ମିତାକ୍ଷରା
ଦେଖଣା
ମିତାକ୍ଷରା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ହିନ୍ଦୁ ସ୍ମୃତି ଗ୍ରନ୍ଥ ବିଶେଷ; ଯାଜ୍ଞବଲ୍ମ୍ୟମୁନି ପ୍ରଣୀତ ସଂହିତା ଗ୍ରନ୍ଥର ବିଜ୍ଞାନେଶ୍ୱର କୃତ ଟୀକାଗ୍ରନ୍ଥ — Name of a commentary on Hindu Law by Bijn̄āneṡwara on the Institutes of J̄ājn̄yabalkya.
[ଦ୍ରଷ୍ଟବ୍ୟ —କେବଳ ବଙ୍ଗଦେଶ ଛଡ଼ା ଭାରତର ଅନ୍ୟ ସର୍ବତ ମିତାକ୍ଷରା ଲିଖିତ ବିଧି
ଅନୁସାରେ ସମ୍ପତ୍ତିର ଦାୟଭାଗ ଚଳେ ବଙ୍ଗଦେଶରେ 'ଦାୟଭାଗ' ଅନୁସାରେ ପୈତୃକ ସମ୍ପତ୍ତି ବିଭକ୍ତ ହୁଏ ମିତାକ୍ଷରାର ବିଧାନ ଅନୁସାରେ ପୁତ୍ର ଜନ୍ମହେଲା କ୍ଷଣି ଜୀବିତ ପିତାଙ୍କ ସଙ୍ଗେ ପିତାମାହଙ୍କକ ତ୍ୟକ୍ତ ସମ୍ପତ୍ତିରେ ମଧ୍ୟ ଜଣେ ସତ୍ୱାଧିକାରୀ ବା ଅଂଶୀଦାର ହୁଏ କିନ୍ତୁ ଦାୟଭାଗ ଅନୁସାରେ ପିତାଙ୍କ ମୃତ୍ୟୁପରେହିଁ ପୈତୃକ ସମ୍ପତ୍ତିରେ ଏକାଏକ ପୁତ୍ରର ସ୍ୱତ୍ୱ ପ୍ରବର୍ତ୍ତେ ଏହିପରି ସ୍ତ୍ରୀଧନ ସମ୍ପତ୍ତି ବଣ୍ଟନ ପୋଷ୍ୟପୁତ୍ର ଗ୍ରହଣ ଆଦି ସମ୍ୱନ୍ଧେ ମିତାକ୍ଷରାର ବିଧାନ ଦାୟଭାଗର ବିଧାନଠାରୁ ସ୍ୱତନ୍ତ୍ର ଉତ୍କଳୀୟମାନେ ମିତାକ୍ଷରା ଶାସ୍ତ୍ରୀଧୀନ ଓ ବଙ୍ଗାଳୀମାନେ ଦାୟଭାଗର ଅଧୀନ]