Jump to content

ମୁକୁଳାଇବା

ଉଇକିଅଭିଧାନ‌ରୁ

ମୁକୁଳାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ମୃଚ୍ ଧାତୁ; ମୁକୁଳିବା କ୍ରିୟାର ଣିଜନ୍ତି ରୂପ)

[ସମ୍ପାଦନା]
୧. ବନ୍ଧନରୁ ମୁକ୍ତ କରିବା — ୧. To liberate; to release from a bond.

(ଉ—ସୁଯୋଧନ ରଜାକୁ ଆଣ ମୁକୁଳାଇ କୃଷ୍ଣସିଂହ. ମାହାଭାରତ. ବନ)

୨. ପିଟାଇବା —୨. To untie; to unbind.

(ଉ— ପେଣ୍ଡାବାଳ ମୁକୁଳାଇ ବସିଅଛି କେହି ରାଧାନାଥ. ମହାଯାତ୍ରା)

୩. ଋଣ ପରିଶଶୋଧ କରି ବନ୍ଧା ଦିଆ ଯାଇ ଥିବା ବସ୍ତୁକୁ ମହାଜନ ଠାରୁ ମୁକ୍ତ କରି ଆଣିବା — ୩. To redeem a thing from mortgage or pledge by paying off the debt.
୪. କାରା- ମୁକ୍ତ କରିବା —୪. To release from confine ment.

(ଉ—ଦେହ ମୁକୁଳାଇ ପ୍ରହରୀ ହୋଇ ଏ ଚୋରାଇ ନେଲା ହୃଦୟ ରାଧାନାଥ ଉର୍ବଶୀ)

୫. କଟାଳିମାନେ କ୍ଷେତରୁ ଆଣିଥିବା ଧାନହଳୀର ଗୋଛା ମାନଙ୍କୁ ଫିଟାଇ ତହିଁରୁ କଟାଳିମାନଙ୍କୁ ପାରିଶ୍ରମିକ କାଢ଼ି ଦେବା —୫. To untie the bundles or sheaves of corn harvested by thereapers in order to parcel out the shere for their remuneration.