ମୁକରରୀସଞ୍ଜା
ଦେଖଣା
ମୁକରରୀସଞ୍ଜା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଚଇତର ଜମିଦାରକୁ ଦେୟ ଫସଲର ବା ଶସ୍ୟର ଭାଗ, ଯାହାକି ଚିରସ୍ଥାୟୀ ଭାବରେ ନିର୍ଦିଷ୍ଟ ହୋଇଥାଏ —Fixed produce rent payble by a raiyat to the landlord.
[ଦ୍ରଷ୍ଟବ୍ୟ —ରଇତ ଚାଷ କରିଥିବା ଜମିର ଉତ୍ପନ୍ନ ଫସଲରୁ ଅଧେ, ଯାହା ରଇତ ଜମୁଦାରକୁ ଖଜଣା ଦିଏ, ତାକୁ ଧୁଳିବାଗ ବୋଲାଯାଏ, କିନ୍ତୁ ଜମିରେ ଫସଲ ଫଳିବା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ରଇତର ଜମିଦାରଙ୍କୁ ଦେୟ ଶସ୍ୟର ପରିମାଣକୁ ସଞ୍ଜା ବୋଲାଯାଏ ଯେଉଁ ସଞ୍ଜାର ପରିମାଣ ଚିରକାଳ ପାଇଁ ନିର୍ଦ୍ଦିଷ୍ଟ ହୋଇଥାଏ ତାକୁ ମୁକରରା ସଞ୍ଜା ବୋଲାଯାଏ; ଜମିରେ ଫସଲ ହେଉ ବା ନହେଉ, ରଇତ ଜମିଦାରକୁ ଚିରକାଳ ସକାଶେ ଏହି ମୁକରରା ସଞ୍ଜା ଦେବାକୁ ଦାୟୀ ଅଟେ କିନ୍ତୁ ରାଜସ୍ୱ ଅଦାଲତରେ ନବୀର ହୋଇଅଛି ଯେ, ଜମିରେ ପ୍ରକୃତରେ ଯେତେ ଶସ୍ୟ ଉତ୍ପନ୍ନ ହୋଇଥିବ ରଇତର ଦେୟ ମୁକରାରେ ସଞ୍ଜାର ପରିମାଣ ସେଥିରେ ଅର୍ଦ୍ଧେକରୁ ବେଶି ଜମିଦାର ପ୍ରଜା ଠାରୁ ଆଦାୟ କରି ପାରିବେ ନାହିଁ]