Jump to content

ମାୟା ମୃଗ

ଉଇକିଅଭିଧାନ‌ରୁ

ମାୟା ମୃଗ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ମାୟାଦ୍ୱାରା ସୃଷ୍ଟି ମୃଗ)

[ସମ୍ପାଦନା]

ମାୟା ବିଦ୍ୟାଦ୍ୱାରା ସୃଷ୍ଟି ମୃଗ —A deer created by magic.

[ଦ୍ରଷ୍ଟବ୍ୟ — ସୀତାହରଣାଭିଳାଷୀ ରାବଣର ଆଦେଶରେ 'ମାରୀଚ' ଅସୁର 'ମାୟାମୃଗ' ରୂପ ଧାରଣ କରି ପଞ୍ଚବଟୀରେ ସୀତାଙ୍କ ସମ୍ମୁଖରେ ଉପସ୍ଥିତ ହେଲା ସୀତା ତାହାକୁ ଧରିବା ପାଇଁ ରାମଚନ୍ଦ୍ରଙ୍କୁ ପଠାଇଲେ ସେ ମୃଗ ରାମଚନ୍ଦ୍ରଙ୍କୁ ଦେଖି ଦୂରକୁ ପଳାଇଲା ଓ ସେଠାରୁ ରାମଚନ୍ଦ୍ରଙ୍କ ସ୍ୱର ପରି ସ୍ୱର କରି 'ତ୍ରୋହି ଲକ୍ଷଣ' ବୋଲି ଲକ୍ଷ୍ମଣଙ୍କୁ ଡାକ ପକାଇଲା ସୀତା ଏ ସ୍ୱର ଶୁଣି ଭ୍ରମରେ ପଡ଼ି ରାମଚନ୍ଦ୍ର ଆର୍ତ୍ତନାଦ କରୁଅଛନ୍ତି ବୋଲି ଅନୁମାନ କରି ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଲକ୍ଷ୍ମଣଙ୍କୁ ପଠାଇଲେ ଏହି ଅବସରରେ ରାବଣ ଆସି ସୀତାଙ୍କୁ ଏକାକିନୀ ଦେଖି ହରଣ କରି ନେଇଗଲା]