Jump to content

ମୀମାଂସା

ଉଇକିଅଭିଧାନ‌ରୁ

ମୀମାଂସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି(ମାନ୍ ଧାତୁ=ବିଚାର କରିବା+ଇଛାର୍ଥେ. ସନ୍+ ଭାବ. ଅ+ଆ)

[ସମ୍ପାଦନା]
୧. ସିଦ୍ଧାନ୍ତ; ନିଷ୍ପତ୍ତି; ବିଚାର; ଶେଷ ଫଳ —୧. Decision; disposal.
୨. ସମସ୍ୟାର ବା ପ୍ରଶ୍ନର ସମାଧାନ —Solution of a problem or question; determination of a question.
୩. କୌଣସି ତତ୍ତ୍ୱର ବିଚାର ବା ବିବେଚନ —୩. Deep reflection.
୪. ତତ୍ତ୍ୱାନୁସନ୍ଧାନ —୪. Enquiry; investigation.
୫. ଷଡ଼ୁଦର୍ଶନର ଅନ୍ତର୍ଗତ ଜୈମିନି ରଚିତ ଗର୍ଶନ ଶାସ୍ତ୍ର; ପୂର୍ବ ମୀମାଂସା —୫. The system of Hindu philosophy of Jaimini.
୬. ବେଦବ୍ୟାସ ରଚିତ ବେଦାନ୍ତ;ମୀମାଂସା — ୬. The system of Bedānta philosophy of Byāsa

[ଦ୍ରଷ୍ଟବ୍ୟ —ମୀମାଂସା ଦୁଇଟି; ଯଥା—୧ ପୂର୍ବ ମୀମାଂସା—ରଚକ ଜୈମିନି, ବୃତ୍ତି କର୍ତ୍ତା କୁମାର ଭଟ୍ଟୁ, ଭାଷ୍ୟ କର୍ତ୍ତା—ଶ୍ରୀଧର ସ୍ୱାମୀ, ଶବର ସ୍ୱାମୀ, ମାଧବାଚାର୍ଯ୍ୟ; ୨ ଉତ୍ତରମୀମାଂସା—ସୂତ୍ରକର୍ତ୍ତା ବେବ୍ୟାସ, ଭାଷ୍ୟକର୍ତ୍ତା ଶଙ୍କରାଚାର୍ଯ୍ୟ

ପୂର୍ବ ମୀମାଂସାରେ ବେଦରେ କର୍ମଚାଣ୍ଡ ବା କ୍ରିୟା କଳାପ ବର୍ଣ୍ଣିତ ଅଛି; ଉତ୍ତର ମୀମାଂସାରେ ବେଦର ଜ୍ଞାନ— କାଣ୍ଡ ବା ବେଦାନ୍ତ ବିଷୟ ବର୍ଣ୍ଣିତ ଅଛି ସାଧାରଣତଃ ପୂର୍ବ ମୀମାଂସା 'ମୀମାଂସା' ଓ ଉତ୍ତର ମୀମାଂସାକୁ ବେଦାନ୍ତ ବୋଲାଯାଏ ବେଦାନ୍ତେ ବା ଉତ୍ତର ମୀମାଂସାରେ ଅଦ୍ୱୈତବାଦ ପ୍ରତିପାଦିତ ହୋଇଅଛି କିନ୍ତୁ ପୂର୍ବମୀମାଂସାରେ ବେଦବିହିତ କର୍ମକାଣ୍ଡହିଁ ଲିପିବଦ୍ଧ ହୋଇଅଛି]

[ଦ୍ରଷ୍ଟବ୍ୟ —ଏହି ଶବ୍ଦର ଗ୍ରାମ୍ୟ ଅପଭ୍ରଂଶ ମିମାସା, ନିମାସା, ନିମେଇସା ହୁଏ]