ମୁକୁଳ
ଦେଖଣା
ମୁକୁଳ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ମନ୍କ୍ ଧାତୁ=ଭୂଷିତ କରିବା+କର୍ତ୍ତୃ. ଉଳ, କିମ୍ୱା ମୁଚ୍ ଧାତୁ=ମୋଚନ କରିବା+କର୍ତ୍ତୃ. ଉଳ)
[ସମ୍ପାଦନା]- ୧. ଫୁଲର କଢ଼ି —୧. Bud; blossom.
- ୨. ସ୍ଫୁଟନୋନ୍ମୁଖ ପୁଷ୍ପ; ଈଷଦ୍ୱିକଶିତ କଳିକା — ୨. An poening bud.
- ୩. ଶରୀର; ଦେହ —୩. The body.
- ୪. ଆତ୍ମା —୪. Soul.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୁଚ୍ ଧାତୁ)
[ସମ୍ପାଦନା]- ୧. କ୍ଷେତରୁ କଟା ହୋଇ ଖଳାକୁ ଆଣିବା ସୟରେ ବନ୍ଧା ହୋଇଥିବା ଧାନ ହଳା ବା ଶସ୍ୟଗୋଛାମାନଙ୍କୁ ଖଳାରେ ଏକତ୍ର ରଖିବାପାଇଁ ବା ଗଦା ମାରିବାପାଇଁ ଅଥବା ବେଙ୍ଗଳା ପକାଇବା ପାଇଁ ମୁକୁଳା କରିବା —୧. Act of untying the sheaves of corn gathered by the reapers at the threshing floor befors stacking or threshing them.
- ୨. ଶସ୍ୟକଟାଳିନେ ବିଲରୁ ଧାନ ଆଦି କାଟି ତାହା ଗୋଛା ଗୋଛା କରି ଖଳାକୁ ବୋହି ଆଣିବା ପରେ ଉକ୍ତ ଗୋଛାମାନ ଫିଟାଇ ସେଥିରେ କେତେକ ଅଂଶ କଟାଳି— ମାନଙ୍କୁ ପାରିଶ୍ରମିକ ଦିଆଯିବା —୨. Giving of one-tenth or one-twelvth of the harvest to the reapers; the operation of untying the bundles or sherves of corn brought into the threshing floor by the reapers, after
harvesting and giving a portion of each bundle to each reaper for his or her remuneration.
- ୩. ବିଲରୁ କଟାଳି ଯେଉଁ ଶସ୍ୟ ଗୋଚ୍ଛା ବାନ୍ଧି ଖାଳାକୁ ଆଣେ ତହିଁରେ ଯେଉଁ ଅଂଶ କଟାଳିକୁ ପାରିଶ୍ରମିକରୂପେ ଦିଆଯାଏ —୩. The portion out of a budle of cprn-sheaves brought into the threshing floor by a reaper after harvesting, which is given to him or her as remuneration.
ଦେଶଜ - ବିଶେଷଣ - (ସଂସ୍କୃତ - ମୁକୁଳିତ ବା ମୁକ୍ତ)
[ସମ୍ପାଦନା]- ୧. ଫିଟା; ମେଲା; ବନ୍ଧନ— ରହିତ (ଯଥା—କେଶ) —୧. Dishevelled; untied; unbound.
(ଉ—କେଶ କରି ମୁକୁଳ, ଟେକି ବାହୁ— ଯୁଗଳ ଦିଶଇ ମହାବିକରାଳ—ବିଶ୍ୱନାଥ ବିଚିତ୍ର ରାମାୟଣ)
- ୨. ଉନ୍ନୁକ୍ତ; ବନ୍ଧନରୁ ମୁକ୍ତ — ୨. Released from a bond.
(ଉ—ତ୍ରିଗୁଣ୍ଠ ନୁହନ୍ତି ମୁକୁଳ, ଜନ୍ମ ମରଣ ବେଳୁବେଳ—ପ୍ରାଚୀ. ନିର୍ଗୁଣମାହାତ୍ମ୍ୟ)