ମିଶ୍ରି
ଦେଖଣା
ମିଶ୍ରି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଆରବୀ - ମିଶ୍ରୀ; ସଂସ୍କୃତ - ମିଶ୍ର= ମିସର୍ ଦେଶ; ପ୍ରଥମେ ମିଶର୍ ବାସୀଙ୍କଠାରୁ ଦେଖି ଭାରତରେ ଏହା ପ୍ରସ୍ତୁତ ହୋଇଥିବାରୁ; ସଂସ୍କୃତ - ନାମ ସିତୋପଳା)
[ସମ୍ପାଦନା]ବଡ଼ ବଡ଼ ଦାନା ବା ରୁଆରେ ପରିଣତ କନ୍ଦ ବା ସୁପରିଷ୍କୃତ ଗୁଡ଼ — Sugar candy; crystallised sugar.
[ଦ୍ରଷ୍ଟବ୍ୟ — କନ୍ଦକୁ ବା ଚିନିକୁ ଦୁଇଥର ସଫା କରି ତହିଁର ସିରା (ରସ)କୁ ମାଠିଆରେ ବା ଥାଳିଆରେ ଢ଼ାଳି କେତେକାଳ ରଖିଲେ ରସରେ ଥିବା ଅଧିକା କନ୍ଦ ଦାନା ବା ବଡ଼ରୁଆ ବାନ୍ଧି ପାତ୍ରର ଗାତ୍ରରେ ବା ଉକ୍ତ ପାତ୍ରର ଗର୍ଭରେ ଲଟକା ହୋଇଥିବା ସୁତାର ଦେହରେ ବସିଯାଏ ଏହାକୁ ମିଶ୍ରି ବୋଲାଯାଏ ବୈଦ୍ୟଶାସ୍ତ୍ର ମତରେ ଏହା ସ୍ନିଗଧ , ଧାତୁବର୍ଦ୍ଧକ, ମୁଖପ୍ରିୟ, ବଳକାରକ, କୋଷ୍ଠ ଶୁଦ୍ଧିକାରକ; ଏହା ବାୟୁ ଓ ରକ୍ତ ପିତ୍ତନାଶକ ପ୍ରସ୍ରାବଜ୍ୱାଳାରେ ଓ ଊଦ୍ଧ୍ୱଶ୍ଳେଷ୍ମାରେ ମିଶ୍ରର ପଣା ଉପକାରୀ ]