ମିତ୍ତ୍ର
ଦେଖଣା
ମିତ୍ତ୍ର
ଉଚ୍ଚାରଣ
[ସମ୍ପାଦନା](ମିତ୍ରା—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ପୁଂ—(ମିଦ୍ ଧାତୁ=ସ୍ନେହ କରିବା+କର୍ତ୍ତୃ. ତ୍ର)
- ୧. ସୁହୃଦ୍; ବନ୍ଧୁ; ବୟସ୍ୟ —୧. Friend.
- ୨. ତପନ; ସୂର୍ଯ୍ୟ —୨. The sun.
- ୩. (ଜ୍ୟୋତିଷ) ଜ୍ୟୋତିଷୋକ୍ତ ତାରା ବା ନକ୍ଷତ୍ରର ଯୋଗ ବିଶେଷ — ୩. Name of a conjunction of stars in calculating the horoscope of a person.
ଦେଶଜ - ବିଶେଷ୍ୟ - (ବଂ)
[ସମ୍ପାଦନା]- ୧. ବଙ୍ଗ ଦେଶବାସୀ କାୟସ୍ଥଙ୍କ ବଂଶୋପାଧି ବିଶେଷ —୧. A family-title of Bengali Kāyasthas.
- ୨. ମିତ୍ରତା —୨. Frienddship.
[ଉ—ସୁଗ୍ରୀବ ତୁଲେ ମିତ୍ର କରି ବିରୂପ କଲେ ସେ ଅସୁରୀ ଜଗନ୍ନାଥ. ଭାଗବତ]
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ସ୍ନିଗ୍ଧ —୧. Charming; sweet; smooth.
- ୨. ପ୍ରିୟ —୨. Dear; agreeable.
[ଉ—ବିଧିରେ ତ ବେନି ମହୋତ୍ସବ ଅବଲୋକ, ବୃନ୍ଦାରକେ ଏହା ମିତ୍ର କରଣେ ବିବେକ ଭଞ୍ଜ. ବୈଦେହୀଶବିଳାସ]
[ଦ୍ରଷ୍ଟବ୍ୟ —ଯେଉଁ ବ୍ୟକ୍ତି ସ୍ନେହ କରେ ଓ ଯେ ଏକତ୍ରିୟ ସେ ମିତ୍ର; ସୁଖ ଦୁଃଖ ସବୁ ଅବସ୍ଥାରେ ଯାହାର ପ୍ରେମ— ବନ୍ଧନ ଶିଥିଳ ହୁଏ ନାହିଁ, ସେ ବନ୍ଧୁ; ଯେ ସର୍ବଦା ସହୃଦୟ, ଅର୍ଥାତ୍ ହିତ କାମନାରେ ରତ ସେ ସୁହୃତ୍; ଯେ ସମବୟସ୍କ; ସମରୁଚି, ନିତ୍ୟ ସଙ୍ଗୀ ସେ ସଖା; ଯେ ସମବୟସ୍କ ଅମୋଦ ସଙ୍ଗୀ ସେ ବୟସ୍ୟ]