ମୁଚୁକୁନ୍ଦ
ମୁଚୁକୁନ୍ଦ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ବନ୍ଧୁକାଦି ବର୍ଗର ଏକ ପ୍ରକାର ବଡ଼ ଗଛ —୧. Pterospermum Acerefolium, Suberifolim or Salicifiolium.
[ଦ୍ରଷ୍ଟବ୍ୟ —ଏହା ବନ୍ଧୁକାଦି ବର୍ଗର ଏକ ପ୍ରକାର ବଡ଼ ଗଛ; ଏହାର ସୁଗନ୍ଧଯୁକ୍ତ ଫୁଲ ଦେଖିବାକୁ ଭେଣ୍ଡିପରି ଲମ୍ୱା ଫୁଲର ପାଞ୍ଚ ପାଖୁଡ଼ା ଓ ପାଖୁଡ଼ା ଗୁଡ଼ିକ ଖୁବ ମୋଟା ପାଖୁଡ଼ାର ବାହାର ପାଖ ମଖମଲ ପରି ସୂକ୍ଷ୍ମ ଲୋମ ବିଶିଷ୍ଟ ଓ ହଳଦିଆ ପାଖୁଡ଼ାର ଭିତର ପାଖ ଛତୁ ପରି ଧଳା ଫୁଲର ବାସନା ତୀବ୍ର ସୁଗନ୍ଧଯୁକ୍ତ ଓ ଉଗ୍ର ଏହି ଫୁଲର ଶୁଖିଲା ପାଖୁଡ଼ାକୁ
ତେଲୁଗୁ - ଲାଲାଳ୍ଗୁ; ତା. ତାଡ୍ଡ; ଟଡ୍ଡୀ
ଲୋଲଗୁ ସିଝାଇଲେ ସେ ପାଣି ପେଟମରା ରୋଗରେ ଔଷଧ ରୂପେ ବ୍ୟବହୃତ ହୁଏ ଏ ଗଛର ପତ୍ର ବଡ଼ ବଡ଼ ଓ ଲୋମଶ ଏବଂ ଏଥିର ଫଳ ପଣସ କଠା ପରି ଲମ୍ୱା ଓ ଟାଣୁଆ ଚଉଡ଼ା ପତ୍ରର ମଝିରେ ଡେମ୍ଫ ଥାଏ ଏ କାଠର ମଞ୍ଜି ନାଲି ଏହାକୁ କେହି କେହି ଭ୍ରମରେ କନକ ଚମ୍ପା ବୋଲି କହି ଥାଆନ୍ତି; ଏଥିର ଫୁଲ ଓ ଛାଲ ଔଷଧରେ ଲାଗେ ବୈଦ୍ୟତ ମତରେ ଏହା ଗରମ, କଟୁ, ସ୍ୱର ମଧୁରକାରୀ ଏବଂ କଫ, କାସ, ଚର୍ମରୋଗ. କଣ୍ଡୁ, ଶିରୋବ୍ୟଥା, ଓ ତ୍ରିକୋଷ ଓ ରକ୍ତ ପିତ୍ତ ବିକାର ନାଶକ]
- ୨. ମୁନିବିଶେଷ —୨. Name of a sage.
- ୩. ଦୈତ୍ୟ ବିଶେଷ —୩. Name of demon.
- ୪. ମହାରାଜ ମାନ୍ଧାତାଙ୍କ ପୁତ୍ର —୪. Name of the son of king Māndhātā.
[ଦ୍ରଷ୍ଟବ୍ୟ —ଏ ଜଣେ ଅସାମାନ୍ୟ ବୀର ଥିଲେ ଦେବାସୁର ଯୁଦ୍ଧ ସମୟରେ ଦେବତାମାନେ ପ୍ରୀତ ହୋଇ ଏହାଙ୍କୁ ବର ଯାଚିବାରେ ଏ ହିଲେ "ମୁଁ ଯୁଦ୍ଧରେ ଅତିଶ୍ରୟ କ୍ଲାନ୍ତ ହୋଇଥିବାରୁ କାନ୍ତି ନିବାରଣାର୍ଥ ଶୋଇବି ଯେ ମୋ ନିଦ୍ରାଭଙ୍ଗ କରିବ ସେ ଭସ୍ମୀଭୂତ ହେବ' ମୋତେ ଏହି ବର ମିଳୁ" ଦେବତାମାନେ ତାଙ୍କୁ ସେହି ବର ଦେଲେ ଏହି ବର ପାଇ ଏ ଗୋଟିଏ ପର୍ବତ ଗୁହାରେ ଶୋଇଲେ; ବହୁ ଯୁଗ ଅତୀତ ହୋଇଗଲେ ପରେ ଶ୍ରୀକୃଷ୍ଣ କାଳଯବନକୁ ବିନାଶ କରିବ ଅଭିପ୍ରାୟରେ ସୁକୌଶଳ ରି ତାକୁ ମୂରୁକୁନ୍ଦ ଶୋଇଥିବା ଗୁହାକୁ ନେଇ କାଳଯବନଦ୍ୱାରା ତାହାଙ୍କର ନିଦ୍ରା ଭଙ୍ଗାଇଲେ ଓ ମୂଚକୁନ୍ଦ ନିଦ୍ରାରୁ ଉଠି କାଳଯବନକୁ ଦେଖିବାରୁ କାଳଯବନ ଭସ୍ମୀଭୂତ ହୋଇଗଲେ ମୂଚକୁନ୍ଦ ନିଦ୍ରାରୁ ଉଠି ଦେଖିଲେ ଯେ ଯୁଗପରିବର୍ତ୍ତନ ସଙ୍ଗେ ସଙ୍ଗେ ତାଙ୍କ ରାଜ୍ୟ ଓ ପରିବାରବର୍ଗଙ୍କର ଚିହ୍ନମାତ୍ର ନାହିଁ ଏହା ଦେଖି ଦୁଃଖରେ ସେ ତପସ୍ୟାର୍ଥ ହିମାଳୟକୁ ଗମନ କରି ସେଠାରେ ଯୋଗାବଲମ୍ୱନପୂର୍ବକ ତନୁତ୍ୟାଗ କଲେ]
ମୁଚୁକୁନ୍ଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ମୁଚକୁନ୍ଦ (ଦେଖ) - —Muchkunda (See)
(ଉ—ମୁଚୂକୁନ୍ଦ, କମ୍ପା, କେଶର, ତମାଳ— ରାଧାନାଥ ଚିଲିକା)