ମିଶି
ଦେଖଣା
ମିଶି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମିସ୍ ଧାତୁ= ମାପ କରିବା+କର୍ମ ଇ, ଈ)
[ସମ୍ପାଦନା]- ୧. ଶତ ପୁଷ୍ପା; ଶଉପ —୧. Dill seed; Pellcedanum Graveolaens.
- ୨. ଜଟାମାଂସୀ —୨. Indian spikenard.
- ୩. ପାନମହୁରୀ — ୩. Fennel.
- ୪. ମେଥି —୪. Fengreek.
- ୫. ରାତ୍ରି (ହି ଶ) —୫. Night.
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମିସ୍= ତମ୍ୱା; ମୀସ୍ସୀ=ତାମ୍ରଘଟିତ; ତୁଳ. ସଂସ୍କୃତ - ମସୀ)
[ସମ୍ପାଦନା]- ୧. ହୀରା କସ ଓ ତୃତିୟା ଯୋଗେ ପ୍ରସ୍ତୁତ ଦନ୍ତମଞ୍ଜନ ଗୁଣ୍ଡା — ୧. Power of copper-sulphate and green vitriol mixed up and used as tooth- powder; a black powder used as denrifice.
[ଦ୍ରଷ୍ଟବ୍ୟ —ଏହାକୁ ଦାନ୍ତରେ ଘଷିଲେ ଦାନ୍ତପାଖ କୃଷ୍ଣବର୍ଣ୍ଣ ହୁଏ ଏହା ମୁସଲମାନଙ୍କ ଅମଳରୁ ଭାରତୀୟ ନାରୀମାନେ ବ୍ୟବହାର କରିବାକୁ ଶିଖିଅଛନ୍ତି]
[ଉ—ମିଶି ଘଷିଥିବା ବିସିନୀ ଯେସନ, କରୁଥାଏ ଦାନ୍ତ୍ୟବର୍ଣ୍ଣ ଉଚ୍ଚାରଣ—ରାଧାନାଥ. ଦରବାର ]
- ୨. (ଇଂରାଜୀ - ମିସ୍) ଅବିବାହିତା ବାଳିକା; ମିସ୍ (ଦେଖ) - — Mis (See).
ଦେଶଜ - ଅ
[ସମ୍ପାଦନା]ଏବଂ —And.
[ଉ—କୁନ୍ଦଜ କର୍ବୀର ଛୁରୀ— ଅନା, ମିଶି ନାଗେଶ୍ୱର ଦୟଣା—ଭୂପତି. ପ୍ରେମଞ୍ଚାମୃତ ]