ମିବାର
ମିବାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ରାଜସ୍ଥାନର ପ୍ରସିଦ୍ଧ ପ୍ରାଚୀନ ଦେଶୀୟ ରାଜ୍ୟବିଶେଷ —Name of ancient Indian state in Rājaputanā
[ଦ୍ରଷ୍ଟବ୍ୟ —ପୂର୍ବେ ଏହାର ରାଜଧାନୀ ଚିତୋର ଥିଲା; ବର୍ତ୍ତମାନ ଏଥିର ରାଜଧାନୀ ଉଦୟପୁର; ଏ ରାଜ୍ୟର ଆଧୁନିକ ନାମ ଉଦୟ— ପୁର; ଏଥିର ରାଜାଙ୍କ ଉପାଧି ମାହାରାଣା; ଏ ରାଜ୍ୟର କ୍ଷେତ୍ରଫଳ ୧୨୬୯୧: ବର୍ଗ ମାଇଲ
ମିବାରର ଶିଶୋଦୀୟ ରାଜପୁତବଂଶୀୟ ମହାରାଣା ଭାରତ ଇତିହାସରେ ଖୁବ୍ ବୀରତା ଦେଖାଇଥିବା ପାଇଁ ପ୍ରସିଦ୍ଧ ଏ ରାଜବଂଶ ୭୨: ଖ୍ରୀଷ୍ଟାବ୍ଦରେ ବାପ୍ପାରାଓଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା; ଏଥିର ରାଜଧାନୀ ଚିତୋର ଥିଲା ପୂର୍ବେ ଖ୍ରୀଷ୍ଟାବ୍ଦ ଚତୁର୍ଦ୍ଦଶ ଶତାବ୍ଦିରେ ଏ ରାଜାମାନେ ଆଲାଉଦିନ୍ ଖିଲିଜୀ ଓ ବାହାଦୁର ସାହାଙ୍କ ବଶ୍ୟତା ସ୍ୱାକାର କରିଥିଲେ ମହାରଣା କୁମ୍ଭ ମାଳବ ଓ ଗୁଜରାଟର ରାଜାମାନଙ୍କୁ ପରାସ୍ତ କରି ଚିତୋରରେ କୀର୍ତ୍ତିସ୍ତମ୍ଭ ନିର୍ମାଣ କରିଥିଲେ ମହାରଣା ସଂଗ୍ରାମ ସିଂହ ଓ ଉଦୟସିଂହ ଆକବରଙ୍କ ବଶ୍ୟତା ସ୍ୱାକାର ନ କରିବାରୁ ଆକବର ପାଞ୍ଚମାସବ୍ୟାପୀ ଅବରୋଧ ପରେ ୧୫୬୮: ଖ୍ରୀଷ୍ଟାବ୍ଦରେ ଚିତୋର ଦୁର୍ଗକୁ ଆଧିକାର କଲେ ମହାରଣା ଉଦୟସିଂହ ଆରାବତୀ ପର୍ବତକୁ ଯାଇ ସେଠାରେ ରହିଲେ ତାଙ୍କ ପୁଅ ପ୍ରତାପ ସିଂହ ମଧ୍ୟ ମୋଗଲଙ୍କ ବଶ୍ୟତା ସ୍ୱୀକାର କଲେ ନାହିଁ ସେ ପ୍ରଥମେ ମୋଗଲ ସେନାପତି ରାଜା ମାନସିଂହଙ୍କଦ୍ୱାରା ପରାସ୍ତ ହୋଇ ଶେଷରେ ଜୟଲାଭ କରି ତାଙ୍କ ପିତାଙ୍କ ନାମରେ ଉଦୟପୁର ନାମକ ନୂଆ ରାଜଧାନୀ ବସାଇଲେ ୧୬୧୪: ଖ୍ରୀଷ୍ଟାବ୍ଦରେ ତାଙ୍କ ପୁତ୍ର ଅମର ସିଂହ ମୋଗଲ ସମ୍ରାଟଙ୍କ ବଶ୍ୟତା ସ୍ୱାକାର କଲେ—ପ୍ରୋଥେରୋ ସାହେବଙ୍କ ଇତିହାସ]