ମାହେନ୍ଦ୍ର
ମାହେନ୍ଦ୍ର
ଉଚ୍ଚାରଣ
[ସମ୍ପାଦନା](ମାହେନ୍ଦ୍ର—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ମହେନ୍ଦ୍ର+ସମ୍ୱନ୍ଧାର୍ଥେ. ଅ)
[ସମ୍ପାଦନା]ଇନ୍ଦ୍ରଙ୍କସମ୍ୱନ୍ଧୀୟ — Relating to Indra.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଜ୍ୟୋତିଷୋକ୍ତ ଶୁଭଯୋଗ ବିଶେଷ — An auspicious conjunction of astrological elements.
[ଦ୍ରଷ୍ଟବ୍ୟ —ଏହାର ଅନ୍ୟନାମ "ଇନ୍ଦ୍ର" ଯୋଗ ଅହୋରାତ୍ରରେ ଅର୍ଥାତ୍ ଦିବାରେ ଓ ରାତ୍ରରେ ମାହେନ୍ଦ୍ର (ଶୁଭ), ଅମୁକ (ଶୁଭ), ବକ୍ର (ଅଶୁଭ) ଓ ଶୂନ୍ୟ (ଅଶୁଭ) ଏହି ଚାରିଗୋଟି ଯୋଗ ଭୋଗ ହୁଏ ମାସ ଓ ବାର ଭେଦରେ ଦିବସର ଓ ରାତ୍ରିର ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଯୋଗ ପଡ଼େ ମାଘ, ଫାଲ୍ଗୁନ, ଚୌତ୍ୟ, ବୈଶାଖ ଓ ଶ୍ରାବଣମାସମାନଙ୍କରେ ଯୋଗମାନଙ୍କର ସ୍ଥିତି ଏକ— ପ୍ରକାର, ଓ ଜ୍ୟୈଷ୍ଠ, ଆଷାଢ଼ରେ ଏକପ୍ରକାର, ଏହିପରି ତିନିପ୍ରକାର ଘଟେ ରାତ୍ରିରେ ଯୋଗସ୍ଥିତି ଏକପ୍ରକାର ଓ ଦିବାରେ ଏକପ୍ରକାର ହୁଏ
ଉଦାହରଣସ୍ୱରୂପ ମାଘ ମାସର ରବିବାର ଦିନରେ ଓ ରାତିରେ ଘଟିବା ଯୋଗସ୍ଥିତି ଏଠାରେ ଦିଆଗଲା
ମାଘ
ଦିବା ଦଣ୍ଡ ରାତ୍ରିଦଣ୍ଡ
ରବିବାର ମାହେନ୍ଦ୍ର ୨ଦଣ୍ଡ ଶୂନ୍ୟ ଦଣ୍ଡ
ଅମୃତ ୮ଦଣ୍ଡ ମହେନ୍ଦ୍ର୨ ଦଣ୍ଡ
ଶୂନ୍ୟ ୮ଦଣ୍ଡ ଅମୃତ ୪ ଦଣ୍ଡ
ମାହେନ୍ଦ୍ର ୨ଦଣ୍ଡ ବକ୍ର ୮ ଦଣ୍ଡ
ବକ୍ର୧ଦଣ୍ଡ ମାହେନ୍ଦ୍ର ୮ଦଣ୍ଡ
ଶୂନ୍ୟ୬ଦଣ୍ଡ
ମୋଟ ୩ ଦଣ୍ଡ ମୋଟ ୩ଦଣ୍ଡ
ମାହେନ୍ଦ୍ର ଯୋଗରେ ଯାତ୍ରା କଲେ ସବୁଠାରେ ଜୟ, ବକ୍ରଯୋଗରେ କାର୍ଯ୍ୟନାଶ, ଅମୃତଯୋଗରେ କାର୍ଯ୍ୟସିଦ୍ଧି, ଶୂନ୍ୟଯୋଗରେ ମୃତ୍ୟୁ ବା ଅପମାନ ଘଟେ
ଜ୍ୟୋତିଷ ମତରେ କୌଣସି କାର୍ଯ୍ୟ ପାଇଁ ସଂକଳ୍ପ କରି ଯାତ୍ରା କରିବାକୁ ଶୁଭ ଦିନ ନ ମଳିଲେ "ଶିବା ଗୌରୀ" ମତରେ ଏହି ଯୋଗସ୍ଥିତିକୁ ଗଣନା କରି ଯାତ୍ରା କରିବାକୁ ହୁଏ
- ୨. ବାର ଅନୁସାରେ ଭିନ୍ନ ଭିନ୍ନ ଦଣ୍ଡରେ ପଡ଼ିବା ଯୋଗବିଶେଷ, ଯହିଁରେ ଯାତ୍ରା କରିବା ଶୁଭ —
୨. Anther auspicious conjunction of astronomical elements.
[ଦ୍ରଷ୍ଟବ୍ୟ —ଏହି ମତରେ ଯୋଗ ସଂଖ୍ୟା ୪, ଯଥା—ମାହେନ୍ଦ୍ର, ବରୁଣ, ବାୟୁ ଓ ଯମ ମାହେନ୍ଦ୍ରଯୋଗ, ବିଜୟକାରକ, ବରୁଣ ଧନପ୍ରଦ, ବାୟୁ ନିତ୍ୟପ୍ରତ୍ୟାବର୍ତ୍ତନକାରୀ ଓ ଯମ ମୃତ୍ୟୁକାରକ ଏ ୪ ଯୋଗ ସପ୍ତାହର ପ୍ରତିଦିନ ଏହି କ୍ରମରେ ପଡ଼େ
ବାର ୧ମ ଦଣ୍ଡ ୨ୟ ଦଣ୍ଡ ୩ୟ ଦଣ୍ଡ ୪ର୍ଥ ଦଣ୍ଡ
ରବି ବାୟୁ ବରୁଣ ଯମ ମାହେନ୍ଦ୍ର
ସୋମ ମାହେନ୍ଦ୍ର ବାୟୁ ବରୁଣ ଯମ
ମଙ୍ଗଳ ବରୁଣ ଯମ ମାହେନ୍ଦ୍ର ବାୟୁ
ବୁଧ ମାହେନ୍ଦ୍ର ବାୟୁ ବରୁଣ ଯମ
ଗୁରୁ ବାୟୁ ବରୁଣ ଯମ ମାହେନ୍ଦ୍ର
ଶୁକ୍ର ମାହେନ୍ଦ୍ର ବାୟୁ ଯମ ବରୁଣ
ଶନି ଯମ ମାହେନ୍ଦ୍ର ବାୟୁ ବରୁଣ (ହିନ୍ଦୀ - ଶ)