Jump to content

ମିତ୍ରାକ୍ଷାର

ଉଇକିଅଭିଧାନ‌ରୁ

ମିତ୍ରାକ୍ଷାର

ଉଚ୍ଚାରଣ

[ସମ୍ପାଦନା]

(ଅମିତ୍ରାକ୍ଷର—ବିପରୀତ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଛନ୍ଦୋବିଶେଷ; ଯେଉଁ ଛାନ୍ଦରେ ପ୍ରତ୍ୟେକ ଚରଣର ଅନ୍ତ୍ୟ ବର୍ଣ୍ଣର ମେଳ ଥାଏ —Rhyma (in poetry).

[ଦ୍ରଷ୍ଟବ୍ୟ —ସଂସ୍କୃତରେ ସାଧାରଣତଃ ଅମିତ୍ରାକ୍ଷର ଛନ୍ଦ ପ୍ରଚଳିତ; ଓଡ଼ିଆ ପ୍ରାଚୀନ କାବ୍ୟାଦିରେ ବହୁସ୍ଥଳରେ ଅପୂର୍ଣ୍ଣ ମିତ୍ରାକ୍ଷର ଓ ନବ୍ୟ ଓଡ଼ିଶା ସାହିତ୍ୟରେ ପୂର୍ଣ୍ଣ ମିତ୍ରାକ୍ଷରର ପ୍ରଚଳନ ଦେଖାଯାଏ ଇଂରାଜୀ କବିଙ୍କ ଅନୁକରଣରେ ବଙ୍ଗଳାରେ ମାଇକେଲ୍ ମଧୁସୂଦନ ପ୍ରଥମେ ଅମିତ୍ରାକ୍ଷର ଛନ୍ଦ ଚଳାଇଲେ ଓଡ଼ିଆ ଆମିତ୍ରାକ୍ଷର ରଚନାର ଛଟାକୁ ବ୍ୟଙ୍ଗ କରି ଲୋକେ ଢଗରେ ସୁଦ୍ଧା କହି ଥାଆନ୍ତି 'ମଜନା ଗଛମୂଳେ କୁଢ଼ାଇଲି ପାଉଁଶ, ତତେ ଦେଖି ମୋର ଭାରୀ ଶରଧା'

ଓଡ଼ିଆ ସାହିତ୍ୟରେ ତିନି ପ୍ରକାର ମିତ୍ରାକ୍ଷର ଛନ୍ଦ ଦେଖାଯାଏ:— (୧) ପୂର୍ଣ୍ଣ ମିତ୍ରାକ୍ଷର ଅର୍ଥାତ୍ ଯେଉଁ ପଦ୍ୟର ଦୁଇ ଚରଣର ଶେଷ ଅକ୍ଷର ଓ ତତ୍ପୂର୍ବବର୍ତ୍ତୀ ଅକ୍ଷରର ସ୍ୱରମାନଙ୍କର ମେଳା ଯାଏ ଉ—ଦକ୍ଷିଣ ଦେଶେ ରାମଗିରି ଶୋଭନ, ନିର୍ମଳ ଶୁଭ୍ର ଯହିଁ ନଦୀ ଜୀବନ ରାଧାନାଥ, ମେଘଦୂତ ତା ନାମ ଗାଇ ତୁଣ୍ଡରେ; ପ୍ରୀତି ଡମରୁ ବଜାଇ ଦାଣ୍ଡରେ ଗୋ, ଭିକ୍ଷା ମାଗୁଥିବି ବ୍ରହ୍ମାଣ୍ଡରେ ସଜନି ଗୋ ! ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି (୨) ଅପୂର୍ଣ୍ଣ ମିତ୍ରାକ୍ଷର ଆର୍ଥାତ ଯେଉଁ ପଦ୍ୟର ଦୁଇ ଚରଣର କେବଳ ଶେଷ ଅକ୍ଷର ବା ସ୍ୱର ଦ୍ୱୟର ମେଳା ଥାଏ ଉ—ଦ୍ୱିତୀୟ ଯାମିନୀରେ ମୋ ପ୍ରାଣସହୀ, ଦିନେ ପଲରେ ଥିଲା ମୋ କୋଳେ ଶୋଇ ଉପେନ୍ଦ୍ରଭଞ୍ଜ (୩) ଏକାନ୍ତର ମିତ୍ରାକ୍ଷର ଅର୍ଥାତ୍ ଯେଉଁ ପଦ୍ୟର ଚାରି ଚରଣ ମଧ୍ୟରୁ ଗୋଟିଏ ଛାଡ଼ି ଗୋଟିଏ (୧ମ ଓ ୩ୟ; ୨ୟ ଓ ୪ର୍ଥ) ଚରଣର ଶେଷ ଅକ୍ଷରର ମେଳ ଥାଏ ଉ—ଗମ୍ଭୀର ନିଶୀଥ କାଳେ ନିଦ୍ରିତା ଧରଣୀ, ସ୍ୱପନେ ତୋ ମହାମୂର୍ତ୍ତି କରେ ଦରଶନ, ହସଇ ଆନନ୍ଦେ ତେଣୁ ମହାନନ୍ଦେ ଧନୀ, ସୁପ୍ତ ଶିଶୁ ଦେଖି ଯେହ୍ନେ ସ୍ୱର୍ଗୀୟ ସ୍ୱପନ ମଧୁସୂଦନ. ଆକାଶପ୍ରତି]