ମୁଖର
ଦେଖଣା
ମୁଖର
ଉଚ୍ଚାରଣ
[ସମ୍ପାଦନା](ମୁଖରା—ସ୍ତ୍ରୀ)
(ମୁଖରତା—ବି)
ସଂସ୍କୃତ - ବିଶେଷଣ - ପୁଂ. (ମୁଖ=ମୁଖନିର୍ଗତ ବାକ୍ୟ+ଅଛି ଅର୍ଥରେ ଚ)
[ସମ୍ପାଦନା]- ୧. ଅତି ଭାଷୀ; ବାଚାଳ —୧. Garrulous; talkative.
- ୨. ଅଗ୍ରଭାଷୀ —୨. Speaking first.
- ୩. କୁତୁଣ୍ଡା; ଅପ୍ରିୟଭାଷୀ; ଦୁର୍ମ୍ମୁଖ; କଟୁଭାଷୀ —୩. Scurrilous. foul mouthed.
- ୪. ବଡ଼ ପାଟିଆ —୪. Boisterous; turbulent.
- ୫. ଅନ୍ୟମାନଙ୍କ ପ୍ରତିନିଧି ସ୍ୱରୁପ ଯେ କଥା କହେ —୫. Speaking as the mouth- piece of others.
- ୬. ଶବ୍ଦାୟମାନ —୬. Vocal.
(ଉ—ବାହାରୁଁ ଯେ ମୂଖର ରସନାସ୍ୱନ କଲେ ଭଞ୍ଜ. ବୈଦେହୀଶବିଳାସ)
- ୭. ଅଗ୍ରଗଣ୍ୟ; ପ୍ରଧାନ୍ୟ (ବ୍ୟକ୍ତି) — ୭. Leading; chief (person).
ବିଶେଷ୍ୟ -
[ସମ୍ପାଦନା]- ୧. ଅଗ୍ରବର୍ତ୍ତୀ ବ୍ୟକ୍ତି; ନେତା —୧. A leader.
- ୨. ଶଙ୍ଖ — ୨. Conchshell.
- ୩. ବାକ —୩. A crow.