ମୁକୁନ୍ଦ ଦେବ
ମୁକୁନ୍ଦ ଦେବ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]
|
(ମକୁନ୍ଦ ଦେବ—ଗ୍ରାମ୍ୟରୂପ)
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ଉତ୍କଳର ଶେଷ ସ୍ୱାଧୀନ ହିନ୍ଦ ନରପତି —The first independent Hindu king of Orissa (୧୫୫୧—୧୫୬୮ A. D.)
[ଦ୍ରଷ୍ଟବ୍ୟ —ସେ ଖ୍ରୀଷ୍ଟ ୧୫୫୧:ରୁ ୧୫୬୮: ଅବ୍ଦ ପର୍ଯ୍ୟନ୍ତ ରାଜତ୍ୱ କରିଥିଲେ ସେ ଦାକ୍ଷିଣାତ୍ୟର ତୈଲଙ୍ଗ ସୀମାଞ୍ଚବାସୀ ଥିବାରୁ ଇତିହାସରେ ତେଲଙ୍ଗା ମୁକୁନ୍ଦଦେବ ନାମରେ ପରିଚିତ ସେ ତଦାନୀନ୍ତନ ଉତ୍କଳର ଶେଷସୀମା ହୁଗୁଳୀ ନଦୀର ତ୍ରିବେଣୀ ତୀର୍ଥରେ ସୁପ୍ରସିଦ୍ଧ ତ୍ରିବେଣୀ ଘାଟ ଓ ମନ୍ଦିର ନିର୍ମାଣ କରିଥିଲେ ପୁରୀ ଜିଲ୍ଲାର ପିପିଲି ନିକଟବର୍ତ୍ତୀ ମୁକୁନ୍ଦପୁର ଶାସନ ଓ ପୁଷ୍ଟରିଣୀ ତାଙ୍କର କୀର୍ତ୍ତି ବୀରବାଟୀ ଦୁର୍ଗ ମଧ୍ୟରେ ମୁକୁନ୍ଦଦେବ ଏକ ସୁରମ୍ୟ ଓ ସୁବିଶାଳ ନବତଳ ବିଶିଷ୍ଟ ପ୍ରାସାଦ ନିର୍ମାଣ କରି ତାହାକୁ ନିଜର ରାଜଭବନ କରିଥିଲେ ମୁକୁନ୍ଦଦେବଙ୍କର ଯୁଦ୍ଧ କୌଶଳ ଓ ବିଚକ୍ଷଣତା ଦେଖି ପ୍ରବଳପ୍ରତାପ ସମ୍ରାଟ ଆକବର ବଙ୍ଗ ଅଧିକାର କରିବା ପାଇଁ ଏହାଙ୍କର ସହାୟତା ଲୋଡ଼ିଥିଲେ ମୁକୁନ୍ଦଦେବ ବହୁକାଳ ବ୍ୟାପୀ ବଙ୍ଗ ଅଭିଯାନରେ ହୀନବଳ ଓ କ୍ଳାନ୍ତ ହୋଇ ପଡ଼ିଥିବା ସମୟରେ ସାରଙ୍ଗଗଡ଼ର ସାମନ୍ତ ଅଧିପତି ରାମଚନ୍ଦ୍ର ଭଞ୍ଜ ଉତ୍କଳ ସିଂହାସନ ଅଧିକାର କରିବା ସକାଶେ ବିଦ୍ରୋହା— ଚରଣ କଲେ ରାମଚନ୍ଦ୍ରଙ୍କ ସଙ୍ଗେ ଯୁଦ୍ଧ କରୁ କରୁ ମୁକୁନ୍ଦଦେବ ତାଙ୍କୁ ଅସ୍ତ୍ରାଘାତରେ ପ୍ରାଣ ହରାଇଲେ ୧୫୬୮: ଖ୍ରୀଷ୍ଟାବ୍ଦରେ ତାଙ୍କର ମୃତ୍ୟୁପରେ କଳାପାହାଡ଼ ଓଡ଼ିଶା ଆକ୍ରମଣ କଲା ଓ ଉତ୍କଳର ସ୍ୱାଧୀନାତା ଚିରକାଳ ଯାଇଁ ଲୁପ୍ତ ହେଲା କଥିତ ଅଛି ଯେ କଳାପାହାଡ଼ କଟକ ବାରବାଟୀ ଦୁର୍ଗ ଅବରୋଧ କରିବାରୁ ମୁକୁନ୍ଦଦେବଙ୍କ ରାଣୀ ସୁନା ଥାଳିରେ ହୀରାଆଦି ବହୁମୂଲ୍ୟ ଧନରତ୍ନ ରଖି ଅବରୋଧ ତ୍ୟାଗ କରିବା ପାଇଁ କଳାପାହାଡ଼କୁ ଉପତୌକନ ପଠାଇଲେ କିନ୍ତୁ ଧର୍ମ୍ମଦ୍ୱେଷୀ ପ୍ରତିହିଂସା ପରାୟଣ କଳାପାହାଡ଼ ତହିଁରେ ସମ୍ମତ ନ ହେବାରୁ ସତୀ ରାଣୀ ଦୁର୍ଗର ସମସ୍ତ ସ୍ତ୍ରୀଲୋକଙ୍କୁ ଘେନି ଦୁର୍ଗରେ ଥିବା ଗୋଟିଏ ପୋଖରୀକୁ ଡେଇଁ ପଡ଼ି ଆତ୍ମହତ୍ୟା କଲେ ଆଜିକାଲି ବାରବାଟି କିଲ୍ଲାର ସୀମା ମଧ୍ୟରେ ରାଣୀ—ପୋଖରୀ ନାମରେ ଗୋଟିଏ ତଡ଼ାଗ ଅଛି ପ୍ରବାଦ ଅଛି— ଅଇଲା କଳା ପାହାଡ଼, ଭାଙ୍ଗିଲା ଲୁହାର ବାଡ଼ ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥଳିରେ ହୀରା ପରଶିଲେ ମ କୁନ୍ଦଦେବଙ୍କ ରାଣୀ ]