ୟାବୃତ୍ତିଧାରିଣି ମାତାଠାରୁ ଜାତ ଅଧମ ମାହିଷ୍ୟ ବଙ୍ଗର ମାହିଷ୍ୟମାନେ ପ୍ରଥମ ଶ୍ରେଣୀର ହାଳିକ ମାହିଷ୍ୟ, ବୋଲି ଆପଣାକୁ ପରିଚିତ କରାନ୍ତି କୃଷିକର୍ମ ସେମାନଙ୍କ ଜୀବିକା; ୨ୟ ଶ୍ରେଣୀର ଜାଳିକ ମାହିଷ୍ୟଙ୍କର ମାଛ ଧରିବା ଜୀବିକା ମେଦିନୀପୁର ଜିଲ୍ଲାରେ ହଳକ ମାହିଷ୍ୟମାନେ ବହୁ ପୂର୍ବକାଳରୁ ରାଜତ୍ୱ କରି ଆସିଅଛନ୍ତି ଏବଂ ଏଥିଯୋଗୁଁ ରାଜକୀୟ ପ୍ରଭାବରେ ସେମାନେ ରାଜପୁତ (କ୍ଷତ୍ରିୟ)ମାନଙ୍କ ସଙ୍ଗେ ସମ୍ୱନ୍ଧ ବୈବାହିକ ସ୍ଥାପନ କରିବାକୁ ସମର୍ଥ ହୋଇ— ଅଛନ୍ତି ବାଲୀଦ୍ୱୀପରେ ମାହିଷ୍ୟ ଜାତି ବର୍ତ୍ତମାନ ମଧ୍ୟ ବାସ କରୁଅଛନ୍ତି ଏ ଏମାନଙ୍କ ଆଚାର ବ୍ୟବହାର କ୍ଷତ୍ରିୟଙ୍କ ପରି ଓ ବହୁ ସ୍ଥାନରେ ଏମାନେ ରାଜତ୍ୱ କରୁଅଛନ୍ତି— ନଗେନ୍ଦ୍ରନାଥ, ବଙ୍ଗଳା ବିଶ୍ୱକୋଷ, ୧ମ ସଂସ୍କରଣ]