ମୁଗୁରା
ଦେଖଣା
ମୁଗୁରା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ମୂଦ୍ଗର; ଏହା ମୁଗୁର ପରି କ୍ରମଶଃ ସରୁ ହୋଇ ଥିବାରୁ)
[ସମ୍ପାଦନା]- ୧. ମାଛ ଧରିବାର ଏକପ୍ରକାର ଯନ୍ତ୍ର ବା ପଞ୍ଜୁରି —୧. A kind of wicker work cage for catching fishes going up along a current.
[ଦ୍ରଷ୍ଟବ୍ୟ —ଏହା ବାଉଁଶ କାଠିରେ ଖଇଞ୍ଚି ଆକାରରେ ବୁଣା ହୋଇଥାଏ; ଏହାର ମୁହଁ ଟୋକାଇ ମୁହଁ ପରି ଏହା କ୍ରମଶଃ ସରୁ ହୋଇ ଏହାର ଗାଣ୍ଡି ବା ଶେଷଭାଗ ଖଣ୍ଡିଏ ଦଉଡ଼ିଦ୍ୱାରା ଗୋଛା ହୋଇ ବନ୍ଧା ହୋଇଥାଏ ଏଥିର ଭିତରେ ମଝିରେ ଆଉ ପ୍ରସ୍ତେ କାଠି ବୁଣା ହୋଇଥାଏ ଏଥିରେ ସୁଅରେ ଉଠୁଥିବା ଚୋଟ ମାଛ ପଶିଗଲେ ଭିତରେ ଓଲଟ ବାଗରେ ବୁଣା ହୋଇଥିବା କାଠି ଯୋଗୁଁ ଭିତରେ ଅଟକିଯାଇ ଆଉ ବାହାରି ପାରନ୍ତି ନାହିଁ ଏଥିରେ ପଡ଼ିଥିବା ମାଛଙ୍କୁ ମୁଗୁରାଇ ଗାଣ୍ଡିରେ ବନ୍ଧା ହୋଇଥିବା ଦଉଡ଼ିକୁ ଫିଟାଇ ବାହାର କରାଯାଏ ମୁଗୁରାର ଗାଣ୍ଡି ମେଲା ରହିଲେ ଅର୍ଥାତ୍ ଦଉଡ଼ିଦ୍ୱାରା ବନ୍ଧା ନ ହେଲେ ମାଛଯାକ ସେହି ବାଟେ ପଳାଇ ଯାଆନ୍ତି (ଉ—ବାପ ପୁଅ ଦିହେଁ ରାତି ଅନିଦ୍ରା, ମୁଗୁରା ଗାଣ୍ଡି ମେଲା—ଢ଼ଗ)
- ୨. ମୁଗୁରା ମଲ୍ଲୀ (ଦେଖ) - —୨. Mugurā mallī (See)
ଅନୁବାଦ
[ସମ୍ପାଦନା]ମୁଗୁରା
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ମୁଗୁରର ଆକୃତି ବିଶିଷ୍ଟ — ୧. Shaped like a mace; i.e. tapering up.
- ୨. କ୍ଷୁଦ୍ର ଅଥଚ ମୋଟା —୨. Stout and a small.